Related Contents

ସଡ଼କ ଦୁର୍ଘଟଣାରେ ଜଣେ ନାବାଳକ ମୃତ

ମାଲକାନଗିରି(ଅସୀମ ବିଶ୍ୱାସ): ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମ୍ ପି ଭି ୮୨ର ଏକ ନାବାଳକର ଟାଟା ସୁମୋ ଗାଡି ଦୁର୍ଘଟଣାରେ ମୃତ୍ୟୁ ଘଟିବା ସହ ଜଣେ ଗୁରୁତର ଆହତ ହୋଇଛନ୍ତି ।

ମୃତକ ହେଲେ ଏମ୍ ପି ଭି ୮୨ ଗ୍ରାମର ବିରଜା ମଣ୍ଡଳ ଓ ଆହତ ଜଣକ ହେଲେ ଦିପୁ ହାଲଦାର । ଗାଡିଟି କାଲିମେଳା ଡିଜେଲ ପକେଇବାକୁ ଯିବା ସମୟରେ ଏମ୍ ଭି୧୨୬ ଗ୍ରାମ ଘାଟି ପାଖରେ ଦୁର୍ଘଟଣା ଘଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଦୁର୍ଘଟଣା ସ୍ଥାନରେ ହିଁ ବିରାଜଙ୍କ ପ୍ରାଣ ବାୟୁ ଉଡିଯାଇଥିବା ବେଳେ ଚାଳକ ଦିପୁ ହାଲଦାର ଗମ୍ଭୀର ରୂପେ ଆହତ ହୋଇ ପ୍ରଥମେ କାଲିମେଳା ଚିକିତ୍ସାଳୟ ଓ ଅବସ୍ଥା ଅଧିକ ଗୁରୁତ୍ୱର ହେବାରୁ ତାଙ୍କୁ ବିଶାଖାପାଟଣା ସ୍ଥାନାନ୍ତରିତ କରାଯାଇଛି । ଅନ୍ୟପଟେ ନାବାଳକ ବିରାଜ ମଣ୍ଡଳଙ୍କ ମୃତ ଶରୀରକୁ ବ୍ୟବଚ୍ଛେଦ ପାଇଁ କାଲିମେଳା ପଠେଇ ଦିଆଯାଇଛି ।

Comments are closed.