ପୁଣି ଦାଦନ ଦୁଃଖ : ଦାଦନ ଖଟି ଯାଇଥିବା ସ୍ୱାମୀଙ୍କ ମୃତ ଦେହ ଫେରିଲା

0
142
ପୁଣି ଦାଦନ ଦୁଃଖ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ବେଲପଡା, ତା (୧୨/୦୫) : ପୁଣି ଦାଦନ ଦୁଃଖ ! ବଲାଙ୍ଗୀର ଜିଲ୍ଲା ଏକ ଦାଦନ ପ୍ରବଣ ଅଞ୍ଚଳ ହୋଇଥିବା ବେଳେ ବେଲପଡା ବ୍ଳକ ହେଉଛି  ଦାଦନଗଡ଼ ଭାବେ ପରିଚିତ ।

ସରକାର ଙ୍କ ଦାଦନ ଦମନ ଅଭିଯାନ ଫେଲ ମାରିବା ବେଳେ ପ୍ରଶାସନ ର ଅବହେଳା କିମ୍ବା ବେଆଇନ ଦାଦନ ସର୍ଦ୍ଦାର ଙ୍କୁ ପୋଲିସ ର  ପ୍ରୋତ୍ସାହନ ଦେବା ଯୋଗୁଁ ପୁଣି ଦାଦନ ଦୁଃଖ ବୃଦ୍ଧି ପାଇଚାଲିଛି । ସେ ଯାହାବି ହେଉ ଏଠି ଲୋକେ କାମଧନ୍ଦା ନପାଇ ହଜାର ହଜାର ସଂଖ୍ୟାରେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ଇଟା ଭାଟି ମାଲିକ ମାନଙ୍କ ଠାରୁ ନିର୍ଯ୍ୟାତନା ର ଶିକାର ହେଉଥିବା ସହ କଠୋର ପରିଶ୍ରମ ଏବଂ ଗୁରୁତର ହୋଇଯିବା ପରେ ସୁଦ୍ଧା ଚିକିତ୍ସା ଅଭାବରୁ ଦାଦନ ଶ୍ରମିକଙ୍କ ଗୋଟିଏ ପରେ ଗୋଟିଏ ମୃତ ଦେହ ଫେରୁଥିବା ଦେଖିବାକୁ ମିଳୁଛି ।

ସୂଚନାନୁସାରେ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ବେଲପଡା ଥାନା ଯୁବା ପଞ୍ଚାୟତ ଖଲିପଥର ଗ୍ରାମ ର ନକୁଳ ଧରୁଆ ପରିବାର ସହ ଦାଦନ ସର୍ଦ୍ଦାର ମହେନ୍ଦ୍ର ସୁନା ଙ୍କ ଦ୍ଵାରା ଦାଦନ ଖଟିବାକୁ ଯାଇ ଇଟା ଭାଟି ମାଲିକ ନିର୍ଯାତନା ର ଶିକାର ହୋଇ  ଗତ ମେ ୩ ତାରିଖ ଦିନ ନକୁଳ ଙ୍କ ମୃତ ଦେହ ଗାଁ ପହଞ୍ଚି ଥିବା ବେଳେ ତା’ ପରଦିନ ଅନ୍ୟ ଜଣେ ବେଆଇନ ଦାଦନ ଦଲାଲ୍ ଙ୍କ ଦ୍ଵାରା ଯାଇଥିବା ସୁଲେକେଲା ପଞ୍ଚାୟତ ଅଧିନସ୍ଥ ସୁଲେକେଲା ଗ୍ରାମ ର ଦାଦନ ଶ୍ରମିକ ଯାଇ ଇଟା ଭାଟି ମାଲିକ ର ନିର୍ଯ୍ୟାତନା ର ଶିକାର ହୋଇ ସେଠାରେ ମୃତ୍ୟୁବରଣ କରିଥିଲେ ।

ଇଟା ଭାଟି ମାଲିକ ଆମୁଲେନ୍ସ ଯୋଗେ ଦାଦନ ଶ୍ରମିକଙ୍କ ମୃତ ଦେହ ପରିବାର ଲୋକ ଙ୍କ ନିକଟରେ ପହଞ୍ଚେଇଥିଲେ । ଏପରି ଦୁଃଖଦ ଘଟଣା ମନରୁ ନଲିଭୁଣୁ ପୁଣି ଏକ ଦାଦନ ଶ୍ରମିକ ଙ୍କ ମୃତ ଦେହ ଗାଁ ପହଞ୍ଚି ଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ବେଲପଡା ଥାନା ଧୂମାଭଟା ପଞ୍ଚାୟତ ଖଲଖଲି ଗ୍ରାମ ର ଦାଦନ ଶ୍ରମିକ ଜଗଦୀଶ ମାଝୀ (୪୦) ଙ୍କ ମୃତ ଦେହ ଗାଁ କୁ ପହଞ୍ଚିଛି ।WhatsApp Image 2022 05 12 at 10.01.34 AM ପୁଣି ଦାଦନ ଦୁଃଖ : ଦାଦନ ଖଟି ଯାଇଥିବା ସ୍ୱାମୀଙ୍କ ମୃତ ଦେହ ଫେରିଲା

ମୃତ ଦାଦନ ଶ୍ରମିକଙ୍କୁ ୮୫,୦୦୦ ଟଙ୍କା ବଇନା ଦେଇ ବେଆଇନ ଭାବେ ଦାଦନ ଶ୍ରମିକ ଚାଲାଣ କରୁଥିବା ଦାଦନ ସର୍ଦ୍ଦାର ମହେନ୍ଦ୍ର ସୁନା ଓ୍ବାରେଙ୍ଗେଲ କୁ ଜଗଦୀଶ ଓ ତାଙ୍କ ପରିବାର କୁ ପଠାଇଥିଲେ । ସେଠାରେ ଇଟା ଭାଟି ମାଲିକ ନିର୍ଯାତନାର ଶିକାର ଓ କଠିନ ପରିଶ୍ରମ ସହ ଚିକିତ୍ସା ଅଭାବରୁ ଜଗଦୀଶ ମାଝୀ ଙ୍କ ମୃତ୍ୟୁ ହୋଇଥିଲା ବୋଲି ମୃତ ଦାଦନ ଶ୍ରମିକ ଙ୍କ ସ୍ତ୍ରୀ ଗୀତା ମାଝୀ କହିଛନ୍ତି ।

ମୃତକ ଦାଦନ ଙ୍କ ତିନି ଝିଅ ଓ ଗୋଟିଏ ପୁଅ ପିଙ୍କି (୧୫) , ରିଙ୍କି (୭), ଚୁମକୀ (୫), ପ୍ରିତମ (୩) ଥିବାରୁ ତାଙ୍କ ସ୍ତ୍ରୀ ଗୀତା ଅସହାୟ ହୋଇପଡିଛନ୍ତି । ମୃତ ଦାଦନ ଶ୍ରମିକ ଜଗଦୀଶ ପରିବାର ଜଣେ ରୋଜଗାର କ୍ଷମ ବ୍ୟକ୍ତି ଥିଲେ ଓ ତାଙ୍କ ମୃତ୍ୟୁ ପରେ ପରିବାର ର କିପରି ଛୋଟ ଛୋଟ ପୁଅ ଝିଅ ଙ୍କୁ ପୋଷିବି ? କୋଉଠୁ କ’ଣ ଆଣି ଖାଇବାକୁ ଦେବି ବୋଲି କୋହଭରା କଣ୍ଠରେ କହିଛନ୍ତି ।

ଗରିବ ଆଦିବାସୀ ମୃତ ଦାଦନ ଶ୍ରମିକ ଙ୍କ ପରିବାର ଲୋକଙ୍କୁ ସରକାରୀ ସହାୟତା ଯୋଗାଇ ଦେବା ସହ ବେଆଇନ ଭାବେ ଦାଦନ ଶ୍ରମିକ ଚାଲାଣ କରୁଥିବା ସର୍ଦ୍ଦାର ମହେନ୍ଦ୍ର ସୁନା ବାହାର ରାଜ୍ୟକୁ ଦାଦନ ଖଟିବାକୁ ନେଇଥିବା ଦାଦନ ଶ୍ରମିକ ଙ୍କ ଗୋଟିଏ ପରେ ଗୋଟିଏ ଏଭଳି ୩ ଦାଦନ ଙ୍କ ମୃତ ଦେହ ଗାଁ ଫେରୁଛି । ଏଥିପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ, ଶ୍ରମ ବିଭାଗ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।