ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ଆଘାତ କରି ହତ୍ୟା ଅଭିଯୋଗ

ବିନିକା (ଧ୍ରୁବରାଜ ମିଶ୍ର): ବିନିକା ଥାନା ଗନିଆ ଫାଣ୍ଡି ଅଧିନସ୍ଥ ମେଘଲା ଗ୍ରାମର ଜଗନ୍ନାଥ ମନ୍ଦିର ସମ୍ମୁଖରେ ଏକ ଯୁବକକୁ ଧାରୁଆ ଅସ୍ତ୍ରରେ ଭୁଷିଦେଇ ହତ୍ୟା କରାଯାଇଥିବା ଜଣାପଡିଛି |

ଏହି ଘଟଣା ଜଣା ପଡିବା ପରେ ଅଞ୍ଚଳରେ ସୃଷ୍ଟି କରିଛି | ଘଟଣାରୁ ପ୍ରକାଶ ଯେ ମେଘଲା ଗ୍ରାମର ଲିଙ୍ଗରାଜ ପୁଟା(୪୫)କୁ ଗତକାଲି ବିଳମ୍ବିତ ରାତିରେ ଜଗନ୍ନାଥ ମନ୍ଦିର ସମ୍ମୁଖରେ ଧାରୁଆ ଅସ୍ତ୍ରରେ ଛାତିରେ ଭୁଷି ହତ୍ୟା କରାଯାଇଛି | ଏ ନେଇ ମୃତ ଲିଙ୍ଗରାଜର ସାନ ଭାଇ ମୁନୁ ପୁଟା ଥାନାରେ ଅଭିଯୋଗ କରିବାରୁ ପୋଲିସ ଏକ ମୋକଦ୍ଦମା ରୁଜୁ କରିଛି | ଏ କେସର ତଦନ୍ତ ଦାଇତ୍ୱ ଥାନା ଏସଆଇ ଗଜାନନ ଭୋଇ ନେଇଛନ୍ତି | ଆଜି ବିନିକା ଡାକ୍ତର ଖାନରେ ଶବ ବ୍ୟବଛେଦ କରିବା ପରେ ପରିବାରର ଲୋକଙ୍କୁ ହସ୍ତାନ୍ତର କରାଯାଇଛି | ଏ ଘଟଣା ସମ୍ପର୍କରେ ଥାନା ଅଧିକାରୀ ରାଜେନ୍ଦ୍ର ସମାରିଆକୁ ପଚାରିବାରୁ ହତ୍ୟା କାଣ୍ଡରେ କେଉଁମାନେ ଅନ୍ତର୍ଗତ ଅଛନ୍ତି | ତାହା ସ୍ପଷ୍ଟ ଭାବେ ଜଣାପଡିନାହିଁ | ତଦନ୍ତ ପ୍ରକ୍ରିୟା ଚାଲିଛି | ଖୁବ ଶୀଘ୍ର ଅପରାଧୀମାନେ ଧରାପଡିଯିବେ ବୋଲି ପ୍ରକାଶ କରିଛନ୍ତି |

Comments are closed.