Friday, March 29, 2024

Top 5 This Week

Related Posts

ଅଜଣା ରୋଗରେ ପୀଡ଼ିତା ମିନାକ୍ଷୀଙ୍କ ଉଚ୍ଚ ଚିକିତ୍ସା ପାଇଁ ଅର୍ଥ ହୋଇଛି ବାଧକ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୧୪/୫) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବାଗବର ପଞ୍ଚାୟତ କେନ୍ଦୁପାଲି ଗ୍ରାମର ରାଜୁ ମେହେର ଙ୍କ ସ୍ତ୍ରୀ ମିନାକ୍ଷୀ ମେହେର (୨୮) ଗତ ୭ ବର୍ଷ ଆଗରୁ ତାଙ୍କର ଗୋଡ଼ ଦରଜ ହେବା ଆରମ୍ଭ ହେଲା । ଅଜଣା ରୋଗରେ ପୀଡ଼ିତା ମିନାକ୍ଷୀ ତାଙ୍କ ଉକ୍ତ ଗୋଡ ର ବାରମ୍ବାର ଚିକିତ୍ସା କରାଇଥିଲେ ହେଁ ତାଙ୍କୁ ସୁଫଳ ମିଳିନଥିଲା ।WhatsApp Image 2022 05 14 at 11.10.49 AM ଅଜଣା ରୋଗରେ ପୀଡ଼ିତା ମିନାକ୍ଷୀଙ୍କ ଉଚ୍ଚ ଚିକିତ୍ସା ପାଇଁ ଅର୍ଥ ହୋଇଛି ବାଧକ

ଦିନକୁ ଦିନ ଦରଜ କମିବା ପରିବର୍ତ୍ତେ ବଢ଼ି ଵାକୁ ଲାଗିଲା ପରେ ଡାକ୍ତରଙ୍କ ପରାମର୍ଶ କ୍ରମେ ଅପରେସନ ମଧ୍ୟ କରାଇଥିଲେ କିନ୍ତୁ କିଛି କାମ ଦେଲାନି । ଅପରେସନ ପରେ ମଧ୍ୟ ବେଶୀ ବେଶୀ ଦରଜ ବଢ଼ିବାରୁ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସା କରାଇ ବିଭିନ୍ନ ଜାଗାରୁ ଧାର କରଜ କରାଇ ଅନ୍ୟୁନ ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କଲେଣି ସିନା ହେଲେ ଅଜଣା ରୋଗରେ ପୀଡ଼ିତା ମିନାକ୍ଷୀ ଙ୍କର ଅବସ୍ଥାରେ କୌଣସି ପରିବର୍ତ୍ତନ ହେଉନାହିଁ ।

ତାଙ୍କର ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବା ଯୋଗୁଁ ତଥା ସେମାନେ ବୁଣାକାର ପରିବାର ହେବା କାରଣରୁ ମିନାକ୍ଷୀ ମଧ୍ୟ ତାଙ୍କୁ ବୁଣାକାମରେ କିଛି ସହଯୋଗ କରିପାରୁ ନଥିବା ହେତୁ ବୁଣାକାମ ମଧ୍ୟ ସେମାନେ ଆଉ କରିପାରୁ ନାହାଁନ୍ତି । ଅପରପକ୍ଷରେ ତାଙ୍କପରିବାର ର ରେସନ କାର୍ଡ଼ ରେ ମିନାକ୍ଷୀ ଙ୍କର ନାମ ନଥିବା ହେତୁ ସିଧାସଳଖ ସେମାନେ ବିଜୁ ସ୍ୱାସ୍ଥ୍ୟ କାର୍ଡ଼ରେ ମଧ୍ୟ କିଛି ସୁବିଧା ପାଇପାରୁ ନାହାଁନ୍ତି ।

ଏବେ ସବୁଠାରୁ ନିରାଶ ହୋଇ ଆସନ୍ତା ୨୪ ତାରିଖ ଦିନ ଭୁବନେଶ୍ଵର ଏମ୍ସ ରେ ଚିକିତ୍ସା ପାଇଁ ତାଙ୍କର ସମୟ ଧାର୍ଯ୍ୟ ହେଇଛି ହେଲେ ପାଖରେ ପଇସା ପତ୍ର କିଛି ନ ଥିବାରୁ ସେ ନିଜକୁ ଅତି ଅସୁରକ୍ଷିତ ମଣି ଶେଷରେ ସୁବର୍ଣ୍ଣପୁର ର ବୁଢ଼ାରଜା ସ୍ୱଚ୍ଛାସେବୀ ଅନୁଷ୍ଠାନ କୁ ସହାୟତା ପାଇଁ ଜଣାଇଥିଲେ । ବୁଢ଼ାରଜା ଯୁବ ସମାଜ ସେବୀ ସଙ୍ଗଠନ ର ମଧ୍ୟ ଏକ ୩ ଜଣିଆ ଟିମ୍ ଯାଇ ତାଙ୍କ ଗ୍ରାମକୁ ଯାଇ ତାଙ୍କସହ ଆଲୋଚନା କରି ପ୍ରଥମତଃ ଅନୁଷ୍ଠାନ ଦ୍ଵାରା ପରିଚାଳିତ ଆମ୍ବୁଲାନ୍ସ ଦ୍ୱାରା ମିନାକ୍ଷୀ ଙ୍କୁ ଭୁବନେଶ୍ୱର ଏମ୍ସ କୁ ନେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ।

ତାଙ୍କର ଉଚ୍ଚ ଚିକିତ୍ସାରେ ସହାୟତା ପାଇଁ ଜିଲ୍ଲା ପ୍ରଶାସନ ଓ ବିଭିନ୍ନ ବ୍ୟକ୍ତି ବିଶେଷ ଙ୍କୁ ଉକ୍ତ ପରିବାର କୁ ସହାୟତା ପ୍ରଦାନ ପାଇଁ ଅନୁରୋଧ କରିଛନ୍ତି । ବିଶେଷ କରି ଜିଲ୍ଲା ର ବିଭିନ୍ନ ଗଣମାଧ୍ୟମ ର ପ୍ରତିନିଧି ଙ୍କୁ ମଧ୍ୟ ଏହା ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦେବା ଉପରେ ତାଙ୍କର ଦୃଷ୍ଟି ଆକର୍ଷଣ କରିଛନ୍ତି ।

Popular Articles