ରାତି ଅଧରେ ମାଲକାନଗିରି ପୁଲିସ ଏବଂ ଗ୍ରାମବାସୀ ମୁହାଁ ମୁହିଁ ଘଟଣା

0
125
ରାତି ଅଧରେ

ରିପୋର୍ଟ : ଶିବ ବିଶୋଇ
ଲମତାପୁଟ, (୧୪/୦୫) : ରାତି ଅଧରେ ମାଲକାନଗିରି ପୁଲିସ ର ଚଡାଉ । ଚଡାଉ ସମୟରେ ଗାଁ ଲୋକଙ୍କ ହାବୁଡ଼ରେ ଜଣେ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି । କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନା ଅନ୍ତର୍ଗତ ମାଟିଖାଲ ଗାଁରେ ମାଲକାନଗିରି ଜିଲ୍ଲା ପୁଲିସ ଚଡାଉ କରିଥିଲା ।WhatsApp Image 2022 05 15 at 7.44.29 AM ରାତି ଅଧରେ ମାଲକାନଗିରି ପୁଲିସ ଏବଂ ଗ୍ରାମବାସୀ ମୁହାଁ ମୁହିଁ ଘଟଣା

ରାତି ଅଧରେ ମାଲକାନଗିରି ପୁଲିସ ଗଞ୍ଜେଇ ରେଡ଼ କରିବା ନିମନ୍ତେ ଗାଁ ଭିତରକୁ ପଶିଥିଲା । ପ୍ରଥମେ ଗାଁ ର କିଛି ଲୋକଙ୍କ ଘର ର କବାଟକୁ ବାଡାଇ ଥିଲେ ଏବଂ ଘର ଭିତରେ ପଶି ଲୋକଙ୍କୁ ଭୟଭୀତ କରିଥିଲେ । ପୁଲିସ ଚଡାଉ ନେଇ ଗ୍ରାମବାସୀ ଆତଙ୍କିତ ହୋଇ ପଡିଥିଲେ । ପରେ ଗାଁ ସମସ୍ତେ ଏକତ୍ରିତ ହୋଇ ଅସ୍ତ୍ରଶସ୍ତ୍ର ଧରି ପ୍ରତିବାଦ କରିଥିଲେ । ପରେ ପୁଲିସ ଲୋକଙ୍କୁ ଭୟଭୀତ କରିବା ପାଇଁ ୮ ରୁ ୧୦ ଟି ଗୁଳି ଖୋଲା ଆକାଶରେ ଚଳାଇଥିଲେ । ଗୁଳି ଶବ୍ଦକୁ ମଧ୍ୟ ଲୋକେ ଭୟ ନ କରି ପ୍ରତିବାଦ କରିଥିଲେ ।

ପରେ ପୁଲିସ କର୍ମଚାରୀ ଗ୍ରାମବାସୀଙ୍କ ଆକ୍ରମଣ ର ଶିକାର ହୋଇ ଛତ୍ରଭଙ୍ଗ ହୋଇ ଯାଇଥିଲେ । ଜଣେ ପୁଲିସ କର୍ମଚାରୀ ଗାଁ ଲୋକଙ୍କ ହାବୁଡ଼ରେ ପଡ଼ିଥିଲେ । ଗାଁ ଲୋକେ ପୁଲିସ କର୍ମଚାରୀ ଜଣକୁ ଚୋର ଭାବି ମାଡମାରି ଥିଲେ । ଅନ୍ୟପଟେ ପୁଲିସ ବ୍ୟବହାର କରୁଥିବା ୨ଟି ବାଇକକୁ ମଧ୍ୟ ଗ୍ରାମବାସୀ ଜବତ କରିଥିଲେ । ପରେ କୋରାପୁଟ ଏସ ପି ଘଟଣା ସମ୍ପର୍କରେ ଜାଣି ମାଛକୁଣ୍ଡ ପୋଲିସକୁ ଗ୍ରାମକୁ ପଠାଇ ଥିଲେ । ଆହତ ହୋଇଥିବା ପୋଲିସ କର୍ମୀଙ୍କୁ ମଧ୍ୟ ରାତ୍ରିରେ ଉଦ୍ଧାର କରି ମାଛକୁଣ୍ଡ ପୋଲିସ ମାଲକାନଗିରି ପଠାଇ ଥିଲା ।

ଗ୍ରାମବାସୀଙ୍କ ଅଭିଯୋଗ ମଧ୍ୟ ରାତ୍ରରେ ମାଟିଖାଲ ଗାଁରେ ପୁଲିସ ନାମରେ ଡକାୟତ ମାନେ ପଶି ଡ଼କାୟତ କରୁଥିବା ଯୋଗୁଁ ଗ୍ରାମବାସୀ ପ୍ରତିବାଦ କରିଥିଲେ । ଗାଁ ଲୋକଙ୍କୁ ପୁଲିସ କର୍ମଚାରୀ ମାନେ ଓଲଟା ଭୟଭୀତ କରିଥିଲେ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏପଟେ ଅଟକ ପୁଲିସ କର୍ମଚାରୀ ମାଲକାନଗିରି ଜିଲ୍ଲା SDPO ଙ୍କ ନିର୍ଦ୍ଦେଶରେ ମାଟିଖାଲ ଗାଁରେ ଗଞ୍ଜେଇ ରହିଥିବା ନେଇ ଗଞ୍ଜେଇ ରେଡ଼ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ମାଥିଲି, ଗୋବିନ୍ଦପାଳି ଓ ମାଲକାନଗିରି ପୁଲିସ ମିଳିତ ଭାବରେ ଚଡାଉ କରିଥିବା ଗ୍ରାମବାଦୀଙ୍କ ଦ୍ୱାରା ଅଟକ ପୁଲିସ କର୍ମଚାରୀ କହିଛନ୍ତି ।

ଘଟଣା ଘଟିବା ପରେ ଆଜି ଗ୍ରାମବାସୀ ମାଛକୁଣ୍ଡ ଥାନାକୁ ଯାଇ ପୋଲିସ ର ଏହି ଭଳି କାର୍ଯ୍ୟ କୁ ନେଇ ଲିଖିତ ଅଭିଯୋଗ କରିଛନ୍ତି ଏବଂ ପୋଲିସ ଘର କାବାଟ ଭାଙ୍ଗି ସୁନା ଗହଣା ନେବାସହ ମହିଳା ଙ୍କୁ ଅସଦା ଚରଣ କରିଥିବା ନେଇ କହିଛନ୍ତି ଅଭିଯୋଗ କରିଛନ୍ତି ।