Friday, March 29, 2024

Top 5 This Week

Related Posts

ଉପଜିଲ୍ଲାପାଳ ଙ୍କ ଦ୍ୱାରସ୍ଥ ହୋଇ ସୁଦ୍ଧା ପାଇପାରିଲେନି ଜୀବନ ନିଜ ଔଷଧ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର, ତା (୧୨/୦୫) : ବଲାଙ୍ଗୀର ଜିଲ୍ଲା ର ଟିଟିଲାଗଡ ଯେଉଁଠି ରାଜ୍ୟ ର ସର୍ବାଧିକ ମାରାତ୍ମକ ଏଡ୍ସ ରେ ଆକ୍ରାନ୍ତ ରହିଥିବା ଓ ଅନେକ ଏ.ଆର.ଟି. ଔଷଧ ଅର୍ଥ ଅଭାବ ଯୋଗୁଁ ନ ପାଇ ମୃତ୍ୟୁ କୁ ଚାହିଁ ବସିଛନ୍ତି । ସେହି ଟିଟିଲାଗଡ ଉପଜିଲ୍ଲାପାଳ ଙ୍କ ଦ୍ୱାରସ୍ଥ ହୋଇଛନ୍ତି ରାମ କର ।

କୌଣସି ଉପାୟ ନ ପାଇ ଶଯ୍ୟାଶାୟୀ ହୋଇ ଗୁରୁତର ଅସୁସ୍ଥ ହୋଇ ପଡି ରହିଥିବା ଶ୍ରୀ କର ବଡ଼ କଷ୍ଟରେ ମାସିକ ପାଉଥିବା ପାଞ୍ଚ ଶହ ଟଙ୍କା ଭତ୍ତା ଆଣି ବଲାଙ୍ଗୀର ଯାଇ ସେଠୁ ଏ.ଆର.ଟି. ଔଷଧ ଆଣିଥାନ୍ତେ କିନ୍ତୁ ପୌର ପରିଷଦ କାର୍ଯ୍ୟାଳୟରେ ତାହା ତାଙ୍କୁ ମିଳି ନ ଥିଲା । ସେ ବ୍ୟାଙ୍କ ପାସବୁକ ଦେଇଥିବା ଯୋଗୁଁ ତାହା ବ୍ୟାଙ୍କ ଖାତାରେ ପଡିବ କହି ଫେରାଇ ଦିଆଯାଇଥିଲା । ପ୍ରାୟ ପ୍ରତି ମାସ ରେ ଏଭଳି ୧୫ ଦିନ, ମାସେ ରୁ ତିନି ମାସ ଏଭଳି କହି ଆସୁଛନ୍ତି ତେଣୁ ସେ ଓ ଅନ୍ୟ ମାନେ ଭତ୍ତା ଟଙ୍କା ପାଇଁ ହଇରାଣ ହେଉଛନ୍ତି । ବାଧ୍ୟ ହୋଇ ରାମଚନ୍ଦ୍ର ଉପଜିଲ୍ଲାପାଳ ଙ୍କ ନିକଟରେ ପହଞ୍ଚି ଥିବା ସତ୍ତ୍ୱେ ସେ ଵ୍ୟସ୍ତ ଥିବାରୁ ତାଙ୍କ ର ଅନ୍ୟ କର୍ମଚାରୀ ଙ୍କ ନିକଟକୁ ପଠେଇ ଦେଇଥିଲେ ।

ସେଠି ମଧ୍ୟ ସେ ନିରାଶ ହୋଇ ଘରକୁ ଫେରି ନିଜ ଭାଗ୍ୟ କୁ ଆଦରି ବିଛଣା ରେ ପଡିରହିଛନ୍ତି । ବଲାଙ୍ଗୀର ଏ.ଆର.ଟି. କେନ୍ଦ୍ର କୁ ନିଜ ମାସିକ ଭତ୍ତା ଟଙ୍କା ବଳରେ ଯିବାକୁ ବାହାରି ନିରାଶ ଅସହ୍ୟ ରାମ ଙ୍କୁ କିଏ ସହା ହେବ ଏ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Popular Articles