ବୈପାରୀଗୁଡରେ ବିଜେଡି ପ୍ରାର୍ଥୀଙ୍କ ମାରାଥନ ପ୍ରଚାର, ହେଲେ ସାଂସଦ ପ୍ରାର୍ଥୀନୀଙ୍କ ଦେଖାନାହିଁ

ବୈପାରୀଗୁଡା(ଏନ.ସନ୍ତୋଷ): ବୈପାରୀଗୁଡା ଅଞ୍ଚଳରେ ନିର୍ବାଚନ ତାତିରେ ସରଗରମ ହୋଇ ଉଠିଛି | କୋରାପୁଟ ବିଧାନସଭା ପ୍ରାର୍ଥୀ ଭାବେ ରଘୁରାମ ପଡାଲଙ୍କୁ ବିଜେଡି ଦଳ ଭରସା କରିଥିବା ବେଳେ ନିଜର ରଣନୀତିକୁ କିଛି ଭିନ୍ନ ଢଙ୍ଗରେ ମାରାଥନ ପ୍ରଚାର ଆରମ୍ଭ କରିଥିବା ସୂଚନା ମିଳିଛି |

ଆଜି ବୈପାରୀଗୁଡା ବ୍ଲକ୍ର କଟାଛକଠାରୁ ମାଠପଡା ପର୍ଯ୍ୟନ୍ତ ପ୍ରାୟ ଛଅସହ ବାଇକରେ ଏକ ରାଲି ଦେଖିବାକୁ ମିଳିଥିଲା | ପରେ ଦୋରଗୁଡ଼ା ସାପ୍ତାହିକ ହାଟରେ ଭାଷଣ ମାଧ୍ୟମରେ କେନ୍ଦ୍ର ସରକାର ଓ କଂଗ୍ରେସ ଦଳକୁ ନିନ୍ଦା କରିବା ସହ ସେମାନଙ୍କ ଅପାରଗତା ବିଷୟରେ ଭୋଟରଙ୍କୁ ଶୁଣାଇଛନ୍ତି | ବିଜେଡି ସୁପ୍ରିମ ନବୀନକୁ ସ୍ଵଛ ଶାସନ ପୁଣି ପରେ ଆବଶ୍ୟକ ରହିଛି ଏଣୁ ଜନ ସାଧାରଣକୁ ହାତ ଯୋଡି ଶଙ୍ଖ ଚିହ୍ନରେ ଭୋଟ ଦେବା ପାଇ ଅନୁରୋଧ କରିଥିବା ଦୃଶ୍ୟ ଦେଖିବାକୁ ମିଳିଛି | ବିଜେଡି ଦଳର ବିଧାୟକ ପ୍ରାର୍ଥୀଙ୍କ ଜୋରସୋର ଉଦ୍ୟମ ଚାଲିଥିବା ବେଳେ କିନ୍ତୁ ବିଜେଡି ସାଂସଦ ପ୍ରାର୍ଥୀ କୌଶଲ୍ୟା ହିକକାଙ୍କ ପାଦ ବୈପାରୀଗୁଡା ମାଟିରେ ପଡି ନ ଥିବା ଏବେ ରାଜନୀତିରେ ରୋଚକ ମାଡ ଦେଖାଯାଇଛି |

ଏହି ଅଞ୍ଚଳରେ ଭୋଟରମାନେ କୌଶଲ୍ୟାଙ୍କୁ ଦେଖି ନ ଥବା ବେଳେ ମାତ୍ର ଗୋଟିଏ ଦିନ ପରେ ହେବାକୁ ଥିବା ନିର୍ବାଚନ ଭୋଟ କେତେ ଦେବେ ତାହା ଫଳାଫଳ ପରେ ଜଣା ପଡିବ ବୋଲି ସାଧାରଣରେ ଆଲୋଚନା ହେଉଛି |

Comments are closed.