Related Contents

ଖପ୍ରାଖୋଲରେ ମାଓବାଦୀ ପୋଷ୍ଟର-ଆଗାମୀ ନିର୍ବାଚନ ବର୍ଜନ ପାଇଁ ମାଓବାଦୀ ମାନଙ୍କ ଆହ୍ବାନ-ବେନର ମାଧ୍ୟମରେ ଜନସାଧାରଣଙ୍କୁ କଲେ ନିବେଦନ

ଖପ୍ରାଖୋଲ(ଭୋଜରାଜ ବରିହା): ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ କିଛିଦିନର ନୀରବତା ପରେ ଲାଲ ବାହିନୀ ସାଧାରଣ ନିର୍ବାଚନ ପୂର୍ବରୁ ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଅଞ୍ଚଳରେ ନିଜର ଉପସ୍ଥିତି ଜାହିର କରିଛି। ବ୍ଲକ ଅନ୍ତର୍ଗତ ହରିଶଙ୍କରଠାରେ ବ୍ୟାନର ଓ ପୋଷ୍ଟର ଲଗାଇ ଆଗାମୀ ୧୮ ତାରିଖରେ ଏଠାରେ ହେବାକୁ ଥିବା ନିର୍ବାଚନ ବର୍ଜନ ପାଇଁ ସେମାନେ ଆହ୍ବାନ ଦେଇଛନ୍ତି।

ହରିଶଙ୍କର ଫାଣ୍ଡିର ଅନତିଦୂରରେ ଥିବା ଏକ କାନ୍ଥ, ଝରଣା ତଳ ଦୋକାନ ସାମ୍ନାରେ ବୁଧବାର ବିଳମ୍ବିତ ରାତିରେ ମାଓବାଦୀମାନେ ବ୍ୟାନର ଲଗାଇଥିଲେ। ଏଥିରେ ନିର୍ବାଚନ ବର୍ଜନ କରିବାକୁ ଆହ୍ବାନ ଦିଆଯିବା ସହ ଶୋଷଣ ବିହୀନ ସମାଜ ନିର୍ମାଣ ପାଇଁ ସଂର୍ଘଷ କରିବା ଉଲ୍ଲେଖ ରହିଛି। ଭୋଟରେ ଜନତାଙ୍କ ଜୀବନ ବଦଳିବ ନାହିଁ କେବଳ ମନ୍ତ୍ରୀଙ୍କ ନାମ ବଦଳେ ବୋଲି ଲେଖା ଯାଇଥିବା ବ୍ୟାପର, ପୋଷ୍ଟରରେ ତିନି ପ୍ରମୁଖ ଦଳ କଂଗ୍ରେସ, ଭାଜପା ଓ ବିଜେଡି ବିରୋଧରେ ବିଷୋଦ୍‌ଗାର କରାଯାଇଛି। ସେହିପରି ଅନ୍ୟ ଏକ ବ୍ୟାନର ପୋଷ୍ଟରରେ ଭୋଟ ମାଗୁଥିବା ଭ୍ରଷ୍ଟ ରାଜନୀତି ନେତାମାନଙ୍କୁ ପ୍ରଶ୍ନ କରିବାକୁ ଆହ୍ବାନ ଦିଆଯାଇଛି। ସମସ୍ତ ବ୍ୟାନର ପୋଷ୍ଟର ତଳେ ଓଡିଶା ରାଜ୍ୟ କମିଟି ଭାକପା (ମାଓବାଦୀ) ଲେଖା ରହିଛି।

କେତେକ ବ୍ୟାନର ପୋଷ୍ଟର ତଳେ ବିବିଏମ୍‌ ଡିଭିଜନାଲ କମିଟି ଭାକପା(ମାଓବାଦୀ) ବୋଲି ଲେଖା ରହିଛି। ସମସ୍ତ ବ୍ୟାନର ଓ ପୋଷ୍ଟରକୁ ରାତିରେ ଜବତ କରାଯାଇ ତଦନ୍ତ ଚାଲିଥିବା ଖପ୍ରାଖୋଲ ଥାନା ଆଇଆଇସି ଜ୍ୟୋତିରଞ୍ଜନ ପତି କହିଛନ୍ତି। ନିର୍ବାଚନ ପୂର୍ବରୁ ବ୍ୟାନର ପୋଷ୍ଟର ଲାଗିବା ସାଧାରାଣରେ ଭୟ ସୃଷ୍ଟି କରିଥିବାବେଳେ ପୋଲିସ୍‌ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି।

Comments are closed.