Advertisements
Tuesday, June 2, 2020
Home headline ବନୁପାଲି ସେଭେନଷ୍ଟାର କ୍ରିକେଟ ଟୁର୍ଣ୍ଣାମେଣ୍ଟ, ସିଂହନପୁର ଚମ୍ପିୟାନ

ବନୁପାଲି ସେଭେନଷ୍ଟାର କ୍ରିକେଟ ଟୁର୍ଣ୍ଣାମେଣ୍ଟ, ସିଂହନପୁର ଚମ୍ପିୟାନ

ପଦ୍ମପୁର(ଜଗବନ୍ଧୁ ସାହୁ): ପଦ୍ମପୁର ବ୍ଲକ କଂସର ଗ୍ରାମପଞ୍ଚାୟତ ଅନ୍ତର୍ଗତ ବନୁପାଲି ଠାରେ ଦ୍ବିଦିବସୀୟ ସେଭେନଷ୍ଟାର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି ।

ସେଭେନଷ୍ଟାର କ୍ରିକେଟ କ୍ଲବ ଆନୁକୂଲ୍ୟରେ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୪୨ଗୋଟି ଦଳ ଅଂଶଗ୍ରହଣ କରିଥିବା ବେଳେ ଆଜିର ଫାଇନାଲ ଖେଳଟି ଦମକିପାଲି ଏବଂ ସିଂହନପୁର ଦଳ ମଧ୍ୟରେ ହୋଇ ସିଂହନପୁର ଦଳ ଚମ୍ପିୟାନ ଏବଂ ଦମକିପାଲି ଦଳ ରନର୍ସଅପ୍ ହୋଇଛନ୍ତି । କଂସର ଗ୍ରାମପଞ୍ଚାୟତର ସାମାଜିକ କର୍ମୀ ତଥା ପୂର୍ବତନ ସରପଞ୍ଚ ଶ୍ରୀଯୁକ୍ତ ଆନନ୍ଦ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜେତା ସିଂହନପୁର ଦଳକୁ ୧୫,୦୦୦/-(ପନ୍ଦର ହଜାର ଟଙ୍କା) ସହ ଟ୍ରଫି ଏବଂ ଉପବିଜେତା ଦମକିପାଲି ଦଳକୁ ୮,୦୦୦/-(ଆଠ ହଜାର ଟଙ୍କା) ସହ ଟ୍ରଫି ପୁରସ୍କୃତ କରିଥିଲେ । ଖେଳାଳି ମଣ୍ଟୁ ବାବୁଙ୍କୁ ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳି ଭାବରେ ପୁରସ୍କୃତ କରାଯାଇଥିଲା । ରାଜେଶ ରାଉତ, ସୁଶାନ୍ତ ମେହେର, କୁନା ମିର୍ଦ୍ଧା, ସମୀର ମେହେର, ପ୍ରକାଶ ଛତର, ରମାକାନ୍ତ ମିର୍ଦ୍ଧା, ଆକାଶ ଛତର ପ୍ରମୁଖଙ୍କ ସମେତ ସେଭେନଷ୍ଟାର କ୍ରିକେଟ କ୍ଲବର ସଭ୍ୟମାନେ ଟୁର୍ଣ୍ଣାମେଣ୍ଟରେ ସହଯୋଗ କରିଥିଲେ ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ରାୟଗଡା ଅବକାରୀ ବିଭାଗ ପକ୍ଷରୁ ବ୍ୟାପକ ଚଢ଼ାଉ

ରିପୋର୍ଟ: ଜିଲ୍ଲା ପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା (୦୨/୦୬): ରାୟଗଡା ଜିଲ୍ଲାରେ ଲକଡାଉନ ର ସୁଯୋଗ ନେଇ ଚରାମଦ କାରବାର ବୃଦ୍ଧି ପାଉଥିବା ଖବର ଜାଣି ଜିଲ୍ଲାପାଳ,ରାୟଗଡା ଏବଂ...

ଶ୍ରଦ୍ଧା ଶ୍ରୀକ୍ଷେତ୍ର ଶ୍ରୀଜିଉଙ୍କ ସ୍ନାନଯାତ୍ରାକୁ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ରିପୋର୍ଟ: ଜିଲ୍ଲା ପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା (୦୧/୦୬): କରୋନାର କାରୁଣ୍ୟ ପ୍ରକୋପର କରୁଣ ପରିଣତି ସବୁକିଛି ବନ୍ଦ ପଡିଥିବାବେଳେ, ସେଥିରୁ ବାଦ ପଡିନି ଦେବାଳୟ ମଧ୍ୟ l...

କ୍ବାରେଣ୍ଟାଇନ ଛାଡିଲେ ୨୪ ଶ୍ରମିକ, ଝାରବନ୍ଧ

ରିପୋର୍ଟ: ଦିଲୀପ ଦାସ //ଝାରବନ୍ଧ(୦୨/୦୬): ଝାରବନ୍ଧ ବ୍ଲକ ଝାରବନ୍ଧ କ୍ବାରେଣ୍ଟାଇନ ସେଣ୍ଟରରୁ ୨୪ ଜଣ ଶ୍ରମିକ ନିଜ ଘରକୁ ଯାଇଛନ୍ତି । ନିଜର ଆର୍ଥିକସ୍ଥିତି ସୁଦୃଢ କରିବା ପାଇଁ...

Recent Comments

%d bloggers like this: