ଭିମାରାଓ ଆମ୍ବେଦକରଙ୍କ ୧୨୮ତମ ଜନ୍ମ ଜୟନ୍ତୀ ପାଳିତ

ରାୟଗଡ଼ ଜ଼ିଲ୍ଲା ପ୍ରତିନିଧି (ଅମୁଲ୍ୟ ନିଶଙ୍କ): ରାୟଗଡା ଜ଼ିଲ୍ଲା ପ୍ରଶାସନ ଓ ସୂଚନା ଲୋକ ସମ୍ପର୍କ ବିଭାଗ ତରଫରୁ ସମ୍ବିଧାନ ପ୍ରାଣୀତା ସ୍ବର୍ଗତ ଡାକ୍ତର ଭିମା ରାଓ ଆମ୍ବେଦକରଙ୍କ ୧୨୮ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ରାୟଗଡା ବସ ଷ୍ଟାଣ୍ଡ ଓ ରେଲି ସାହି ନିକଟସ୍ଥ ବି ଆର ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଉପରେ ଜ଼ିଲ୍ଲାପାଳ ଶ୍ରୀ ପ୍ରମୋଦ କୁମାର ବେହେରା, ବିଶିଷ୍ଟ ଶିକ୍ଷାବିତ ଦୁଷମନ୍ତ ମହାନ୍ତି ପୁଷ୍ପାମାଲ୍ୟ ଅର୍ପଣ କରିଥିଲେ |

ପରେ ରାୟଗଡା କଲେଜରେ ସମ୍ମିଳନୀ କକ୍ଷରେ ଏହି ଅବସରରେ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି | ମୁଖ୍ୟ ଅତିଥି ରୂପେ ଜ଼ିଲ୍ଲାପାଳ ଯୋଗ ଦେଇ ଆମ୍ବେଦକରଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ | ଆମ୍ବେଦକର କିପରି ସମ୍ବିଧାନ ପ୍ରଣୟନ କରିଥିଲେ ସେ ବିଷୟରେ ମୁଖ୍ୟ ଅନ୍ୟତମ ଅତିଥି ବିଶିଷ୍ଟ ଶିକ୍ଷାବିତ ତଥା ମହିଳା ମହାବିଦ୍ୟାଳୟର ଅଧ୍ୟାପକ ଡାକ୍ତର ଦୁଷ୍ମନ୍ତ ମହାନ୍ତି କହିଥିଲେ | କଲେଜ ଅଧକ୍ଷ ଏସ କେ ତ୍ରିପାଠୀ ମଂଚାସୀନ ଥିଲେ | ଆମ୍ବେଦକରଙ୍କ ଚିନ୍ତାଧାରାକୁ ଅନୁପ୍ରାଣିତ ହେବା ନିମନ୍ତେ ଅତିଥି ମାନେ ମତ ରଖିଥିଲେ | ଶେଷରେ ଡି ଆଇ ପି ଆର ଓ ବସନ୍ତ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ |

Comments are closed.