ଲମତାପୁଟ ବ୍ଲକରେ ପାଣିର ଉତ୍କଟ ସମସ୍ୟା

ଲମତାପୁଟ(କପିଳେନ୍ଦ୍ରଦେବ ସାମନ୍ତରାୟ): ଲମତାପୁଟ ବ୍ଲକରେ ପାଣି ଘୋର ଅଭାବ ଦେଖାଦେଇଛି । ବ୍ଲକ ସଦର ମହକୁମାରେ ଦିର୍ଘ ଦିନ ହେଲା ପାଣିର ସମସ୍ୟା ଲାଗି ରହିଛି । ୯ଲକ୍ଷ ଟଙ୍କାର ମରାମତି ହୋଇଥିଲା ଏବେ ଆହୁରି ୧୨ ଲକ୍ଷ ଦରକାର ।

ପାଇପ୍ ଲାଇନ୍ ର କେତେ ମାସ ପୁର୍ବରୁ ୯ଲକ୍ଷ ଟଙ୍କାର ଖର୍ଚ୍ଚ ହୋଇଥିଲେ ବି ଲୋକେ ପୁର୍ବ ଭଳି ସମସ୍ୟା ଭୋଗୁଛନ୍ତି । ଏପର୍ଯ୍ୟନ୍ତ କୋୖଣସିର ଷ୍ଟାଣ୍ଡ ପୋଷ୍ଟରେ ଭି ପାଣି ଚାଲୁ ହୋଇପାରି ନାହିଁ । ଲମତାପୁଟ ବାସିନ୍ଦା ନଳକୂପ ଉପରେ ନିର୍ଭର କରନ୍ତି । କିନ୍ତୁ ଗ୍ରିଷ୍ମ ରୁତୁ ଯୋଗୁଁ ନଳକୂପ ଗୁଡ଼ିକ ଅଚଳ ହେବାକୁ ବସିଛି। ସମସ୍ୟା ନେଇ ଦୁଇ ମାସ ପୂର୍ବେ ଆର୍ ଡବ୍ଲୂ ଏସ୍ଏସ୍ ଜେଇ ପି ମୁଦୁଲିଙ୍କୁ ପଚାରିବାରୁ ସେ କହିଲେ ଠିକାଦାରଙ୍କ ଯୋଗାଯୋଗ କରାଯାଇଛି ସେ ଆସିଲେ ମରାମତି କରାଯିବ। କିନ୍ତୁ ପ୍ରତିଶୃତି ପାଣିର ଗାର ହୋଇଗଲା । ପ୍ରକାଶ ଥାଉକି ପୁର୍ବରୁ ଲମତାପୁଟ ଗ୍ରାମ ବାସି ପୁର୍ବତନ ବିଡ଼ିଓ ଶ୍ରୀ ସୁଶିଲ କୁମାର ଖୁଜୁର ଲମତାପୁଟ ବ୍ଲକରେ ଥିବା ସମୟରେ ଆନ୍ଦୋଳନ କରିବା ସହ ବ୍ଲକ କାର୍ଯ୍ୟାଳୟକୁ ଧସେଇ ପଶିଥିଲେ ।

Comments are closed.