ଛତିଶଗଡ଼ ଦାନ୍ତେୱାଡାରେ ଲ୍ୟାଣ୍ଡ ମାଇନ ବିସ୍ଫୋରଣ, ବିଧାୟକ ଭିମା ମଣ୍ଡବୀଙ୍କ ସମେତ ୫ଯବାନ ସହିଦ

ଦାନ୍ତେୱାଡା (ଓଡିଶା ନ୍ୟୁଜ୨୪): ଛତିଶଗଡ଼ ଦାନ୍ତେୱାଡାରେ ଲୋକସଭା ନିର୍ବାଚନର ଠିକ ୨ଦିନ ପୂର୍ବରୁ ବିଜେପି ପ୍ରଚାର ବେଳେ ବିଧାୟକଙ୍କ ଉପରକୁ ହମଲା ହୋଇଛି |

ନକ୍ସଲମାନେ ଲ୍ୟାଣ୍ଡ ମାଇନ ବିସ୍ଫୋରଣ କରିଛନ୍ତି | ନକ୍ସଲମାନେ ବିଜେପି ବିଧାୟକଙ୍କ ଗାଡିକୁ ଟାର୍ଗେଟ କରିଥିବା ଜଣାପଡିଛି | ଗାଡିରେ ଦାନ୍ତେୱାଡାର ବିଜେପି ବିଧାୟକ ଭିମା ମଣ୍ଡବୀ ଥିଲେ | ସେ ଏକ ଜନସଭାକୁ ସମ୍ବୋଧିତ କରି ଫେରୁଥିବା ବେଳେ ଲ୍ୟାଣ୍ଡ ମାଇନ ବିସ୍ଫୋରଣ ଘଟିଥିଲା | ବିସ୍ଫୋରଣରେ ବିଧାୟକ ଭିମା ମଣ୍ଡବୀଙ୍କ ସମେତ ୫ଜଣ ଯବାନ ସହିଦ ହୋଇଛନ୍ତି | ସୂଚନାଯୋଗ୍ୟ ଯେ, ୧୧ ତାରିଖରେ ବସ୍ତରରେ ଲୋକସଭା ନିର୍ବାଚନ ହେବାକୁ ଅଛି |

Comments are closed.