ମିନି ଷ୍ଟାଡିୟମ ର କଟା କାଠ ନେଲା କିଏ ?

0
156
ମିନି ଷ୍ଟାଡିୟମ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୧/୦୫) : କାଶୀନଗର ସଦର ମହକୁମା ତଥା ପୌର ଅଞ୍ଚଳରେ ଏମ୍ ମିନି ଷ୍ଟାଡିୟମ ନିର୍ମାଣ ନିମନ୍ତେ କାର୍ଯ୍ୟ ଆରମ୍ଭ ହୋଇଛି ହେଲେ ମୂଳରୁ ଏହା ବିବାଦ ମଧ୍ୟରେ ଛନ୍ଦି ହୋଇଯାଇଛି ।WhatsApp Image 2022 05 10 at 7.01.12 PM ମିନି ଷ୍ଟାଡିୟମ ର କଟା କାଠ ନେଲା କିଏ ?

ପ୍ରାପ୍ତ ସୂଚନା ଅନୁଯାୟୀ କାଶୀନଗର ସହର ଫରେଷ୍ଟ ଛକ ନିକଟରେ ଥିବା ପଶୁ ଡାକ୍ତରଖାନା ହତା ମଧ୍ୟରେ ଏହି ମିନି ଷ୍ଟାଡିୟମ ନିର୍ମାଣ କରିବାକୁ ନିଷ୍ପତି ହୋଇଛି । ଜିପିଆର ଚିହ୍ନଟ ପରେ ଭୁବନେଶ୍ୱର ଜଣେ ଠିକାଦାର ଏହି ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛନ୍ତି । ହେଲେ ଏଥି ପୂର୍ବରୁ ସେଠାରେ ଥିବା କିଛି ମୂଲ୍ୟବାନ କାଠ କୁ ଜଣେ ବ୍ୟକ୍ତି ନିଜକୁ ସାମ୍ବାଦିକ ବୋଲି ପରିଚୟ ଦେଇ ନିର୍ବାହୀ ଯନ୍ତ୍ରୀଙ୍କୁ ପ୍ରୋଲଭିତ କରି କାଠ କରିବା ଦାୟିତ୍ୱ ନେଇ ଥିଲେ । ସେ ସେଥିରୁ କିଛି ମୂଲ୍ୟବାନ କାଠ କୁ ନିଜେ ନେଇଥିବା ଖବର ପ୍ରକାଶ ପାଇଥିଲା । ସେ ନେଇଥିବା କିଛି କାଠ ଅନି ଆଉ ଥରେ କିଛି ସେଠାରେ ରଖିଲେ ।

ଏ ନେଇ ନିର୍ବାହୀ ଅଧିକାରୀ (ପୂର୍ତ୍ତ ଓ କୋଠାବାଡ଼ି) ଙ୍କ ଦୃଷ୍ଟି କୁ ଆଣି ଥିଲେ କିଛି ସାମ୍ବାଦିକ । ସେ ସମସ୍ତଙ୍କୁ କିଛି ବୁଝାଇ ତୁନି ରହିଲେ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ଯାଇ ନାହିଁ । ପୁଣି ସେହି କାଠ ଗାୟବ ହୋଇଯିବ ବୋଲି ଖୋଦ୍ ଫରେଷ୍ଟର କହିଛନ୍ତି ଏଣୁ ଉଚ୍ଚ କର୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି କରିଛନ୍ତି ।