Related Contents

ଆଇସିସି ବିଶ୍ୱକପ କ୍ରିକେଟ ପାଇଁ ୧୪ଜଣଙ୍କ ନାମ ଘୋଷଣା

ଭୁବନେଶ୍ୱର(ଓଡିଶା ନ୍ୟୁଜ୨୪): ଆସନ୍ତା ମେ’ ୩୦ରୁ ଆରମ୍ଭ ହେବାକୁ ଯାଉଛି ଆଇସିସି ବିଶ୍ୱକପ୍ କ୍ରିକେଟ୍ ।

ଏଥିପାଇଁ ଏପ୍ରିଲ ୨୩ତାରିଖ ସୁଦ୍ଧା ବିଶ୍ୱକପରେ ଭାଗ ନେବାକୁ ଥିବା ସମସ୍ତ ଟିମଙ୍କୁ ନିଜର ୧୫ଜଣିଆ ଦଳ ଘୋଷଣା କରିବାକୁ ଆଇସିସି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଆସନ୍ତାକାଲି ଏହି ବିଶ୍ୱକପ୍ ପାଇଁ ଭାରତୀୟ ଦଳର ୧୫ଜଣିଆ ଦଳ ଏମଏସକେ ପ୍ରସାଦଙ୍କ ଅଧ୍ୟକ୍ଷତାରେ ଥିବା ଚୟନ କମିଟି ନାଁ ଚୂଡାନ୍ତ କରିବ । ହେଲେ ୧୫ଜଣିଆ ଦଳରେ କିଏ ରହିବେ ତାହାକୁ ନେଇ ଏବେଠାରୁ ଅନେକ କଳ୍ପନାଜଳ୍ପନା ପ୍ରକାଶ ପାଇଥିବା ବେଳେ ଜାତୀୟ ସ୍ତରର ଖବର କାଗଜ ଦି ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସରେ ପ୍ରକାଶିତ ରିପୋର୍ଟ ଅନୁସାରେ ୧୫ଜଣିଆ ଦଳ ମଧ୍ୟରୁ ଇତିମଧ୍ୟରେ ୧୪ଜଣଙ୍କ ନାଁ ଚୂଡାନ୍ତ ହୋଇସାରିଲାଣି । କାଲି ଆଉ ମାତ୍ର ଜଣଙ୍କ ନାଁ ଚୂଡାନ୍ତ ହୋଇଯିବ ।

ଏହି ରିପୋର୍ଟ ଅନୁସାରେ ବିରାଟ କୋହଲି ଦଳର ନେତୃତ୍ୱ ନେବେ । ଅନ୍ୟଖେଳାଳୀଙ୍କ ମଧ୍ୟରେ ରୋହିତ ଶର୍ମା, ମହେନ୍ଦ୍ର ସିଂ ଧୋନୀ, ଶିଖର ଧୱନ, ହାର୍ଦ୍ଦିକ ପାଣ୍ଡ୍ୟା, ଯୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଭୁବନେଶ୍ୱର କୁମାର, ବୁମରା, ମହମ୍ମାଦ ସାମି, କେଦାର ଯାଦବ, କେ.ଏଲ. ରାହୁଲ, ବିଜୟ ଶଙ୍କର ଓ ଋଷଭ ପନ୍ଥ ପ୍ରମୁଖ ସାମିଲ ଅଛନ୍ତି ବୋଲି ଉକ୍ତ ରିପୋର୍ଟରେ ପ୍ରକାଶ ପାଇଛି ।

Comments are closed.