Thursday, March 28, 2024

Top 5 This Week

Related Posts

ଆମ୍ ଆଦମୀ ପାର୍ଟି ର ନୂତନ ସଭ୍ୟ ସଂଗ୍ରହ ପାଇଁ ପୋଷ୍ଟର ଅଭିଯାନ ସହ ୨୦୦ ୟୁନିଟ ବିଜୁଳି ଦାବି

ରିପୋର୍ଟ : ସନ୍ତୋଷ କୁମାର ନାୟକ
ଟିଟିଲାଗଡ଼, ତା(୧୪/୦୫) : ଆଜି ଆମ୍ ଆଦମୀ ପାର୍ଟି, ଟିଟିଲାଗଡ କାର୍ଯ୍ୟକର୍ତା ମାନଙ୍କ ଦ୍ୱାରା ଟିଟିଲାଗଡ଼ ସହରରେ ମିସକଲ କରି ପାର୍ଟି ରେ ଯୋଗଦାନ କରିବା ପାଇଁ ପୋଷ୍ଟର ଅଭିଯାନ ଓ ଓଡିଶା ବାସୀଙ୍କୁ ୨୦୦ ୟୁନିଟ ମାଗଣା ବିଜୁଳି ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦେବାକୁ ଥିବା ଦାବିପତ୍ର ରେ ଦସ୍ତଖତ ଅଭିଯାନ କରାଯାଇଥିଲା lWhatsApp Image 2022 05 15 at 7.44.01 AM ଆମ୍ ଆଦମୀ ପାର୍ଟି ର ନୂତନ ସଭ୍ୟ ସଂଗ୍ରହ ପାଇଁ ପୋଷ୍ଟର ଅଭିଯାନ ସହ ୨୦୦ ୟୁନିଟ ବିଜୁଳି ଦାବି

ଓଡିଶା ଜନତାଙ୍କ ଭିତରେ ଆମ୍ ଆଦମୀ ପାର୍ଟି ପ୍ରତି ବଢୁଥିବା ସମର୍ଥନ ଦେଖି କାର୍ଯ୍ୟକର୍ତା ମାନେ ବହୁତ ଉତ୍ସାହିତ ଅଛନ୍ତି ବୋଲି କହିଥିଲେ l ଆଜିର ଏହି କାର୍ଯ୍ୟକ୍ରମ ରେ ଆମ ଆଦମୀ ପାର୍ଟି, ଟିଟିଲାଗଡ ନିର୍ବାଚନ ମଣ୍ଡଳୀ ର ଯୁବ-ସଂଯୋଜକ ବିଜୟ କୁମାର ମେହେର, ଟିଟିଲାଗଡ ବ୍ଲକ ସଭାପତି ଗଜପତି କାଲସାଇ, ବିଜେପୁର ପଞ୍ଚାୟତ ର ସଭାପତି ଉପେନ୍ଦ୍ର ମାଝୀ, ବରିଷ୍ଠ ନେତା ତାଜୁ ଖାନ, ବିଶ୍ୱନାଥ ମିଶ୍ର, ଇସଲାମ ଖାନ, ଶରତ ଛତ୍ରୀଆ ସହଯୋଗ କରିଥିଲେ l

 

Popular Articles