ସ୍ଵାମୀ ବିବେକାନନ୍ଦ ବିଦ୍ୟା ମନ୍ଦିରରେ ଦ୍ଵାଦଶ ତମ ଵାର୍ଷିକ ଉତ୍ସବ

କୋଲନରା(ଗୋପୀନାଥ କନ୍ଦାଗିରି): ରାୟଗଡା ଜିଲ୍ଲା କୋଲନରା ବ୍ଲକ ମୁକୁନ୍ଦ ପୁରଠାରେ ଗତ ୧୬/୦୪/୨୦୧୯ରିଖ ସନ୍ଧ୍ୟା ୫ ଘଣ୍ଟା ସମୟରେ ସ୍ଵାମୀ ବିବେକାନନ୍ଦ ବିଦ୍ୟା ମନ୍ଦିରରେ ଦ୍ଵାଦଶ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ କରାଯାଇଥିଲା ।

ଏଥିରେ ମୂଖ୍ୟ ଅତିଥି ଭାବେ ଶ୍ରୀ ଯୁକ୍ତ ସୁନିଲକୁମାର ନାଥ ବରିଷ୍ଠ ଲୋକସମ୍ପର୍କ ଅଧିକାରୀ ଜେଜେ କାଗଜ କଳ ରାୟଗଡା, ମୂଖ୍ୟବକ୍ତା ଡାକ୍ତର ଦୁସ୍ମନ୍ତ କୁମାର ମହାନ୍ତି ଅବଷର ପ୍ରାପ୍ତ ପ୍ରଧ୍ୟାପକ ମହିଳା ମହାବିଦ୍ୟାଳୟ ରାୟଗଡା, ସମ୍ମାନିୟ ଅତିଥି ଶ୍ରୀ ବିଜୟ କୁମାର ଚୌଧୁରୀ ସଂଯୋଜକ ଶିକ୍ଷା ବିକାଶ ପରିଷଦ ଓଡ଼ିଶା ଏହି ସଭାରେ ଯୋଗଦେଇ ଆସନ ଅଳଙ୍କୃତ କରିଥିଲେ । ଏହି ଅନୁଷ୍ଠାନର କର୍ମକର୍ତ୍ତା ସୁମନ୍ତ ପାଣିଗ୍ରାହୀ, ସମ୍ପାଦକ ଶ୍ରୀ ରବୀନ୍ଦ୍ର ନାୟକ, ପ୍ରଧାନ ଆଚାର୍ଯ୍ୟ ହରିହର ଦାସ ଏବଂ ଗୁରୁମା ଗରୁଜୀ ମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ପ୍ରଥମେ ଅତିଥି ମାନଙ୍କୁ ସ୍ଵାଗତ କରାଯାଇ ପ୍ରଦୀପ ପ୍ରଜ୍ବଳନ କରାଯାଇଥିଲା |

ଅତିଥି ମାନେ ଅନୁଷ୍ଠାନର ଉନ୍ନତି ଏବଂ ଛାତ୍ରଛାତ୍ରୀ ମାନଙ୍କର ଭବିଷ୍ୟତରେ ଚରିତ୍ର ଗଠନ ଭାରତୀୟ ପରମ୍ପରାରେ ଶିକ୍ଷା ପଦ୍ଧତି ଉପରେ ଗୁରୁତ୍ୱ ଦେଇ ଆଲୋଚନା କରିଥିଲେ । ଵିଶେଷ କରି ମୁଖ୍ୟବକ୍ତା ଶ୍ରୀଯୁକ୍ତ ମହାନ୍ତି ଅତି ସୁନ୍ଦର ଭାବରେ ଶିକ୍ଷା ପଦ୍ଧତି ଉପରେ ବିଭିନ୍ନ ପ୍ରକାର ଉଦାହରଣ ଦେଇ,ଶିଶୁ ମାନଙ୍କୁ ମାନସିକ ଶାରିରୀକ ଚାପ ନ ଦେଇ ମୁକ୍ତଭାବରେ ଶିଶୁକୁ ଶିକ୍ଷା ଗ୍ରହଣ କରିବାର ସୁଯୋଗ ସୃଷ୍ଟି କରିବା ଆବଶ୍ୟକତା ବିଷୟରେ କହଥିଲେ । ଅତିଥି ମାନଙ୍କର ଭାଷଣ କାର୍ଯ୍ୟକ୍ରମ ପରେ ସମ୍ପାଦକ ଶ୍ରୀ ରବୀନ୍ଦ୍ର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଛାତ୍ରଛାତ୍ରୀ ମାନଙ୍କ ଅବିଭାବକ ଏବଂ ସ୍ଥାନୀୟ ଜନସାଧାରଣ ପୁରୁଷ ମହିଳା ସଭାରେ ଯୋଗଦେଇଥିଲେ ।

ତାପରେ ଛାତ୍ର ଛାତ୍ରଛାତ୍ରୀ ଏବଂ ଗୁରୁମା ମାନଙ୍କ ଦ୍ଵାରା ସାସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିଲା | ଆଉ ବିଭିନ୍ନ ପ୍ରକାର ପ୍ରତିଭା ପାଇଁ ଶିଶୁ ମାନଙ୍କୁ ପୁରଷ୍କୁତ କରାଯାଇଥିଲା । ସବୁଠାରୁ ଚମତ୍କାର ଥିଲା ଯେ କେଜି ୧ ର ଏକ ଆଦିବାସୀ ଶିଶୁ ଦିବ୍ୟଜୋତି କଣ୍ଡାଗରୀ ଶତକଡ଼ା ୮୫ନମ୍ବର ରଖି ପ୍ରଥମ ପୁରଷ୍କାର ବିଜେତା ଭାବରେ ବିବେଚିତ ହୋଇଥିଲେ |

Comments are closed.