Related Contents

ବାଇକ ଓ ପିକଅପ ଭ୍ୟାନ ମୁହଁ ମୁହିଁ ଧକ୍କାରେ ୧୦ରୁ ଅଧିକ ଗୁରୁତର

ଗୋଲାମୁଣ୍ଡା(ଚିତ୍ତରଞ୍ଜନ ବାଗ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅଧୀନ ଖମାର ହଳଦୀ ଗ୍ରାମ ପଂଚାୟତଅଧୀନ ହଳଦୀ ଭାଟି ଛକ ନିକଟ ବିଜୁ ଏକ୍ସପ୍ରେସ ରାସ୍ତା ଉପରେ ବାଇକ ଓ ପିକଅପ ଭ୍ୟାନ ମୁହାଁମୁହିଁ ହେବା ଫଳରେ ବାଇକ ଆରୋହୀଙ୍କ ସହ ୧୦ରୁ ଉର୍ଦ୍ଧ ବ୍ୟକ୍ତି ଗୁରୁତର ହୋଇଥିବା ଜଣାପଡିଛି |

ମିଳିଥିବା ସୂଚନା ମୁତାବକ ଗୋଲାମୁଣ୍ଡା ବ୍ଲକ ଅଧୀନ ଧାମନପୁର ଗ୍ରାମର ଅମୁଲ୍ୟ ବାଗ ଏକ ବାଇକ ଯୋଗେ ସକାଳ ପ୍ରାୟ ୧୧.୧୫ ଘଣ୍ଟା ସମୟରେ ଧର୍ମଗଡ଼ ଅଭିମୁଖେ ଯାଉଥିଲେ | ଠିକ ଏହି ସମୟରେ ବିପରୀତ ଦିଗରୁ ନୂଆପଡା ଜିଲ୍ଲା ଅଧୀନ ଖଡ଼ିଆଳ ବ୍ଲକ ଦେଉଳ ଗ୍ରାମର ଏକ ନାଟ୍ୟ କଳାକାର ମାନଙ୍କ ପିକଅପ ଭ୍ୟାନ (ଗାଡି ନ ଓଡି ୨୬ ୬୮୮୮ ) ସେହି ରାସ୍ତା ଦେଇ ନିଜ ଗ୍ରାମକୁ ଫେରୁଥିଲା | ଯେଉଁଥିରେ ପ୍ରାୟ ୨୫ରୁ ଉର୍ଦ୍ଧ କଳାକାର ଜୟପାଟଣାରୁ ବିଜୁ ଏକ୍ସପ୍ରେସ ରାସ୍ତାରେ ଗୋଲାମୁଣ୍ଡା ଅଭିମୁଖେ ନିଜ ଗ୍ରାମ ବଡ଼ଦେଉଳକୁ ଫେରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଛି | ହଠାତ ଦୁଇ ବିପରୀତ ଦିଗରୁ ବାଇକ ଓ ପିକଅପ ଭ୍ୟାନ ମଧ୍ୟରେ ମୁହାଁମୁହିଁ ହେବା ଫଳରେ ପିକଅପ ଭ୍ୟାନ ଟି ମୁଖ୍ୟରାସ୍ତା ଉପରୁ ତଳକୁ ଓଲଟି ପଡିବାରୁ ପ୍ରାୟ ୧୦ଜଣ କଳାକାର ଗୁରୁତର ଆହତ ହୋଇଛନ୍ତି |

ସେପରି ବାଇକ ଆରୋହୀ ଅମୁଲ୍ୟ ବାଗ ମଧ୍ୟ ଏହି ଦୁର୍ଘଟଣାରେ ଆହତ ହୋଇଛନ୍ତି | ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଆମ୍ବୁଲାନ୍ସ ସହାୟତାରେ ଚିକିତ୍ସା ନିମନ୍ତେ ଧର୍ମଗଡ଼ ଉପଖଣ୍ଡ ଡାକ୍ତରଖାନାକୁ ପଠାଇଥିଲେ | ଘଟଣା ଖବର ପାଇଁ ଦଶପୁର ପୋଲିସ ଫାଣ୍ଡି ଅଧିକାରୀ ଚନ୍ଦ୍ରହାସ୍ୟ ସାହୁ ଘଟଣା ସ୍ଥଳରେ ପହଂଚି ଦୁଇଟି ଗାଡିକୁ ଜବତ କରି ଫାଣ୍ଡିକୁ ନେଇ ତଦନ୍ତ ଆରମ୍ଭ କରିଛନ୍ତି |

Comments are closed.