ବିବାହ ର ପ୍ରତିଶୃତି ଦେଇ ପ୍ରତାରଣା କରି ଯୁବକ ଗିରଫ

0
156
ବିବାହ ର ପ୍ରତିଶୃତି

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୧/୦୫) : ଗଜପତି ଜିଲ୍ଲା ର କାଶୀନଗର ପୌର ଅଞ୍ଚଳ ରେ ଜଣେ ଯୁବକ ବିବାହ ର ପ୍ରତିଶୃତି ଦେଇ ପ୍ରତାରଣା କରି ଫେରାର ହୋଇ ଯାଇଥିଲେ । କିନ୍ତୁ ଗତକାଲି ତାକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣା ପଡ଼ିଛି ।

ପ୍ରାପ୍ତ ଖବର ଅନୁଯାୟୀ କାଶୀନଗର ଫରେଷ୍ଟ ଛକ ଅଞ୍ଚଳ ରେ ଜଣେ ହୋଟେଲ ବ୍ୟବସାୟୀ ଜଣେ ଯୁବତୀ ଙ୍କୁ ପ୍ରେମ କରି ବିବାହ ର ପ୍ରତିଶୃତି ଦେଇ ଜନୈକ ଯୁବତୀ ସହ ଦୈହିକ ସମ୍ପର୍କ ରଖି ଆସୁଥିବା ଯୁବତୀ ଜଣକ କାଶୀନଗର ଥାନାରେ ଅଭିଯୋଗ କରିଥିଲେ । କାଶୀନଗର ପୋଲିସ ଏକ ମକଦ୍ଦମା ରୁଜୁ କରି ତଦନ୍ତ କରୁଥିଲେ । କେଶ୍ ନ.୧୩୪/୨୧ ରୁଜ୍ଜୁ ହୋଇଥିଲା । ଆସାମୀ ପି. ଜଗଦୀଶ ଫେରାର ହୋଇଥିଲା । ଗତକାଲି କୌଣସି ସୂତ୍ରରୁ ଖବର ପାଇ ତାକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣା ପଡ଼ିଛି ।