Advertisements
Friday, June 5, 2020
Home Government News କାଳିଆ ଅଟଲଗ୍ରାମରେ ଘରପୋଡ଼ିରେ ସମ୍ପୂର୍ଣ୍ଣ ନଷ୍ଟ

କାଳିଆ ଅଟଲଗ୍ରାମରେ ଘରପୋଡ଼ିରେ ସମ୍ପୂର୍ଣ୍ଣ ନଷ୍ଟ

ବୈପାରୀଗୁଡା(ଏନ. ସନ୍ତୋଷ କୁମାର): ବୈପାରୀଗୁଡା ତହସିଲ ଅନ୍ତର୍ଗତ ଦଣ୍ଡବାଦୀ ପଂଚାୟତର କାଳିଆ ଅଟଲଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି |

ରାମଗିରି ଫାଣ୍ଡି ଠାରୁ ମାତ୍ର ୮ କିଲୋମିଟର ଦୂରରେ ଥିବା କାଳିଆ ଅଟଳ ଗ୍ରାମରେ ଆଜି ସକାଳ ୧୧.୩୦ ମିନିଟ ସମୟରେ ଉକ୍ତ ଗ୍ରାମର କୃପା ମୁଦୁଲି ଙ୍କ ପୁଅ ସୁଭାଷ ମୁଦୁଲିଙ୍କ ଘରେ ଅଚାନକ ନିଅ ଲାଗିଥିବା ଜଣାପଡିଛି | ଫଳରେ ସୁଭାଷଙ୍କ ଘରେ ଥିବା ଟଙ୍କା, ସୁନା, ଲୁଗାପଟା, ଆସବାବପତ୍ର, ଧାନ, ମାଣ୍ଡିଆ, ଚାଉଳ ସହ ସମସ୍ତ ଜିନିଷ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି | ଘରେ କେହି ନ ଥିବା ବେଳେ ନିଅ କେମିତି ଲାଗିଲା ତାହା ଏବେ ବି ଅସ୍ପଷ୍ଟ ଜଣାପଡିଛି |

ଖବର ପାଇଁ ଗ୍ରାମବାସୀ ଘଟଣା ସ୍ଥଳରେ ପହଂଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ବିଫଳ ହୋଇଥିଲେ | ଏହି ଘଟଣା ବିଷୟରେ ସ୍ଥାନୀୟ ତହସିଲଦାରଙ୍କୁ ସଂଜୀବ କୁମାର ସାହୁଙ୍କୁ ବୁଝିବାରୁ ସେ କହିଥିଲେ ଯେ ସରକାରୀ ନିୟମ ଅନୁଯାୟୀ ସମସ୍ତ ସାହାଯ୍ୟ ଯୋଗାଇଦିଆଯିବ | ଘଟଣା ସ୍ଥଳରେ ଗ୍ରାମବାସୀଙ୍କ ସହ ସ୍ଥାନୀୟ ସରପଞ୍ଚ କାମୁଲି ନାୟକ ମଧ୍ୟ ଉପସ୍ଥିତ ଥିଲେ |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା ଦେଲା ବିଦ୍ଯାର୍ଥୀ ପରିଷଦ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୦୪/୦୬): କରୋନା ମହାମାରୀ ପ୍ରତିହତ କରିବାରେ ଚିକିତ୍ସକ, ନର୍ସ, ଆଶାକର୍ମୀ, ଅଙ୍ଗନବାଡି କର୍ମୀ, ଅଗ୍ନିଶମ କର୍ମଚାରୀମାନଙ୍କ ଅବଦାନ ଅତୁଳନୀୟ। ନିଜର ପରିବାର...

ଅସହାୟ ଲୋକ କଳାକାର ମାନଙ୍କୁ ସହାୟତା ପ୍ରଦାନ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୪/୬): ତାଲାବନ୍ଦ ଯୋଗୁଁ ଲୋକ କଳାକାର ମାନେ ଅନେକ ଅସୁବିଧା ଭିତରେ କାଳାତିପାତ କରୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ପଶ୍ଚିମ...

ରାୟଗଡରେ କଭିଡ ଚିହ୍ନଟ ହେଲା ପରେ କଣ୍ଟେନମେଣ୍ଟ ଅଞ୍ଚଳରେ ସ୍ଥିତି ପରଖିଲେ ଉପଜିଲ୍ଲାପାଳ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡ (୦୪/୦୬): ଗତକାଲି ରାୟଗଡରେ କରୋନା ଆକ୍ରାନ୍ତ ଚିହ୍ନଟ ହେଲାପରେ ଜିଲ୍ଲା ପ୍ରଶାସନ ତରଫରୁ ତୁରନ୍ତ ସହରର ଦୁଇଟି ସ୍ଥାନକୁ କଣ୍ଟେନମେଣ୍ଟ ଅଞ୍ଚଳ...

Recent Comments

%d bloggers like this: