ଅଧାପନ୍ତରିଆ ମାର୍କେଟ କମ୍ପ୍ଲେକ୍ସ- ଚନ୍ଦ୍ରପୁର

ଚନ୍ଦ୍ରପୁର(କୈଳାସ ମାଳବିଶୋୟୀ): ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ସଦର ବସ ଷ୍ଟାଣ୍ଡ ମାର୍କେଟ କମ୍ପ୍ଲେକ୍ସ ଆଜକୁ ପ୍ରାୟ ୪ ରୁ ୫ ବର୍ଷ ହେବ ବ୍ଲକ ତରଫରୁ କାମ ଆରମ୍ଭ ହୋଇଥିଲା |

କିନ୍ତୁ ଆଜି ପର୍ଯ୍ୟନ୍ତ ମାର୍କେଟ କମ୍ପ୍ଲେକ୍ସ ଅଧାପନ୍ତରିଆ ଭାବେ ପଡି ରହିଥିବା ଦେଖିବାକୁ ମିଳୁଛି | ଏହି କାମକୁ ନେଇ କଣ୍ଟ୍ରାକ୍ଟର ଙ୍କୁ ପଚାରିବାରୁ ସେ କହିଥିଲେ ଫାଇଲ୍ଟି ବ୍ଲକ ଅଫିସ ରେ ହଜାଇ ଦେଇଛନ୍ତି ଏବଂ ପଇସା ବିଲ କରୁନାହାନ୍ତି ବୋଲି କହିଛନ୍ତି | ଚନ୍ଦ୍ରପୁର ଭଳି ଆଦିବାସୀ ପଛୁଆ ଅଂଚଳର ମୁଖ୍ୟ ବସଷ୍ଟାଣ୍ଡର ମାର୍କେଟ କମ୍ପ୍ଲେକ୍ସର ଟଙ୍କା ହଡପ କରାଯାଇପାରୁଛି ତେବେ ଅନ୍ୟ ପଂଚାୟତର ବିଭିନ୍ନ କାମର ପଇସା ହଡପ ମଧ୍ୟ ନିଶ୍ଚୟ ହେଉ ଥିବବୋଲି ସାଧାରଣରେ ଆଲୋଚନା ହେଉଛି | ଏହି ମାର୍କେଟ କମ୍ପ୍ଲେକ୍ସର କାମ କେବେ ସରୁଛି ଓ ଗ୍ରାମବାସୀଙ୍କ ଉପଯୋଗୀ ହେଇ ପାରୁଛି ଓ ପ୍ରଶାସନର ନିଦ କେବେ ଭାଙ୍ଗୁଛି ଦେଖିବାକୁ ବାକି ରହିଲା |

Comments are closed.