Advertisements
Tuesday, June 2, 2020
Home Children Issue ଓଡିଶା ଆଦର୍ଶ ଵିଦ୍ୟାଳୟର ତୃତୀୟ ବାର୍ଷିକ ଉତ୍ସବ

ଓଡିଶା ଆଦର୍ଶ ଵିଦ୍ୟାଳୟର ତୃତୀୟ ବାର୍ଷିକ ଉତ୍ସବ

ମୁରିବାହାଲ (ଭଗବାନ ମହାନ୍ତି/ନିମାଇଁ ବଘାର): ବଲାଙ୍ଗୀର ଜିଲା ମୁରିବାହାଲ ଠାରେ ଓଡିଶା ଆଦର୍ଶ ବିଦ୍ୟାଳୟର ତୃତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି |

ଆଦର୍ଶ ସ୍କୁଲର ଭାରପ୍ରାପ୍ତ ଅଧକ୍ଷ ସୁନୀଲ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ସ୍ଥାନୀୟ ଭାରପ୍ରାପ୍ତ ତହସିଲଦାର ଅମୃତଲାଲ ବେହେରା, ମୁଖ୍ୟ ବକ୍ତା ବ୍ୟଙ୍ଗକବି, ସମାଜସେବୀ ଟିକେଲାଲ ବେହେରା, ସମ୍ମାନୀୟ ଅତିଥି ସ୍ନିଗ୍ଧଞ୍ଜଳି ମହାନ୍ତି ପ୍ରଧାନ ଶିକ୍ଷୟତ୍ରୀ ସରକାରୀ ବାଳିକା ହାଇସ୍କୁଲ ଟିଟିଲା଼ଗଡ଼, ଡ଼ିଗ୍ରୀ କଲେଜ ଅଧକ୍ଷ ସରୋଜ କୁମାର ନାୟକ, ପ୍ୟସ ସାହୁ ପ୍ରଧାନ ଶିକ୍ଷକ ପଂଚାୟତି ହାଇସ୍କୁଲ ମୁରିବାହାଲ ଯୋଗ ଦେଇଥିଲେ | ଶିବଶଙ୍କର ସେଠ ମଞ୍ଚ ପରିଚାଳନା କରିଥିଲେ | କାର୍ଯ୍ୟକ୍ରମ ଆରମ୍ଭରେ ବିଦ୍ୟାଦାୟିନୀ ସରସ୍ୱତୀ ଦେବୀଙ୍କ ପାଖରେ ଦୀପ ପ୍ରଜ୍ବଳନ କରି କାର୍ଯ୍ୟ କ୍ରମ ଆରମ୍ଭ କରିଥିଲେ | ଅଧକ୍ଷ ଶ୍ରୀ ପଣ୍ଡା ସ୍କୁଲ ସମୟରେ ଆମେ ତାଙ୍କର ବାପା ମା ଭଲି ନିଷ୍ଠାର ସହିତ କାର୍ଯ୍ୟ କରିବା ପାଇଁ ଆହ୍ୱାନ ଦେଇଥିଲେ | ଛାତ୍ରଛାତ୍ରୀ ନିଷ୍ଠାପର ଭାବେ ଶିକ୍ଷା ଲାଭ କରିବା ସହ ଭବିଷ୍ୟତରେ ଜଣେ ଉତ୍ତମ ମଣିଷ ହେବା ପାଇଁ ସମୟ ସହିତ ତାଳ ଦେଇ ଆଗକୁ ବଢିବାକୁ ଅତିଥି ମାନେ ପରାମର୍ଶ ଦେଇଥିଲେ |

ମୁଖ୍ୟ ଅତିଥି ଛାତ୍ର ଛାତ୍ରୀ ମାନଙ୍କୁ ଏବଂ ଅଭିଭାବକ ମାନଙ୍କୁ ପରାମର୍ଶ ଦେଇଥିଲେ ଛାତ୍ର ଛାତ୍ରୀ ମାନଙ୍କର ଯାହା ରୁଚି ଥିବା ଯେଉଁ ବିଷୟରେ ତାଙ୍କୁ ବାପା ମା ମାନେ କୌଣସି ଚାପ ନ ଦେଇ ତାଙ୍କୁ ଉତ୍ସାହ କରିବାପାଇଁ କହିଥିଲେ | ତତ ସଂଗେ ଛାତ୍ର ଛାତ୍ରୀ ମାନଙ୍କ ସାର୍ଟିଫିକେଟରେ କୌଣସି ଅସୁବିଧା ହେଲେ ସଙ୍ଗେ ସଙ୍ଗେ ଜଣାଇବାକୁ କହିଥିଲେ | ମୁ ତାର ସମାଧାନ କରିବି ବୋଲି ଆଶ୍ୱାସନା ଦେଇଥିଲେ |ଏହି ଅବସରରେ ଶିକ୍ଷା, କ୍ରୀଡା ଓ ଅନ୍ୟାନ୍ୟ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ଓ ମାନପତ୍ର ବିତରଣ କରିଥିବାବେଳେ ସାଂସ୍କୃତିକ କାର୍ଯ୍ୟକ୍ରମ ଛାତ୍ର ଛାତ୍ରୀଙ୍କ ଦ୍ୱାରା ପରିବେଷଣ କରିଥିଲେ | କାର୍ଯ୍ୟକ୍ରମରେ ଶିକ୍ଷକ ଓ ଶିକ୍ଷୟତ୍ରୀ ସୁଚାରୁ ରୂପେ ସହଯୋଗ କରିଥିଲେ | ଅରକ୍ଷିତ ନାଗ, ସୌମ୍ୟବ୍ରତ ଶତପଥୀ, ଶିବଶଙ୍କର ସେଠ, ପ୍ରତିଭା ପୂଜାରୀ , ମୁକ୍ତେଶ୍ଵର ଛୁରା, ଛୋଟରାୟ ମାରାଣ୍ଡି, ପ୍ରକାଶ କୁମାର ରାଉତ, ଅଲିଭା ଦିପ, କେଶବନନ୍ଦ ମଲ୍ଲିକ, ଗୀତାଞ୍ଜଳି ସେଠ, ସୋନାଲି ପ୍ରିୟଦର୍ଶିନୀ, ସଶାଙ୍କ ଶେଖର କବାଟ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ | ଶେଷରେ ଶ୍ରୀ ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ରାୟଗଡା ଅବକାରୀ ବିଭାଗ ପକ୍ଷରୁ ବ୍ୟାପକ ଚଢ଼ାଉ

ରିପୋର୍ଟ: ଜିଲ୍ଲା ପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା (୦୨/୦୬): ରାୟଗଡା ଜିଲ୍ଲାରେ ଲକଡାଉନ ର ସୁଯୋଗ ନେଇ ଚରାମଦ କାରବାର ବୃଦ୍ଧି ପାଉଥିବା ଖବର ଜାଣି ଜିଲ୍ଲାପାଳ,ରାୟଗଡା ଏବଂ...

ଶ୍ରଦ୍ଧା ଶ୍ରୀକ୍ଷେତ୍ର ଶ୍ରୀଜିଉଙ୍କ ସ୍ନାନଯାତ୍ରାକୁ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ରିପୋର୍ଟ: ଜିଲ୍ଲା ପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା (୦୧/୦୬): କରୋନାର କାରୁଣ୍ୟ ପ୍ରକୋପର କରୁଣ ପରିଣତି ସବୁକିଛି ବନ୍ଦ ପଡିଥିବାବେଳେ, ସେଥିରୁ ବାଦ ପଡିନି ଦେବାଳୟ ମଧ୍ୟ l...

କ୍ବାରେଣ୍ଟାଇନ ଛାଡିଲେ ୨୪ ଶ୍ରମିକ, ଝାରବନ୍ଧ

ରିପୋର୍ଟ: ଦିଲୀପ ଦାସ //ଝାରବନ୍ଧ(୦୨/୦୬): ଝାରବନ୍ଧ ବ୍ଲକ ଝାରବନ୍ଧ କ୍ବାରେଣ୍ଟାଇନ ସେଣ୍ଟରରୁ ୨୪ ଜଣ ଶ୍ରମିକ ନିଜ ଘରକୁ ଯାଇଛନ୍ତି । ନିଜର ଆର୍ଥିକସ୍ଥିତି ସୁଦୃଢ କରିବା ପାଇଁ...

Recent Comments

%d bloggers like this: