୨ ବାଇକ ମୁହାଁମୁହିଁ ଧକ୍କା : ଜଣେ ମୃତ ଚାରି ଆହତ

0
140
୨ ବାଇକ ମୁହାଁମୁହିଁ

ରିପୋର୍ଟ : ନରତ୍ତମ ପାଢୀ
ରାମନାଗୁଡା, (୧୧/୫) : ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ଅନ୍ତର୍ଗତ ଗୁମୁଡା ନିକଟ ସୁଥରାଜପୁର ଠାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଯାଇଛି । ୨ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣଙ୍କ ମୃତ୍ୟୁ ହୋଇଛି ।WhatsApp Image 2022 05 11 at 7.28.25 PM ୨ ବାଇକ ମୁହାଁମୁହିଁ ଧକ୍କା : ଜଣେ ମୃତ ଚାରି ଆହତ

ଖବରରୁ ପ୍ରକାଶ ଯେ ନୂଆଗଡ଼ ରୁ ରାମନାଗୁଡା ଅଭିମୁଖେ ଦୁଇ ଜଣ ଯୁବକ ଓଡି ୧୮ଜେ ୪୭୧୯ ନମ୍ବର ବିଶିଷ୍ଟ ବାଇକ ଯୋଗେ ଯାତ୍ରା କରୁଥିବା ବେଳେ ରାମନାଗୁଡା ନିକଟ ଗୋସେଇଁ ଗୁଲୁମୁଣ୍ଡା ଠାରୁ ଏକ ବାହାଘର ଭୋଜି ରୋଷେଇ ସାରି ନିଜ ଘର ଲିମାପଦର କୁ ଓଡି୧୮ ଜେ ୯୯୨୭ ନମ୍ବର ବିଶିଷ୍ଟ ବାଇକ ରେ ତିନି ଜଣ ଫେରୁଥିବା ସମୟରେ ସୁଥରାଜପୁର ନିକଟ ବୁଲାଣି ରେ ୨ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ଲିମାପଦର ର ରମେଶ ପଣ୍ଡା ନାମକ ବ୍ୟକ୍ତି ଙ୍କ ମୁତ୍ୟୁ ଘଟିଥିବା ଜଣାପଡିଛି ।

ଅନ୍ୟ ଚାରି ଜଣଙ୍କ ମଧ୍ୟରୁ ତିନି ଜଣ ଆହତ ହୋଇଥିବା ବେଳେ ଜଣେ ଯୁବକ ଗୁରୁତର ଥିବା ସୂଚନା ମିଳିଛି । ଏହି ଚାରି ଆହତ ବ୍ୟକ୍ତି ଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଗୁଣୁପୁର ଉପଖଣ୍ଡ ଚିକିତ୍ସାଳୟ କୁ ପଠେଇ ଦେଇଥିବା ଖବର ମିଳିଛି ।