Advertisements
Sunday, May 31, 2020
Home Election News କଳାକାର ମାନଙ୍କ ଦ୍ୱାରା ଭୋଟର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

କଳାକାର ମାନଙ୍କ ଦ୍ୱାରା ଭୋଟର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ବାଲିଗୁଡା(ବିଭୁତି ଲହରିଆ): କନ୍ଧମାଳଜିଲ୍ଲାର ବାଲିଗୁଡା ବ୍ଳକ ଓ ତୁମୁଡିବନ୍ଧ ବ୍ଲକର ବିଭିନ୍ନ ପଞ୍ଚାୟତର ଓ ସାପ୍ତାହିକ ହାଟରେ ଭୋଟର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଚଳିତ ସାଧାରଣ ନିର୍ବାଚନକୁ ଅବାଧ ଓ ନିରପେକ୍ଷ ଅବଲମ୍ବନ କରିବା ପାଇଁ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଭୂବନେଶ୍ବର ଓ ଜିଲ୍ଲା ପ୍ରଶାସନ ସୌଜନ୍ୟରେ ବାଲିଗୁଡା ବ୍ଳକ କଳା ଓ ସଂସ୍କୃତି ସଂଘ ଓ ତୁମୁଡିବନ୍ଧ ବ୍ଲକ କଳା ସଂସ୍କୃତି ସଂଘର କଳାକାରଙ୍କ ଦ୍ଵାରା ଭୋଟର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ବାଲିଗୁଡା ବ୍ଳକର ବାଲିଗୁଡା ବାରଖମା ରୁତୁଙ୍ଗିଆ ରେବିଙ୍ଗିଆ ସମେତ ସମସ୍ତ ଗ୍ରାମପଞ୍ଚାୟତ ଓ ସାପ୍ତାହିକ ହାଟରେ ଏବଂ ତୁମୁଡିବନ୍ଧ ବ୍ଲକର ତୁମୁଡିବନ୍ଧ ସମେତ କୁର୍ତ୍ତମଗଡ ସିର୍ଲା ବେଲଘର ଗୁମା ଝିରିପାଣି ଭଳି ଉପାନ୍ତ ଅଞ୍ଚଳରେ ଜନସଚେତନତା କାର୍ଯ୍ୟକ୍ରମ ଜରିଆରେ ଭୋଟରଙ୍କୁ ସଚେତନତା ସୃଷ୍ଟି କରିବା ପାଇଁ ଲୋକନୃତ୍ୟ ପରିବେଷଣ କରାଯାଇଥିଲା ।

ବାଲିଗୁଡା ବ୍ଳକ କଳାକାର ଓ ତୁମୁଡିବନ୍ଧ ବ୍ଲକ କଳା ସଂସ୍କୃତି ସଂଘର କଳାକାରଙ୍କ ମଧ୍ୟରେ ବରିଷ୍ଠ କଳାକାର ଅଶୋକ କୁମାର ଦଣ୍ଡସେନା ବିଜୟ ଅମାୟତ ଶୁସାନ୍ତ ଦଳପତି ରିମା ପୁଜାରୀ ରଂଜନ କୁମାର ବିଶିମାଝୀ ବଳିଷ୍ଠ ନୃତ୍ୟ ଓ ସଙ୍ଗୀତ ମାଧ୍ୟମରେ ଦର୍ଶକ ମାନଙ୍କୁ ବିମୋହିତ କରିଥିଲେ | ବ୍ଲକ କଳା ସଂସ୍କୃତି ସଂଘର ଉପସଭାପତି ପ୍ରମୋଦ କୁମାର ଦଣ୍ଡସେନା ଓ ଭଗବାନ୍ ବେହେରା ସଂଯୋଜନା କରିଥିଲେ ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ଜିଲା ବିଜେଡି ସଭାପତି ଓ ହସ୍ତତନ୍ତ ମନ୍ତ୍ରୀଙ୍କ ସହ ପଟାଙ୍ଗି ଓ କୋରାପୁଟ,ଲୋଷ୍ମୀପୁର ନିର୍ବାଚନ ମଣ୍ଡଳୀର ବିଧାୟକଙ୍କ ବନ୍ଧୁଗାଁ ଗସ୍ତ

ରିପୋର୍ଟ: ମିନା ବେହେରା //ବନ୍ଧୁଗାଁ (ତା ୨୭:୫:୨୦): କୋରାପୁଟ ଜିଲାର ବନ୍ଧୁଗାଁ ବ୍ଲକ ଠାରେ ରହିଥିବା କରନା ଭାଇରସ ରୋଗ ବିଷୟରେ ଅଞ୍ଚଳରେ ତଦାରଖ ଓ ସମୀକ୍ଷା କରିବା...

ଭାରତୀୟ ଯୁବ ମୋର୍ଚ୍ଚା ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୩୦/୦୫): ସମଗ୍ର ବିଶ୍ୱକୁ କରୋନା ଭୁତାଣୁ ପାଇଁ ପ୍ରଭାବିତ ଥିବା ବେଳେ ପଦ୍ମପୁର ଭାରତୀୟ ଜନତା ଯୁବମୋର୍ଚା ତରଫରୁ ଲଗାତାର ରକ୍ତଦାନ...

ବୁକୁରାମୁଣ୍ଡା ଠାରେ କରୋନା ଯୋଦ୍ଧାଙ୍କୁ ସମ୍ମାନ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୩୦/୫): ବର୍ତ୍ତମାନ ସାରା ବିଶ୍ୱରେ କରୋନା ଭୁତାଣୁ କୋବିଡ଼-୧୯ ନିଜର କାୟା ବିସ୍ତାର କରିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ...

ଜାମସେଠ ଓ ଟେମରୀ ଗ୍ରାମରେ ବନ୍ଦେ ଉତ୍କଳ ଜନନୀ ଗାନ କରି କରୋନା ଯୋଦ୍ଧାଙ୍କୁ ସମ୍ମାନ

ରିପୋର୍ଟ: ନିରୋଜ କୁମାର ପାଣି //ପାଇକମାଳ,୩୦/୫: କୋଭିଡ ଯୋଦ୍ଧାଙ୍କୁ ସମାନ ଜଣାଇ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁରୋଧ କ୍ରମେ ପାଇକମାଳ ଜାମସେଠ ଗ୍ରାମ ପଞ୍ଚାୟତରେ ସରପଞ୍ଚ ରମ୍ଭା ତାଣ୍ଡିଙ୍କ...

Recent Comments

%d bloggers like this: