ମନ୍ଦିର ଶିଖର ପ୍ରତିଷ୍ଠାରେ ବସ୍ତର ମହାରାଜାଙ୍କ ସମ୍ବୋଧନ

0
220
ମନ୍ଦିର ଶିଖର

ରିପୋର୍ଟ : ରବିଶଙ୍କର ମହାପାତ୍ର
କୋରାପୁଟ, (୭/୫) : ଗତ ତିନି ତାରିଖରୁ ଆରମ୍ଭ କରି ବୋରିଗୁମ୍ମା ବ୍ଲକ କାମତା ଗ୍ରାମରେ ଶ୍ରୀ ଶ୍ରୀ ସିଦ୍ଧେଶ୍ଵର ମହାଦେବଙ୍କ ମନ୍ଦିର ଶିଖର ପ୍ରତିଷ୍ଠା କାର୍ଯ୍ୟକ୍ରମ ଚାଲୁ ରହିଥିବା ବେଳେ ଆଜି ପଞ୍ଚମ ଦିନରେ ଶିଖର ପ୍ରତିଷ୍ଠା ଅବସରରେ ପଡ଼ୋଶୀ ଛତିଶଗଡ଼ ରାଜ୍ୟ ବସ୍ତର ମହାରାଜା ଶ୍ରୀଯୁକ୍ତ କମଲ ଚନ୍ଦ୍ର ଭଞ୍ଜଦେବ ଯୋଗଦାନ କରି ପୂଜାର୍ଚ୍ଚନା କରିଛନ୍ତି ।WhatsApp Image 2022 05 08 at 8.02.40 AM ମନ୍ଦିର ଶିଖର ପ୍ରତିଷ୍ଠାରେ ବସ୍ତର ମହାରାଜାଙ୍କ ସମ୍ବୋଧନ

ମହାରାଜା କାମତା ଗ୍ରାମରେ ପହଞ୍ଚିବା ପରେ ଏକ ବିଶାଳ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରି ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା କରିଥିଲେ । ପରେ କମିଟି ଦ୍ୱାରା ଆୟୋଜିତ ରାଜା ଙ୍କ ସଭା ପାଇଁ ଉଦ୍ଦିଷ୍ଟ ରାଜସଭାରେ ସମବେତ ପ୍ରଜାଙ୍କୁ ଉଦବୋଧନ ଦେଇଥିଲେ । କାମତା ମନ୍ଦିର କମିଟି ଓ ଅଞ୍ଚଳ ର ଜନସାଧରଣଙ୍କୁ ମନ୍ଦିର ଶିଖର ପ୍ରତିଷ୍ଠା ଭଳି ମହତ କାର୍ଯ୍ୟ ପାଇଁ ସାଧୁବାଦ ପ୍ରଦାନ କରିଥିଲେ । ଏଥିସହ ଭାରତୀୟ ପରମ୍ପରା, ସଂସ୍କୃତି, ଖାଦ୍ୟପେୟ, ଚାଲିଚଳନ ଏ ସମସ୍ତ କ୍ଷେତ୍ରରେ ବିଦେଶୀ ସଂସ୍କୃତି ଠାରୁ ଦୂରେଇ ରହିବାକୁ ଉପସ୍ଥିତ ଜନସାଧାରଣଙ୍କୁ ଆହ୍ବାନ କରିଥିଲେ ।

ଆଜି ଆମ ସମାଜକୁ ଯେଉଁମାନେ ଧର୍ମାନ୍ତରିକରଣ ମାଧ୍ୟମରେ ଭାଗ ଭାଗ କରିବାକୁ ଅପଚେଷ୍ଟା ଜାରି ରଖିଛନ୍ତି ତାହା ସନାତନ ଧର୍ମ ପାଇଁ ଏକ ବଡ ବିପଦ । ତେଣୁ ଏହି ବିଷୟରେ ସେ ମାନ୍ୟବର ପ୍ରଧାନ ମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ଓ ଶ୍ରୀ ନରେନ୍ଦ୍ର ମୋଦୀ ଏହାକୁ ଗୁରୁତ୍ବର ସହ ବିଚାର କରୁଛନ୍ତି । ଯେଉଁ ତଫସିଲ ଭୁକ୍ତ ଜାତି ଓ ଜନଜାତି ଭାଇମାନେ ନିଜ ଧର୍ମ ତ୍ୟାଗ କରି ଅନ୍ୟ ଧର୍ମ ଗ୍ରହଣ କରିଛନ୍ତି, ସେମାନଙ୍କୁ ସଂରକ୍ଷଣ ତାଲିକାରୁ ବାଦ ଦେବାପାଇଁ ଆଇନ୍ ଆଣିବାକୁ ପ୍ରୟାସ ଜାରି ରହିଛି ।

ଏଥି ସହ ସନାତନ ଧର୍ମ ର ନୀତି, ଜୀବନ ଶୈଳୀ, ଆଦର୍ଶ, ପୋଷାକ ପରିଚ୍ଛଦ ପ୍ରତି ନୂତନ ପୀଢିକୁ ଅବଗତ କରାଇବା ଉପରେ ମହାରାଜା ଗୁରୁତ୍ୱାରୋପ କରିଥିଲେ । ବସ୍ତର ମହାରାଜା ଶ୍ରୀ କମଲ କୁମାର ଭଞ୍ଜଦେବ ମାନ୍ୟବର ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ପାଇଁ ଧନ୍ୟବାଦ ଅର୍ପଣ କରିବା ସହ ଖୁବ୍ ଶୀଘ୍ର କୃଷ୍ଣ ଜନ୍ମଭୂମିରେ ମଧ୍ୟ ସଂସ୍କାର ପ୍ରକ୍ରିୟା ର ଆରମ୍ଭ ହେବାକୁ ଯାଉଥିବା ବିଷୟ ମହାରାଜା ପ୍ରକାଶ କରିଛନ୍ତି ।

ସେ ତାଙ୍କ ଦୀର୍ଘ ସମୟର ଉଦବୋଧନ ରେ କହିଥିଲେ ଯେ ସେ ପ୍ରଥମେ ମାଁ ଦନ୍ତେଶ୍ୱରୀଙ୍କ ପୂଜାରୀ ତାପରେ ସେ ଜଣେ ରାଜା । ତେଣୁ ରାଜା ନିଜେ ବିଦେଶରେ ପାଠ ପଢ଼ି ମଧ୍ୟ ପୂଜାରୀ ଧର୍ମ ନିର୍ବାହ କରିବାକୁ ଯାଇ ଧୋତି ପିନ୍ଧୁଛନ୍ତି । ତେଣୁ ଆଜିର ଯୁବପିଡ଼ି ପୂଜାର୍ଚ୍ଚନା ସମୟରେ ଧୋତି ପିନ୍ଧିବାକୁ ସଙ୍କୋଚ କରିବା ଅନୁଚିତ । ମହାରାଜା ପୁଣି କହିଥିଲେ ଯେ ଜଗନ୍ନାଥ ଙ୍କ ରାଜ୍ୟ ଓଡ଼ିଶାରେ ପଖାଳ ଏକ ଜନପ୍ରିୟ ଖାଦ୍ୟ, କିନ୍ତୁ ଏପରି ନହେଉ କି ବିଦେଶୀ ମାନେ ଆସି ଆମକୁ ପଖାଳ ର ମାହାତ୍ମ୍ୟ ବିଷୟରେ ଶିକ୍ଷା ପ୍ରଦାନ କରିବେ ।

ଗତ ତିନି ତାରିଖରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଆଜି ପଞ୍ଚମ ଦିନରେ ପହଞ୍ଚିଥିବା ବେଳେ ଆସନ୍ତାକାଲି ଆଠ ତାରିଖରେ ପୂର୍ଣ୍ଣାହୁତି ଓ ମନ୍ଦିରରେ ଦେବତା ପ୍ରବେଶ କାର୍ଯ୍ୟକ୍ରମ ରହିଛି । ତେଣୁ ଅଞ୍ଚଳ ର ସମସ୍ତ ଜନସାଧରଣଙ୍କ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି । ଏହି ମନ୍ଦିର ପ୍ରତିଷ୍ଠା କମିଟି ର କର୍ତ୍ତା ଭାବେ ଶ୍ରୀ ନିଲୁ ଭଟ୍ଟ ନିଜ କର୍ତ୍ତବ୍ୟ ସମ୍ପାଦନ କରିଥିବା ବେଳେ ପିଙ୍କୁ ଶତପଥୀ, ସୁରେଶ ଶତପଥୀ, ଜ୍ୟୋତି ଷଡଙ୍ଗୀ, ପଦ୍ମନାଭ ଶତପଥୀ, ଗୌରୀ ଶଙ୍କର ମିଶ୍ର, ରଜତ ପଣ୍ଡା ଓ କାମତା ଗ୍ରାମବାସୀ କାର୍ଯ୍ୟକ୍ରମରେ ସହଯୋଗ କରିଥିବାର ଜଣାପଡ଼ିଛି ।

ଉକ୍ତ କାର୍ଯ୍ୟକ୍ରମରେ ମହାରାଜାଙ୍କ ସୁରକ୍ଷା ପାଇଁ ରାଜାଙ୍କ ନିଜ ସୁରକ୍ଷା ବଳ ବ୍ୟତୀତ ବୋରିଗୁମ୍ମା ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶ୍ରୀ ହରେ କୃଷ୍ଣ ମାଝୀ, ଶ୍ରୀ ଦାମଦର ବିହାରୀ, ଶ୍ରୀ ସୁରେନ୍ଦ୍ର ସେଠି, ଶ୍ରୀ ଶ୍ୟାମ ସୁନ୍ଦର ରଥ ପ୍ରମୁଖ ଶାନ୍ତି ଶୃଙ୍ଖଳା ରକ୍ଷାରେ ନିୟୋଜିତ ଥିବାର ଜଣାପଡିଛି ।