Friday, March 29, 2024

Top 5 This Week

Related Posts

କଲେଜ ଅଧ୍ୟକ୍ଷ ଙ୍କ ସଗୁଆନ ଗଛ ବ୍ୟବସାୟ : ଅର୍ଥ ଲୋଭରେ ପଡି ଚର୍ଚ୍ଚାରେ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟିଲାଗଡ, ତା(୧୧/୦୫) : ଟିଟିଲାଗଡ ରେଳ ବିଭାଗ ଅଧୀନରେ ରହିଥିବା ଡିଏଭି ମହାବିଦ୍ୟାଳୟ ପରିସର ରୁ ବିନା ସରକାରୀ ଅନୁମତି କ୍ରମେ କଲେଜ ଅଧ୍ୟକ୍ଷ ନିଜେ ମନମୁଖୀ ଭାବେ ସାଗୁଆନ ଗଛ ମାନ କଟେଇ ଗ୍ରାହକ ଠିକ କରି ବିକ୍ରି କରିବା ପରି ଗୁରୁତର ଅଭିଯୋଗ ହୋଇଛି ।WhatsApp Image 2022 05 11 at 7.29.41 PM କଲେଜ ଅଧ୍ୟକ୍ଷ ଙ୍କ ସଗୁଆନ ଗଛ ବ୍ୟବସାୟ : ଅର୍ଥ ଲୋଭରେ ପଡି ଚର୍ଚ୍ଚାରେ

ପ୍ରକାଶ ଯେ, ଏହି ବିଦ୍ୟାଳୟ ଦୀର୍ଘ ବର୍ଷ ପୂର୍ବରୁ ରେଳ ବିଭାଗ ଅଧୀନରେ ରହିଥିବା ବେଳେ ସେଠି ଥିବା ବିଭାଗୀୟ ରେଲୱେ ଗୃହ ଗୁଡିକୁ ଛାତ୍ର ଛାତ୍ରୀ ଙ୍କ ରହିବା ଓ ପାଠ ପଢ଼ା ତଥା ଅଫିସ କାର୍ଯ୍ୟାଳୟ ଭାବେ ବର୍ତ୍ତମାନ ସୁଦ୍ଧା ଚାଲିଆସୁଛି । ଏହି ମହାବିଦ୍ୟାଳୟ ରୁ ପୂର୍ବରୁ ରହିଥିବା କେନ୍ଦ୍ର ସରକାର ଙ୍କ ରେଳ ଲାଇନ ମାନ ଅନୁରୂପ ଭାବେ ପୂର୍ବତନ କଲେଜ ଅଧ୍ୟକ୍ଷ ଥିବା ଉପେନ୍ଦ୍ର ମହାନ୍ତି ଏକ ଛତିଶଗଡ଼ ର ଭଡା ଟ୍ରକ ଯୋଗେ ଅନ୍ୟତ୍ର ସ୍ଥାନାନ୍ତରିତ ବେଳେ ଟିଟିଲାଗଡ ଆର ପି ଏଫ ପୋଲିସ ଏକ ମାମଲା ଦାୟର କରି ଟ୍ରକ କୁ ଜବତ କରିଥିଲା ।

ବର୍ତ୍ତମାନ ଅନୁରୂପ ଭାବେ, ଏହି ବିଦ୍ୟାଳୟ ପରିସରରେ ଥିବା ଦାମୀ ସାଗୁଆନ ଗଛ ଗୁଡିକ ଜଣେ ଅସାଧୁ ବ୍ୟବସାୟୀ ସହ ଏଠାକାର ଦାୟିତ୍ୱରତ ଅଧ୍ୟକ୍ଷ ନିଜେ ମୁଲଚାଲ କରି ଉକ୍ତ ଟଙ୍କା ଲୋଭ ରେ ପଡି କିଛି ବ୍ୟକ୍ତି ଙ୍କୁ ଲଗେଇ ଗଛ ଗୁଡିକ ବିନା ଅନୁମତି କ୍ରମେ କାଟି ଦେଇଥିବା ଦେଖାଯାଇଛି ।ସରକାରୀ ନିୟମ କ୍ରମେ, ଏହି ସଗୁଆନ ଗଛ କାଟିବା ଅଭିଯୋଗ କ୍ରମେ ଜାମିନ ବିହୀନ ଗିରଫ ପର ଉୱନା ସହ ଆଜୀବନ ଜେଲ ଦଣ୍ଡ ବ୍ୟବସ୍ଥା ରହିଛି ।

ସେହିପରି ଅନୁମତି ନିମନ୍ତେ ଆବେଦନ ଉକ୍ତ ରେଳ ବିଭାଗ ତଥା ସ୍ଥାନୀୟ ତହସିଲଦାର ଓ ଆର ଆଇ ଙ୍କ ସ୍ୱୀକୃତି ପରେ ଜିଲ୍ଲା ଜଙ୍ଗଲ ବିଭାଗ ଅଧିକାରୀ ଅନୁମତି ପ୍ରଦାନ କରିବେ ହେଲେ ଉକ୍ତ ଅଧିକାରୀ ବର୍ତ୍ତମାନ ସୁଦ୍ଧା କିଛି ଜାଣି ନ ଥିବା ଆଶ୍ଚର୍ଯ୍ୟ ସୃଷ୍ଟି କରିଛି । ସେହିପରି ଜଙ୍ଗଲ ବିଭାଗ ନିକଟରେ ବି ଖବର ନ ଥିବା ଓ ପରେ ସ୍ଥାନୀୟ ରେଞ୍ଜର କେବଳ ଖବର ସାଧାରଣ ରେ ଚର୍ଚ୍ଚା ହେବାରୁ ନାମକୁ ମାତ୍ର ଯାଇ ଉକ୍ତ କଟା ଗଛ ଗାଣ୍ଡି ର ଫୋଟୋ ମୋବାଇଲ ରେ ଉଠେଇ କାର୍ଯ୍ୟାନୁଷ୍ଠାନ ହେବ କହି ସଲା ସୁତୁରା ନୀତି କରି ଏକ ଜାଲ ଅନୁମତି ପତ୍ର ଥିବା ଦର୍ଶାଉଛନ୍ତି । ହେଲେ ଏକ ଲକ୍ଷ ତିରିଶ ହଜାର ଟଙ୍କା ର ସେ ରସିଦ କଟା ଯାଇଥିବା କହୁଥିବା ବେଳେ ତାହା କାହାକୁ ଦେଖାଉ ନାହାଁନ୍ତି ।

ଏ ନେଇ ଚର୍ଚ୍ଚା ବେଶ ଜୋର ଧରିଥିବା ବେଳେ ଯେହେତୁ ଅଧ୍ୟକ୍ଷ ଲୋକ ଲଗେଇ ଗଛ କଟା ଓ ଅନେକ ବିକ୍ରି କରିସାରିଥିବା ଗଛ ଗୁଡିକ ରୁ ପୂର୍ବରୁ ବେଶ ଲାଭବାନ ହୋଇଆସୁଥିବା ବେଳେ ବର୍ତ୍ତମାନ ଏକା ଥରକେ ବହୁ ମୂଲ୍ୟ ର ସଗୁଆନ ଗଛ କାଟି ଚର୍ଚ୍ଚା ରେ ରହିଛନ୍ତି । ଗତ ଦୁଇ ଦିନ ହେଲା ଜଙ୍ଗଲ ବିଭାଗ ରେଞ୍ଜ ଅଧିକାରୀ ଅଧ୍ୟକ୍ଷ ଙ୍କୁ ଗିରଫ କିଭଳି ନ କରି ଘଟଣାବ କୁ ଚପେଇ ଦେବେ ସେ ନେଇ ସ୍ଥାନୀୟ ବିଧାୟିକା ନିର୍ଦ୍ଦେଶ ଦେଇଥିବା ଚର୍ଚ୍ଚା ହେଉଛି ।

ଏ ନେଇ ଅଧ୍ୟକ୍ଷ ଓ ରେଞ୍ଜର ଙ୍କ ବିରୋଧ ରେ ତୁରନ୍ତ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ପରିବେଶ ବିତ ତଥା ଜନସେବା ସଙ୍ଘ ତରଫରୁ ଦାବି ସହ ଦୃଢ଼ ନିନ୍ଦା କରାଯାଇଛି ।

Popular Articles