ବରିଷ୍ଠ ନାଗରିକ ମଞ୍ଚ ଓ ଓୟୁଜେ ପକ୍ଷରୁ ପଣା ସଂକ୍ରାନ୍ତି ପାଳନ

ରାୟଗଡା ଜିଲ୍ଲାପ୍ରତିନିଧି(ଅମୁଲ୍ୟ ନିସଙ୍କ): ପବିତ୍ର ମହାବିଷୁବ ସଂକ୍ରାନ୍ତି ତଥା ହନୁମାନ ଜୟନ୍ତୀ ସହ ନୂତନ ଓଡ଼ିଆ ନୁଆଁ ବର୍ଷ ରାୟଗଡା ସହରରେ ଧୁମଧାମରେ ପାଳନ କରାଯାଇଛି |

ସକାଳୁ ସକାଳୁ ସମସ୍ତ ଜନସାଧାରଣ ପିଲା ଠୁ ଆରମ୍ଭ କରି ବୟ ବୃଦ୍ଧ ସମସ୍ତେ ଭଗବାନ ମହାବୀର ବଜରଙ୍ଗ ବଳି ହନୁମାନଙ୍କ ମନ୍ଦିରକୁ ଯାଇ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଥିଲେ | ଏହି ଭକ୍ତ ମାନଙ୍କୁ ପଣା ବଣ୍ଟନ କରା ଯାଇଥିଲା | ଠିକ ସେହିପରି ରାୟଗଡାର ବରିଷ୍ଠ ନାଗରିକ ମଞ୍ଚ ଓ ଓଡିଶା ୟୁନିଅନ ଅଫ ଜର୍ଣ୍ଣାଲିଷ୍ଟ ସଙ୍ଘ ଜନସାଧାରଣଙ୍କୁ ପଣା ବାଣ୍ଟି ଥିଲେ | ବରିଷ୍ଠ ନାଗରିକଙ୍କ ତାଙ୍କରି କାର୍ଯ୍ୟାଳୟ ପରିଷରରେ ପଣା ବଣ୍ଟନ ସହ ବନ୍ଧୁମିଳନ କରିଥିଲେ | ଠିକ ସେହିପରି ଓ ୟୁ ଯେ ତରଫରୁ ଡି ଆର ଡି ଏ କାର୍ୟଳୟ ସମ୍ମୁଖରେ ଜନସାଧାରଣଙ୍କୁ ପଣା ବାଣ୍ଟିଥିଲେ |

ଦୀର୍ଘ ବର୍ଷ ଧରି ଏହି ପରିଣତ ବୟଷରେ ଆମେ ସମସ୍ତେ ଏକାଠି ହୋଇ ଏହି ହିନ୍ଦୁ ନବ ବର୍ଷ ସାଙ୍ଗକୁ ପଣା ସଂକ୍ରାନ୍ତି ପାଳନ କରୁଛୁ ଓ ସମସ୍ତେ ଭାଇ ଚାରାର ସହ ରହିବା ନିମନ୍ତେ ଜନସାଧାରଣଙ୍କୁ ନିବେଦନ କରୁଛୁ ବୋଲି ବରିଷ୍ଠ ନାଗରିକ ମଞ୍ଚ ସଭାପତି ପ୍ରକାଶ କରିଥିଲେ | ବହୁ ବ୍ୟକ୍ତି ପଣା ସେବନ କରି ଆତ୍ମା ସଂତୋଷ କରିଥିଲେ |

Comments are closed.