Thursday, March 28, 2024

Top 5 This Week

Related Posts

କାଶୀନଗର ଥାନା ଅଞ୍ଚଳରେ ଚୋରି ବୃଦ୍ଧି

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୩/୦୫) : ଗଜପତି ଜିଲ୍ଲା ର କାଶୀନଗର ଥାନା ଅଞ୍ଚଳରେ ଚୋରି ଘଟଣା ମାନ ବୃଦ୍ଧି ପାଇବାରେ ଲାଗୁଛି । ଗତ ଦୁଇ ଦିନ ତଳେ ଏକ ଚୋରି ଘଟଣା ଘଟି ଯାଇଛି ।

ପ୍ରାପ୍ତ ସୂଚନା ମୁତାବକ କାଶୀନଗର ଥାନା ଅଞ୍ଚଳରେ ସହର ର ୨ କିମି ଦୂର ରାଜିପୁର ଗ୍ରାମ ରେ ଗତ ମଙ୍ଗଳବାର ରାତିରେ ନେଟିମି ମହେଶ ଙ୍କ ଘର ରେ ରାତ୍ର ର ମଧ୍ୟ ଭାଗ ରେ ପଶି ସୁନା ଅଳଙ୍କାର ପ୍ରାୟ ୪ ତୁଳା ଅଧା ଓ ନଗଦ ୨୦୦୦ ଟଙ୍କା ଚୋରି ହୋଇଥିବା ନେଇ କାଶୀନଗର ଥାନାରେ ଅଭିଯୋଗ ହୋଇଛି ।

ପୋଲିସ ଇନ୍ସପେକ୍ଟର ସୁଶାନ୍ତ କୁମାର ସାହୁ ଏହି ସୂଚନା ଦେଇଛନ୍ତି । କାଶୀନଗର ଥାନା କେସ ନ.୫୨/୨୨ ରେ ଏକ ମୋକଦ୍ଦମା ରୁଜ୍ଜୁ ହୋଇଛି । ତଦନ୍ତ ଜାରି ରହିଛି ବୋଲି ଶ୍ରୀ ସାହୁ ସୂଚନା ଦେଇଛନ୍ତି ।

Popular Articles