Friday, March 29, 2024

Top 5 This Week

Related Posts

ସ୍କୁଲ ଭ୍ୟାନରେ ନିଆଁ : ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ବିନିକା, (୯/୫) : ଆଜି ସକାଳେ ଛାତ୍ରଛାତ୍ରୀଙ୍କୁ ଧରି ସ୍କୁଲକୁ ଆସୁଥିବା ଏକ ସ୍କୁଲ ଭ୍ୟାନରେ ଅଚାନକ ନିଆଁ ଧୂଆଁ କୁହୁଲିବାରୁ ସେଠାରେ ବସିଥିବା ଛାତ୍ରଛାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଘଟଣା ଟି ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି ।

ଖବର ନେବାରୁ ଜଣା ପଡିଛି ଯେ ଉଲୁଣ୍ଡା ବ୍ଳକ ସିଣ୍ଡୋଲ ରୁ ଏକ ସ୍କୁଲ ଭ୍ୟାନରେ ନଂ (OR 15L 8868) ପ୍ରାୟ ୧୨ ଜଣ ଛାତ୍ରଛାତ୍ରୀଙ୍କୁ ଧରି ଚଦେଇପଙ୍କ ବିନିକା ମହାନଦୀ ବ୍ରିଜ ପାରି ହୋଇ ବିନିକା ର ଏକ ଘରୋଇ ସ୍କୁଲକୁ ଆସୁଥିଲା ଠିକ କଲେଜ ଗେଟ ପହଞ୍ଚିବା ବେଳକୁ ଅଚାନକ ଗାଡିରୁ ନିଆଁ ଧୂଆଁ ବାହାରିଥିଲା । ଫଳରେ ଡ୍ରାଇଭର ଗାଡ଼ିଟିକୁ ଅଟକାଇଥିଲେ । ସ୍ଥାନୀୟ ଲୋକେ ତୁରନ୍ତ ଗାଡ଼ିରେ ବସିଥିବା ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରିବା ସହ ନିଆଁକୁ ଆୟତ୍ତ କରିଥିଲେ

ପରେ ଏକ ବଡ଼ ବିପଦରୁ ବର୍ତ୍ତି ଯାଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ଭାବେ ଅନ୍ୟ ଗାଡ଼ିରେ ସ୍କୁଲକୁ ପଠାଇଥିଲେ । ଏହି ଘଟଣାକୁ ନେଇ ସୋନପୁର ଅତିରିକ୍ତ ଆରଟିଓ ଶିବାଶିଷ ସାହୁ ଯାଞ୍ଚ ପାଇଁ ପହଞ୍ଚିଥିଲେ ହେଁ ସେଠାରେ ଗାଡ଼ି ନଥିବା ପ୍ରକାଶ କରିଛନ୍ତି ।

Popular Articles