Friday, March 29, 2024

Top 5 This Week

Related Posts

ଚୋରି ହୋଇଥିବା ସୁନା ଫେରାଇଲା ପୋଲିସ

ରିପୋର୍ଟ : ରାମନାଥ ଗନ୍ତାୟତ
ବ୍ରହ୍ମପୁର, (୧୪/୦୫) : ଚୋରି ହୋଇଥିବା ସୁନାକୁ ଲୁଟେରାଙ୍କ ଠାରୁ ଠାବକରି ଦୀର୍ଘ ସାଢ଼େ ୪ ମାସ ପରେ ପୋଲିସ ଫେରାଇଲା ସୁନା । ବ୍ରହ୍ମପୁର ଗୋପାଳପୁର ଥାନା ଅଞ୍ଚଳରେ ଏଭଳି ଘଟଣା ଦେଖିବାକୁ ମିଳିଛି ।

ବ୍ରହ୍ମପୁର ଗୋପାଳପୁର ଥାନା ପୁଲିସ ୪ ଜଣିଆ ଡକାୟତ ଗ୍ୟାଙ୍ଗକୁ ଗିରଫ କରିଥିଲା । ସେମାନଙ୍କ ଠାରୁ ପୁଲିସ ପ୍ରାୟ ୨୩୫ ଗ୍ରାମ ଓଜନ ର ସୁନା ଗହଣା ଜବତ କରିଥିଲା । ସଦର ଥାନା ଅନ୍ତର୍ଗତ ବ୍ରଜନଗର ଅଞ୍ଚଳ ର ଏଚ.କେ ପୃଷ୍ଟିଙ୍କ ଘରୁ ଏହି ସୁନା ଚୋରି ହୋଇଥିବା ବେଳେ ଚୋରି କରିଥିବା ଗିରଫ ଅଭିଯୁକ୍ତ ପୁଲିସ ନିକଟରେ ସ୍ୱୀକାର କରିବା ପରେ ପୃଷ୍ଟି ଙ୍କୁ ତାଙ୍କ ସୁନା ଫେରାଇଛି ପୁଲିସ୍ ।

ଗତକାଲି ଏଚ.କେ ପୃଷ୍ଟି ଓ ତାଙ୍କ ପତ୍ନୀଙ୍କୁ ଏସ୍‌ପି ଶାର୍ବଣା ବିବେକ ଏମ୍‌ଙ୍କ ଉପସ୍ଥିତିରେ ୧୯୦ ଗ୍ରାମ୍ ସୁନା ଦିଆଯାଇଥିଲା । ବଳକା ହୋଇଥିବା ଆଉ ୪୫ ଗ୍ରାମ୍ ସୁନା ଗୋପାଳପୁର ଥାନା ଅଞ୍ଚଳ ର ଅନ୍ୟ ଜଣେ ବ୍ୟକ୍ତିଙ୍କୁ ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି ।

Popular Articles