Related Contents

କୁନି ଝିଅ କ୍ୟାନସର ପିଡୀତାଙ୍କୁ ଆର୍ଥିକ ସହାୟତା ପାଇଁ ଅନୁରୋଧ

ବରଗଡ଼(ଜଗବନ୍ଧୁ ସାହୁ): ବରଗଡ ଜିଲ୍ଲାର ଗାଇସିଲେଟ ବ୍ଲକ ଅନ୍ତର୍ଗତ ବୈଦପାଲି ଗ୍ରାମର ପ୍ରିୟଙ୍କା ସାହୁକୁ ଡାହାଣ ଆଖିରେ କ୍ୟାନ୍ସର ହୋଇଥିବା ଜଣାପଡିଛି |

କଟକ ଆଚାର୍ଯ୍ୟ ହରିହର କ୍ୟାନ୍ସର ଡାକ୍ତରଖାନାରେ ଚିକିତ୍ସା ସମ୍ଭବ ହୋଇ ପାରି ନଥିବାରୁ ତାଙ୍କର ଚିକିତ୍ସା ପାଇଁ ମୁମ୍ବାଇ ସ୍ଥିତ ଟାଟା ମେମୋରିଆଲ କ୍ୟାନ୍ସର ଡାକ୍ତରଖାନାକୁ ନିଆଯାଇଛି | ବୃତ୍ତିରେ ଟିଭି ମେକାନିକ ହୋଇ ପରିବାର ପୋଷଣ କରୁଥିବା ଝିଅର ବାପା ସୁଦାମ ଚରଣ ସାହୁଙ୍କ ପାଇଁ ଝିଅର ଚିକିତ୍ସା କରିବା ସମ୍ଭବପର ହେଉନାହିଁ | ଡାକ୍ତର କହିଛନ୍ତି ଝିଅର କେମୋଥେରାପି ଯୋଗୁଁ ଡାହାଣ ଆଖି ସମ୍ପୂର୍ଣ ନଷ୍ଟ ହୋଇଯାଇଛି | ତେଣୁ ଚିକିତ୍ସା ପାଇଁ ୩ ଲକ୍ଷରୁ ଅଧିକ ଟଙ୍କା ଆବଶ୍ୟକ ହେଉଛି ଯାହାକି ସୁଦାମଙ୍କ ପକ୍ଷରେ ସମ୍ଭବ ହୋଇ ପାରୁନାହିଁ | ତେଣୁ ସେ ସହୃଦୟ ବ୍ୟକ୍ତି ମାନଙ୍କୁ ଅନୁରୋଧ କରିଥିଲେ ଝିଅର ଚିକିତ୍ସା ପାଇଁ ଆର୍ଥିକ ସହାୟତା କରିବା ପାଇଁ | ଏହି ଖବର ପାଇ ଯୋଖିପାଲିର ଯୁବ ସମାଜସେବୀ ଦିବସ କୁମାର ସାହୁ ଝିଅର ଚିକିତ୍ସା ନିମନ୍ତେ କିଛି ଆର୍ଥିକ ସହାୟତା କରିବା ସକାଶେ କ୍ରାଉଡ ଫଣ୍ଡିଙ୍ଗ ଜରିଆରେ ଲୋକଙ୍କଠାରୁ ସଂଗୃହିତ ହୋଇଥିବା ୯୦୦୦ଟଙ୍କା ସୁଦାମ ଚରଣ ସାହୁଙ୍କ ଷ୍ଟେଟ ବ୍ୟାଙ୍କ ଖାତା ନଂ ୩୨୫୯୦୯୮୬୦୦୧,ଗାଇସିଲେଟ ବ୍ରାଞ୍ଚ କୁ ପଠେଇଛନ୍ତି | ମୁମ୍ବାଇରୁ ଥାଇ ଝିଅର ଚିକିତ୍ସା ପାଇଁ ଆର୍ଥିକ ସହାୟତା କରିବା ସକାଶେ ବାପା ସୁଦାମ ଚରଣ ସାହୁ ବିନମ୍ର ଅନୁରୋଧ କରିଛନ୍ତି |(ମୋ. ନଂ- ୯୩୩୭୧୧୬୭୨୫) | ଯଦି କେହି ସହୃଦୟ ବ୍ୟକ୍ତି କୁନି ଝିଅ ପ୍ରିୟଙ୍କାକୁ ସହାୟତା କରିବାକୁ ଚାହୁଁଥିଲେ ତାଙ୍କ ନମ୍ବରରେ ସମ୍ପର୍କ କରି ଉପରୋକ୍ତ ବ୍ୟାଙ୍କ ଖାତାରେ ଆର୍ଥିକ ସହାୟତା କରିପାରିବେ |ଏହା ଆମ ନ୍ୟୁଜ ଚ୍ୟାନେଲ ତରଫରୁ ଲୋକଙ୍କୁ ଅବଗତ କରାଯାଇଛି |

Comments are closed.