Advertisements

ଦଳିତ ବିଧବା ମା ଓ ବଡପୁଅ ଉପରେ କୁଟୁମ୍ବ ବୋଝ ସରକାରୀ ଯୋଜନା ସାତସପନ

ବିନିକା (ଧ୍ରୁବରାଜ ମିଶ୍ର): ବିନିକା ବ୍ଲକ ବବୁପାଲି ଗ୍ରାମ ଅନ୍ତର୍ଗତ ଟାଙ୍ଗରପଡାରେ ରୁହନ୍ତି ଦଳିତ ବିଧବା ହେମା ନାଗ (୪୨) | ହେମା ନାଗ ବୃଦ୍ଧ ବାପା ସାଗର ଏବଂ ମାଁଙ୍କ କହିବା ମତେ ୨୫ବର୍ଷ ପୂର୍ବେ ସୁନାବୀର ନାଗଙ୍କୁ ବିବାହ କରିଥିଲେ |

ବିବାହ ପରେ ହେମା ଓ ସୁନାବୀର ଟାଙ୍ଗର ପଡ଼ାରେ ବାପା ବାଲି ଏବଂ ମା ଶକୁନ୍ତଳା ସାଗର (୬୮) ଙ୍କ ପାଲ ନଡା ମାଟି ଘରେ ରହିଲେ | ଶାଶୁର ଘରେ ସୁନା ବୀର ରହି ସ୍ତ୍ରୀସହ ମିଶି କୁଲି ଓ ମଜୁରି କରି ଶାଶୁ, ଶଶୁର ଓ ଭିନ୍ନକ୍ଷମ ସଲଜ ବେଡା ସାଗର (୩୬) ଙ୍କୁ ପ୍ରତିପୋଷଣ କରିବା ଦାଇତ୍ୱ ନେଲେ | ସୁନାବୀର ଓ ହେମାଙ୍କର ସୁଖର ସଂସାର ଆଉ ୨ଜଣ ଶିଶୁ ସନ୍ତାନ ନାଗ ଦିନକୁ ଦିନ ପାଲ ନଡା ମାଟି ଘର ଅଗଣାରେ ହସି ଖେଳି ବଢ଼ିବାରେ ଲାଗିଲେ | ମାତ୍ର ଦୈବୀର ବିପାକ ଯୋଗୁଁ ୧୪ବର୍ଷ ପୂର୍ବେ ସୁନାବୀର ସାଧାରଣ ମୃତ୍ୟୁରେ ଆର ପାରିକୁ ଚାଲିଗଲେ | ଏହାପରେ ଆରମ୍ଭରେ ହେଲା ହେମା ଦୁଃଖଭରା କାହାଣୀ ଏକଦା ହେମା ୭ପ୍ରାଣୀ କୁଟୁମ୍ବ ଚଳାଇବା କଷ୍ଟକର ହେଲେ | ବିଧବା ମାଆର ଦୁଃଖ ଦେଖି ବଡପୁଅ ରଘୁନାଥ ୪ଥ ଶ୍ରେଣୀରୁ ପାଠପଢା ଛାଡି ମା ସହିତରେ କାମ କରିବା ଆରମ୍ଭ କଲା | ଯେଉଁ ସମୟରେ ପିଲାଙ୍କ ହାତରେ କଲମ ଖାତା ରହିବା କଥା ସେ ସମୟରେ ରଘୁନାଥ ମା ସହ ହାତରେ ଦା, ଟାଙ୍ଗିଆ, କୁରାଢ଼ିଧରି କୁଲି ମଜୁରୀ କରିବା ଆରମ୍ଭ କଲା | ସାନପୁଅ ଜଗନ୍ନାଥ ଏବେ ପାଠ ପଢୁଛି | ଏକଦା ବିଧବା ମା ଏବଂ ପୁଅ ମିଶିକି ଘର ଚଳାଇବା କଷ୍ଟକର ହେଉଥିବା ବେଳେ, ଏହି ପରିବାରଙ୍କ ପାଖେ ସରକାରଙ୍କ ବହୁ ଲୋକାଭିମୁଖ ଯୋଜନା ଏଯାଏଁ ଶୁଦ୍ଧ ପହଁଚି ପାରିନାହିଁ | ସରକାରୀ ଯୋଜନା କହିଲେ ମା ଓ ବାପଙ୍କୁ ମିଳୁଛି ବାଧିକ୍ୟ ଭତ୍ତା | ଦାରିଦ୍ୟ ସୀମାରେଖା ତଳେ ପରିବାର ଗତି କରୁଥିଲେ ବି ଏମାନଙ୍କୁ ନ ମିଳିଛି ଅନ୍ତର୍ଦ୍ୱୟ ଅର୍ଣ୍ଣପ୍ରାଣ ଯୋଗାଣ ନ ମିଳିଛି ଆବାସପତ୍ର ଅଭାବରୁ ତାକୁ ଭତ୍ତା ଏ ଯାଇ ମିଳିନାହିଁ | ଫାମିଲି ବେନିଫିଟ ସ୍କିମରେ ମୁଣ୍ଡା ପିଛା ୫କେଜି ଲେଖାଏଁ ଚାଉଳ କେବେଳ ମାତ୍ର ମିଳୁଛି | ଏକ ପଟେ ସରକାର ଗରିବ ଖଟିଖିଆ ମାନଙ୍କର ପାଇ ଅନେକ ଲୋକାଭିମୂଖେ ଯୋଗାଣ ନିର୍ମାଣ କରୁଥିଲେ ମଧ୍ୟ ଏଭଳି ଗରିବ ପରିବାର ସରକାରୀ ଯୋଜନାରେ ସାମିଲ ନ ହେବା ପ୍ରଶାସନ ଏବଂ ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ପାରିବା ପଣିଆକୁ ଦର୍ଶାଉଛି |
ଏ ବିଷୟରେ ବିନିକା ମେଡିକାଲ ଅଧିକାରୀ ପ୍ରଭାସ ପ୍ରଧାନକୁ ପଚାରିବାରୁ କହିଛନ୍ତି ସାର, ଯଦି ବେଡା ଭିନ୍ନକ୍ଷମ, ତେବେ ବ୍ଲକ ସ୍ତରରେ ହେଉଥିବା ଜିଲ୍ଲାପାଳଙ୍କୁ ଜନଶୁଣାଣୀ ଶିବିର ମଧ୍ୟେ ଆଣନ୍ତୁ | ବର୍ତମାନ ତା ଆସନ୍ନ ପ୍ରାୟ ସାଧାରଣ ନିର୍ବାଚନ, ନିର୍ଵାଚନର ପରେ ଭିନ୍ନକ୍ଷମ ପ୍ରାମାଣିକ ପତ୍ର ପ୍ରଦାନ ପାଇଁ ବିହିତ ପଦକ୍ଷେପ ନିଆ ହେବ ବୋଲି କହିଥିଲେ | ପରେ ଏ ନେଇ ବିଡ଼ିଓ ବିଶ୍ୱରଞ୍ଜନ ମଲ୍ଲିକଙ୍କୁ ପଚାରିବାରୁ କହିଲେ ଘଟଣାର ସତ୍ୟାସତ୍ୟ ତଦନ୍ତ ହେବ | ଯଦି ଗରିବ ପରିବାରଙ୍କ ଅଧିକାରୀ ମୁତାବକ ସରକାରୀ ଯୋଜନା ପାଇପାରୁ ନାହାନ୍ତି, ଏ ନେଇ ସ୍ଥାନୀୟ ବାବୁପାଳି ଇଓଙ୍କୁ କହିବି | ଦଳିତ ପରିବାରର ଯେଭଳି ସବୁପ୍ରକାର ଯୋଜନାରେ ସାମିଲ ହେବେ ନିର୍ବାଚନ ପରେ ସେ ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ବୋଲି କହିଥିଲେ |

Advertisements

Comments are closed.