Thursday, March 28, 2024

Top 5 This Week

Related Posts

ରାମପୁର ଥାନା ଅଞ୍ଚଳରେ ହୋଇଥିବା ଡକାୟତି ଓ ଟଙ୍କା ଲୁଟ ଘଟଣାରେ ୪ ଗିରଫ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୯/୫) : ଗତ ୩ ତାରିଖ ଦିନ ରାମପୁର ଥାନା ଅଧିନସ୍ଥ ସାରସ ମାଲ ସ୍କୁଲ ନିକଟରେ ହୋଇଥିବା ଡକାୟତି ଓ ଟଙ୍କା ଲୁଟ ଘଟଣାରେ ରାମପୁର ପୋଲିସ ୪ ଜଣଙ୍କୁ ଗିରଫ କରିଛି ।

ସୂଚନା ଅନୁଯାୟୀ ବରଗଡ଼ ରୁ ଏକ ପିକପ ଭ୍ୟାନ ଯୋଗେ ବ୍ୟବସାୟୀ ମୁକେଶ ଅଗ୍ରୱାଲା ଡ୍ରାଇଭର ସଂଜୀତ ତାଣ୍ଡି ଓ ସେଲେସ ମ୍ୟାନ ଯୁବରାଜ ବାରିକକୁ ବ୍ୟବସାୟ କାମରେ ସୁବର୍ଣ୍ଣପୁର ଜିଲ୍ଲା ରାମପୁର ଓ ବିନିକା ପଟକୁ ଗତ ୨ ତାରିଖ ଦିନ ପଠାଇଥିଲେ । ଉଭୟେ ବ୍ୟବସାୟ କାମ କରିବା ସହ ପଇସା ପତ୍ର ସଂଗ୍ରହ କରି ଫେରୁଥିବା ବେଳେ ରାମପୁର ଥାନା ଅଧିନସ୍ଥ ସାରସ ମାଲ ସ୍କୁଲ ନିକଟରେ ୪ ଜଣ ଅଜଣା ବ୍ୟକ୍ତି ଏକ କାର ଯୋଗେ ଆସି ତାଙ୍କ ଗାଡିକୁ ଅଟକାଇ ସେମାନଙ୍କୁ ଭୟଭୀତ କରି ୪ ଲକ୍ଷ ୧୬ ହଜାର ୯୧୦ ଟଙ୍କା ଲୁଟି ନେଇ ସେଠାରୁ ପଳାଇ ଯାଇଥିଲେ ।

ପରେ ଉଭୟେ ବରଗଡ ଆସି ତାଙ୍କ ମାଲିକ ମୁକେଶ ଅଗ୍ରୱାଲାଙ୍କୁ ଘଟଣା ବିଷୟରେ କହିବା ପରେ ମୁକେଶ ରାମପୁର ଥାନାକୁ ଆସି ଏହି ଘଟଣା ବାବଦରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ଏ ସମ୍ପର୍କରେ ଥାନାରେ କେସ ନମ୍ବର ୪୩/ତା ୩ /୫/୨୨ ଅନୁସାରେ ଏକ ମକଦ୍ଦମା ରୁଜୁ କରି ଘଟଣା ର ତଦନ୍ତ କରଥିଲେ ।

ଏହି ଘଟଣାରେ ସଂପୃକ୍ତ ଥିବା ବରଗଡ ର ତୋରା ସୁତା କଳ ନିକଟସ୍ଥ ପଦ୍ମ ବାହାଦୂର (୪୨) , ବରଗଡ଼ ସହର ର ଆଶିଷ ରଞ୍ଜନ ମହାନନ୍ଦ (୨୪) , ରାମ ଦାସ (୨୩) ଓ ନିରୋଜ ହରିପାଳ (୨୫) କୁ ଗିରଫ କରିଛି । ସେମାନଙ୍କୁ ଠାରୁ ୭୪ ହଜାର ଟଙ୍କା, ୪୩ ହଜାର ୮୮୫ ଟଙ୍କା ର ଏଲ ଆଇ ସି ପ୍ରିମିୟମ ଏମ ଆର, ୨ ଟି ମୋବାଇଲ ସହ ସିମ ଓ ବ୍ୟବହୃତ ଆର୍ଟିଗା କାର ନମ୍ବର ଓଡ଼ି 15 K 9889 କୁ ଜବତ କରିଛି ।

ଏଥିରେ ସମ୍ପୃକ୍ତ ଥବା ୪ ଅଭିଯୁକ୍ତକୁ କୋର୍ଟ କୁ ଚାଲାଣ କରାଯାଇଛି । ଏଥିରେ ସମ୍ପୃକ୍ତ ଥିବା ଅନ୍ୟ ଜଣେ ଅଭିଯୁକ୍ତ ଫେରାର ଅଛି । ଏହି କେସ ର ତଦନ୍ତ ଦାୟିତ୍ୱ ଆଇଆଇସି ଏସ.ଏନ. ପଧାନ ନେଇଥିବା ବେଳେ ଏ ମାନଙ୍କୁ ଗିରଫ କରିବାରେ ଷ୍ଟାଫ ସହଯୋଗ କରିଥିଲେ ।

Popular Articles