ମାଓ ଗତିବିଧି ସକ୍ରିୟ : କୁମ୍ବିଂ ଅପରେସନ ରେ ମାଓବାଦୀ ଙ୍କ ଛାତ୍ରଭଙ୍ଗ, ମାଓ ସାମଗ୍ରୀ ଜବତ

0
131
ମାଓ ଗତିବିଧି

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର, ତା (୧୧/୦୫) : ବଲାଙ୍ଗୀର ଜିଲ୍ଲାରେ ବିଗତ ନିର୍ବାଚନ ପୂର୍ବରୁ ପୋଲିସ ପ୍ରଶାସନ ବେଶ ସକ୍ରିୟ ରହି ମାଓ ଗତିବିଧି ବେଶ ନିୟନ୍ତ୍ରଣ କରିଥିବା ବେଳେ ଜିଲ୍ଲା ର ପ୍ରାନ୍ତୀୟ ଅଞ୍ଚଳରେ ତାଙ୍କ କାର୍ଯ୍ୟକଳାପ ଜାରି ରଖିଥିଲେ ।WhatsApp Image 2022 05 11 at 7.29.10 PM ମାଓ ଗତିବିଧି ସକ୍ରିୟ : କୁମ୍ବିଂ ଅପରେସନ ରେ ମାଓବାଦୀ ଙ୍କ ଛାତ୍ରଭଙ୍ଗ, ମାଓ ସାମଗ୍ରୀ ଜବତ

ବିଶେଷ କରି ନୂତନ ସଦସ୍ୟ ଗ୍ରହଣ ନିମନ୍ତେ ବିଭିନ୍ନ ଅଞ୍ଚଳ ଗୁଡିକ ଜଙ୍ଗଲ ରେ ଛାଉଣୀ ସହ ରଣ, କୌଶଳ ସିଖେଇବା ପାଇଁ ମାଓ ଗତିବିଧି ବେଶ ସକ୍ରିୟ ଭାବେ ଚାଲିଥିଲା । ଏହି କିଛି ମାଓବାଦୀ ସଂଗଠନ ବରିଷ୍ଠ ସଦସ୍ୟ ବିଭିନ୍ନ ଗ୍ରାମ ଗୁଡିକ ରୁ ଅର୍ଥ ପ୍ରଲୋଭନ ଦେଖାଇ ତଥା ବିଭିନ୍ନ ବ୍ୟକ୍ତି ଙ୍କ ସହ ପାରିବାରିକ ସମ୍ପର୍କ ସ୍ଥାପନ କରି ମହିଳା ସଦସ୍ୟ ଙ୍କୁ ବି ସାମିଲ କରାଯାଉଛି ।

ଏବେ ନିର୍ବାଚନ ପରେ ପୁନଃ ଉକ୍ତ କାର୍ଯ୍ୟକଳାପ ଆରମ୍ଭ ହୋଇଛି । ଜଙ୍ଗଲ ବିଭାଗ ଓ ପୋଲିସ ପ୍ରଶାସନ ଏ ନେଇ ତତ୍ପରତା ପ୍ରକାଶ କରିବା ଦେଖା ଯାଉନାହିଁ । ଯଦ୍ୱାରା ତାଙ୍କ ଯୋଜନା ଅନୁଯାୟୀ ଏହି ମାଓବାଦୀ କାର୍ଯ୍ୟକଳାପ ବୃଦ୍ଧି ପାଉଛି । ଜିଲ୍ଲାର ପାଟଣାଗଡ଼, ବେଳପଡା, ଟିଟିଲାଗଡ ନିକଟସ୍ଥ ସାତ ବହନି, ଗୁଲମୀ ରେଞ୍ଜ ଅଧିନସ୍ଥ ଟୁପା ଉଡା ସଂରକ୍ଷିତ ଜଙ୍ଗଲରେ ବର୍ତ୍ତମାନ ସୁଦ୍ଧା କ୍ୟାମ୍ପ କରି ରହିଥିବା ଜଣାଯାଇଛି ।

ସୂଚନା ଅନୁଯାୟୀ ମୁରିବାହାଲ ରେଞ୍ଜ ଅଧିନସ୍ଥ ବହଲପଦର ଗ୍ରାମ ରୁ ଗତ ଦୁଇ ମାସ ତଳେ ତିନି ଜଣ ଯୁବକ ସଂକୀର୍ତ୍ତନ ଭୋଇ, ତ୍ରିନାଥ ମାଝୀ, କୈଲାସ ହରପାଲ ନାମକ ଯୁବକ ଡୁମେରବାହାଲ ନିକଟସ୍ଥ ଗୁଲମୀ ଜଙ୍ଗଲ କିଛି ବ୍ୟକ୍ତି ଙ୍କ ସହ ଯାଇ ବର୍ତ୍ତମାନ ସୁଦ୍ଧା ନ ଫେରିଥିବା ପରିବାର ଲୋକେ ପ୍ରକାଶ କରିଛନ୍ତି । ଉକ୍ତ ଯୁବକ ଫୋନ ରେ କେବଳ ଥରେ ମାତ୍ର ଅନିଚ୍ଛା ସତ୍ୱେ କଥା ହୋଇଥିବା ଓ ତା’ ପରେ କୌଣସି ଯୋଗାଯୋଗ ନ ଥିବା ତଥା ସେମାନେ ଉକ୍ତ ମାଓବାଦୀ ଙ୍କ ସହ ଥିବା କହିଛନ୍ତି ।WhatsApp Image 2022 05 11 at 7.29.10 PM 2 ମାଓ ଗତିବିଧି ସକ୍ରିୟ : କୁମ୍ବିଂ ଅପରେସନ ରେ ମାଓବାଦୀ ଙ୍କ ଛାତ୍ରଭଙ୍ଗ, ମାଓ ସାମଗ୍ରୀ ଜବତ

ସେହିପରି ବଲାଙ୍ଗୀରରେ ପୋଲିସ୍ ଓ ମାଓବାଦୀଙ୍କ ମଧ୍ୟରେ ଆଜି ତୁରେକେଲା ଜଙ୍ଗଲ ରେ ଗୁଳି ବିନିମୟ ଘଟଣା ନଜର କୁ ଆସିଛି । ପୋଲିସ୍ ପକ୍ଷରୁ କୁମ୍ବିଂ ଅପରେସନ ଜୋରଦାର କରାଯାଇଛି । ମିଳିଥିବା ସୂଚନା ଅନୁସାରେ ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ମହଖଣ୍ଡ ଜଙ୍ଗଲରେ ପୋଲିସ୍ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ପ୍ରାୟ ୩୦ ରୁ ଉର୍ଦ୍ଧ୍ଵ ମାଓବାଦୀ ରାତିରେ ଜଙ୍ଗଲ ପାଖ କଦଲିପାଲି ଗ୍ରାମକୁ ଆସିଥିଲେ । ଯାହାର ଖବର ପୋଲିସ୍ ପାଇବା ପରେ ଗାଁକୁ ଡିଭିଏଫ ତଥା ଏସଓଜି ଯବାନମାନେ ଘେରାବନ୍ଦୀ କରିଥିଲେ ।

ସେହିପରି ଭୋର ୪ଟା ସମୟରେ ଏମାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ତେବେ ମାଓବାଦୀ ମାନେ ଗାଁ ରୁ ଖସି ପଳାଇଥିବା ବେଳେ ପୋଲିସ ସଂପୃକ୍ତ ଅଞ୍ଚଳରେ ତଥା ମହଖଣ୍ଡ ଜଙ୍ଗଲରେ କୁମ୍ବିଂ ଅପରେସନ ଜୋରଦାର କରିଛି । ଘଟଣାରେ କୌଣସି ମୃତାହତ ର ସୂଚନା ଆସିନାହିଁ । ଜିଲ୍ଲା ରେ ବର୍ତ୍ତମାନ ଏହି ମାଓବାଦୀ ତଥା ତାଙ୍କ କାର୍ଯ୍ୟକଳାପ ନେଇ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରିବା ଦାବି ପ୍ରକାଶ ପାଉଛି ।