ଓଡିଶା ସମ୍ମନ୍ୱିତ ପ୍ରକଳ୍ପରେ ଜଳବାୟୁ ପରିବର୍ତ୍ତନ ସହଣୀ କୃଷି କାର୍ଯ୍ୟକ୍ରମ ସମ୍ୱନ୍ଧୀୟ ଜିଲ୍ଲା ସ୍ତରୀୟ କର୍ମଶାଳା

0
145
ଓଡିଶା ସମ୍ମନ୍ୱିତ ପ୍ରକଳ୍ପରେ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୧୦/୫) : କୃଷି ବିଜ୍ଞାନ କେନ୍ଦ୍ର ସଭାଗୃହରେ ଓଡିଶା ସମ୍ମନ୍ୱିତ ପ୍ରକଳ୍ପରେ ଜଳବାୟୁ ପରିବର୍ତ୍ତନ ସହଣୀ କୃଷି ଯୋଜନା ଉପରେ ଆଧାରିତ ଏକ କର୍ମଶାଳା ସହାଭାଗୀ ଅନୁଷ୍ଠାନ ଆଇ ଆର ଡି ଏମ ଏସ, ଜୋନ -୫ ଦ୍ୱାରା ଆୟୋଜିତ କରାଯାଇଥିଲା lWhatsApp Image 2022 05 10 at 7.01.24 PM 1 ଓଡିଶା ସମ୍ମନ୍ୱିତ ପ୍ରକଳ୍ପରେ ଜଳବାୟୁ ପରିବର୍ତ୍ତନ ସହଣୀ କୃଷି କାର୍ଯ୍ୟକ୍ରମ ସମ୍ୱନ୍ଧୀୟ ଜିଲ୍ଲା ସ୍ତରୀୟ କର୍ମଶାଳା

ଏହି କର୍ମଶାଳାରେ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ସୂର୍ଯ୍ୟନାରାୟଣ ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ l ଆଇ ଆର ଡି ଏମ ଏସ, ଜୋନ -୫ ର ଟିମ ଲିଡର ପରୀକ୍ଷିତ ଚୌହାନ ଙ୍କ ସଭାପତିତ୍ୱରେ ଆୟୋଜିତ ଓଡିଶା ସମ୍ମନ୍ୱିତ ପ୍ରକଳ୍ପରେ ଜଳବାୟୁ ପରିବର୍ତ୍ତନ ସହଣୀ କୃଷି କାର୍ଯ୍ୟକ୍ରମ ସମ୍ୱନ୍ଧୀୟ ଜିଲ୍ଲା ସ୍ତରୀୟ କର୍ମଶାଳାରେ କ୍ଷୁଦ୍ର ଜଳସେଚନ ବିଭାଗ, କୃଷି ବିଭାଗ, ଉଦ୍ୟାନ ବିଭାଗ, ମତ୍ସ୍ୟ ବିଭାଗ, କୃଷି ବିଜ୍ଞାନ କେନ୍ଦ୍ର ର ବୈଜ୍ଞାନିକ ମୁଖ୍ୟ ଡ଼ଃ ଜୀବନଜୀତ ସେନ, ଡ଼ଃ ସୁରଜ୍ୟୋତି ପ୍ରଧାନ, ଡ଼ଃ ତ୍ରିନାଥ ଖଣ୍ଡାୟତରାୟ, ପ୍ରାଣୀ ବିଭାଗ ର ଜିଲ୍ଲା ମୁଖ୍ୟ ଅଧିକାରୀ ବୃନ୍ଦ ଯୋଗଦେଇ ଜଳବାୟୁ ପରିବର୍ତ୍ତନ ସହଣୀ କୃଷି ଉପରେ ଆଲୋକପାତ କରିଥିଲେ l

ସହଯୋଗୀ ବିଭାଗ ଏବଂ ସହାଭାଗୀ ଅନୁଷ୍ଠାନର ମିଳିତ ସହଯୋଗରେ ଆଗାମୀ ଆର୍ଥିକ ବର୍ଷ ୨୦୨୨ -୨୩ ପାଇଁ ଯୋଜନା ପ୍ରସ୍ତୁତ ନିମନ୍ତେ ସ୍ଥିର କରାଗଲା l ଚାଷୀ ମାନଙ୍କର ସ୍ୱାର୍ଥ ଦୃଷ୍ଟିରୁ OIIPCRA ଯୋଜନାରେ ପାଣି ପଞ୍ଚାୟତ କୁ ସୁଦୃଢ଼ୀ କରଣ କରାଯାଇ ତା ମାଧ୍ୟମରେ କାର୍ଯ୍ୟକ୍ରମ କୁ ଆଗେଇ ନେବାପାଇଁ ଆଲୋଚନା କରାଯାଇଥିଲା l

ଏଥିରେ ଜିଲ୍ଲାର ବିଭିନ୍ନ ପାଣି ପାଞ୍ଚାୟତ କର୍ମକର୍ତ୍ତା ଓ ଅଗ୍ରଣୀ ଚାଷୀ ମାନେ ଅଂଶଗ୍ରହଣ କରିଥିଲେ l ଏହି କାର୍ଯ୍ୟକ୍ରମ କୁ OIIPCRA ଯୋଜନାରେ ଜଡିତ ଆଇ ଆର ଡି ଏମ ଏସ ର କର୍ମକର୍ତ୍ତା ମାନେ ପରିଚାଳନା କରିଥିଲେ l ସର୍ବ ଶେଷରେ ଅନୁଷ୍ଠାନ ର ମତ୍ସ୍ୟ ପରାମର୍ଶ ଦାତା ଧନ୍ୟବାଦ ଅର୍ପଣ କରିଥିଲେ l