ନାଗସାପ ଦଂଶନରେ ବାଳକ ମୃତ

ସୋହେଲା (ଜଗବନ୍ଧୁ ସାହୁ): ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ଅନ୍ତର୍ଗତ ଘେଁସ ନିକଟସ୍ଥ ତୁରୀମୁଣ୍ଡା ଗ୍ରାମରେ ବିଶ୍ବନାଥ ଭୋଇ (୮ ବର୍ଷ ବୟସ) ନାମକ ଜଣେ ତୃତୀୟ ଶ୍ରେଣୀ ପଢ଼ୁଥିବା ଛାତ୍ରର ନାଗସାପ ଦଂଶନରେ ମୃତ୍ୟୁ ହୋଇଯାଇଛି ।

ସୂଚନାଯୋଗ୍ୟ ଯେ, ତୁରୀମୁଣ୍ଡା ଗ୍ରାମର ମହେନ୍ଦ୍ର ଭୋଇଙ୍କ ସାନ ପୁଅ ବିଶ୍ବନାଥ ଭୋଇ ବୁଧବାର ସଂନ୍ଧ୍ୟାରେ ଏକୁଟିଆ ଘରୁ ବାହାରକୁ ବହାରିଥିଲେ । ଏ ସମୟରେ ହଠାତ ଏକ ସାପ ତାଙ୍କୁ ଦଂଶନ କରିଥିଲା । ବିଶ୍ବନାଥ ଘରକୁ ଯାଇ ମୋତେ ସାପ କାମୁଡ଼ି ଦେଲା ଏତିକି କହି ତଳେ ପଡି ଯାଇଥିଲେ । ପରେ ମୁହଁରୁ ଫେଣ ବାହାରିବା ଦେଖି ଘରଲୋକେ ବରଗଡ଼ ଜିଲ୍ଲା ମୁଖ୍ୟ ଚକିତ୍ସାଳୟକୁ ନେଇଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ବିଶ୍ବନାଥଙ୍କ ପ୍ରାଣ ଚାଲିଯାଇଥିଲା । ଏବେ ଶୋକାକୂଳ ପରିବାରଙ୍କୁ ଆର୍ଥିକ ସହାୟତା ଯୋଗାଇଦେବା ପାଇଁ ଗ୍ରାମବାସୀଙ୍କ ଦାବୀ ହେଇଛି |

Comments are closed.