ଆଜି ହୋଇପାରେ କାଳବୈଶାଖୀ ବର୍ଷା : ୨୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

0
144
ଆଜି ହୋଇପାରେ

ରିପୋର୍ଟ : ରାମନାଥ ଗନ୍ତାୟତ
ଭୁବନେଶ୍ୱର, (୦୫/୦୫) : ରାଜ୍ୟ ର ୨୪ ଟି ଜିଲ୍ଲା ରେ ଆଜି ହୋଇପାରେ କାଳବୈଶାଖୀ ବର୍ଷା । ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

ଆଜି ହୋଇପାରେ କାଳବୈଶାଖୀ ବର୍ଷା, ଏହି ସମୟରେ ପ୍ରବଳ ବିଜୁଳି ଘଡ଼ଘଡ଼ି ସାଙ୍ଗକୁ ସ୍ଵଳ୍ପ ରୁ ମଧ୍ୟମ ଧରଣ ର ବର୍ଷା ହୋଇପାରେ । ସେହିପରି ଗୋଟିଏ ରୁ ଦୁଇଟି ସ୍ଥାନରେ ପବନ ର ବେଗ ଘଣ୍ଟା ପ୍ରତି ୪୦ ରୁ ୫୦ କି.ମି ବହିବାର ମଧ୍ୟ ସମ୍ଭାବନା ରହିଛି । ପାଣିପାଗ ବିଭାଗ ସୂଚନା ମୁତାବକ ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ଗଜପତି, ଗଞ୍ଜାମ, ଖୋର୍ଦ୍ଧ। ପୁରୀ, ନୟାଗଡ, କେନ୍ଦୁଝର, ମୟୁରଭଞ୍ଜ, କନ୍ଧମାଳ, ଝାରସୁଗୁଡା, ସମ୍ବଲପୁର, ଦେବଗଡ, ଅନୁଗୁଳ, ଢେଙ୍କାନାଳ, କଳାହାଣ୍ଡି, କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଓ ରାୟଗଡା ଜିଲ୍ଲା ରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି ।