ହରଙ୍କୁ ଭୟ ଘାରିଛି ରାଜନୀତିରୁ ଏକ ଘରକିଆ, କାହା ପାଈଁ ହରଙ୍କ ଅନ୍ଧାରିଆ ବୈଠକ

ଗଂଜାମ(ଜଗନ କୁମାର ସେଠି): କବିସୂର୍ଯ୍ୟନଗର ବିଧାନସଭା ଆସନରେ ବିଜେଡି ପାଈଁ ସବୁବେଳେ ଭଲ ଫଳାଫଳ ଆଣିଥାଏ | ମାତ୍ର ଚଳିତ ନିର୍ବାଚନରେ ଏଠାରେ ବିରୋଧୀ ଦଳ ପାଈଁ ଅଡୁଆ ବଢ଼ିବାରେ ଲାଗିଛି |

ମାତ୍ର ଗଞ୍ଜାମ ଜିଲ୍ଲାର ବିଭିନ୍ନ ନିର୍ବାଚନ ମଣ୍ଡଳୀ ମଧ୍ୟରୁ କବିସୂର୍ଯ୍ୟନଗର ବିଧାନସଭା ଆସନ ବିଜେଡି ବା ଖଲ୍ଲିକୋଟ ରାଣୀ ଭି.ସୁଜ୍ଞାନୀ କୁମାରୀ ଦେଓଙ୍କ ନାମରେ ବେଶ ପରିଚିତ | ମହିଳା ସଂରକ୍ଷଣ ପାଈଁ ୩୩% ରହିଥିବା ନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଧିବଦ୍ଧ ଭାବେ ପ୍ରଚାର କରିଛନ୍ତି | ତା ମଧ୍ୟରୁ କବିସୂର୍ଯ୍ୟନଗର ଆସନ ପାଈଁ ଶ୍ରୀମତୀ ଲତିକା ପ୍ରଧାନଙ୍କୁ ବିଜେଡି ଟିକେଟରୁ ଦଳ ମହିଳା ପାର୍ଥିନି ରୂପେ ଚୟନ କରି ପ୍ରମୁଖ ଭୂମିକା ବଜାୟ ରଖିଛି | ଏହି ପରିପେକ୍ଷରେ ରାଜନୌତିକ ବାତାବରଣକୁ ଦୃଷ୍ଟିରେ ରଖି କୋଦଳା ଏନ.ଏସିର ପୂର୍ବତନ ଉପାଧକ୍ଷ ଶ୍ରୀଯୁକ୍ତ ହରପ୍ରସାଦ ସାହୁ ଲୁଚାଛପା କରି ଗଳିକନ୍ଦିରେ ବୈଠକ କରୁଥିବାର ଚର୍ଚ୍ଚା ହେଉଛି | କାହିଁକି, କାହା ପାଈଁ ଓ କଣ ଉଦେଶ୍ୟ ରହିଛି ଏହି ବୋୖଠକର ନମୁନା | ରାଜନୀତିରୁ ଏକ ଘରକିଆ ଭୟରେ ସଭାସମିତି କରି ଲୋକଙ୍କୁ ଭୁଆଁ ବୁଲେଇ ସିଟ ହାତେଇବାକୁ ପ୍ରୟାସ କରୁଛନ୍ତି ବୋଲି ସାଧାରଣ ଜନତାଙ୍କ ତୁଣ୍ଡରେ ଶୁଣାଯାଉଛି | ଦଳକୁ ଅମାନ୍ୟ କରି ବିଜେଡିରୁ ବହିସ୍କୃତ ହୋଇଥିବା ଶ୍ରୀସାହୁ ବିଜେଡିର ନାନେଇ କୁଆଡେ ଅନ୍ୟ ଦଳ ପାଈଁ ଭିତିରି ମୂଷା ଭଳି କାର୍ଯ୍ୟ କରୁନାହାନ୍ତି ତ ! ଏହି ଭଳି ବୈଠକକୁ ସାଧାରଣରେ ନିନ୍ଦା ହେଉଛି |

Comments are closed.