ଶ୍ରୀ କୃଷ୍ଣ ଚନ୍ଦ୍ର ଗଜପତି ଙ୍କ ଅବହେଳିତ ପ୍ରତିମୂର୍ତ୍ତି ର ସ୍ଥାନାନ୍ତର ଆବଶ୍ୟକ

0
182
ଶ୍ରୀ କୃଷ୍ଣ ଚନ୍ଦ୍ର

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୦୫/୦୫) : କାଶୀନଗର ବ୍ଲକ ର ବୁଦୂରା ପଞ୍ଚାୟତ ଅଧୀନରେ ଥିବା ଶ୍ରୀ କୃଷ୍ଣ ଚନ୍ଦ୍ର ଗଜପତି ଙ୍କ ପ୍ରତିମୂର୍ତ୍ତି ଅବହେଳିତ ଅବସ୍ଥାରେ ପଡ଼ିଥିବା ରୁ ଏହାକୁ ସ୍ଥାନାନ୍ତର କରିବା ଆବଶ୍ୟକ ହୋଇପଡିଛି ।

ଇଦୂଡି ଠାରେ ଏକ ବିଦ୍ୟାଳୟ ଚାଲୁ ଥିଲା । ଏହି ବିଦ୍ୟାଳୟ ର ଶିକ୍ଷକ ମାନେ ଗଜପତି ପ୍ରତିମୂର୍ତ୍ତି ପ୍ରତିଷ୍ଠା କରିଥିଲେ । ବର୍ତ୍ତମାନ ଏହି ବିଦ୍ୟାଳୟ ଉଠିଗଲା । ଏଣୁ ସେଠାରେ ଥିବା ମହାରାଜା ଶ୍ରୀ କୃଷ୍ଣ ଚନ୍ଦ୍ର ଗଜପତି ଙ୍କ ପ୍ରତିମୂର୍ତ୍ତି ଅବହେଳିତ ଅବସ୍ଥାରେ ପଡିଥିଲା । ସେତେବେଳେ ଟାଉନ୍ ବିଜେଡ଼ି ସଭାପତି ରଘୁରାମ ସାହୁ ଓ ଗଜପତି ପାଠାଗାର ର ସଦସ୍ୟ ମାନେ ଏହାର ପୁନଃର୍ଜିବିତ କରିବା ପାଇଁ ପଦକ୍ଷେପ ନେଲେ ।

ଗତ ଦୁଇବର୍ଷ ହେଲା ଉତ୍କଳ ଦିବସ, ମହାରାଜାଙ୍କ ତିରୋଧାନ ଦିବସ, ଜନ୍ମ ଜୟନ୍ତୀ ଦିନ ଫୁଲ ମାଳ ଇତ୍ୟାଦି ଦେଇ ମନେ ପକାଯାଉଛି । ଏଣୁ ଏହି ପ୍ରତିମୂର୍ତ୍ତୀ କୁ ସ୍ଥାନାନ୍ତର କରି ଏହାକୁ ଏକ ମର୍ଯ୍ୟାଦା ଜନକ ସ୍ଥାନରେ ରଖିବା ପାଇଁ ପୁଣି ପୌର ଉପାଧ୍ୟକ୍ଷ ରଘୁ ରାମ ସାହୁ ଓ ଗଜପତି ପାଠାଗାର ସଦସ୍ୟ ମାନେ ପାରଳା ଜେମଦେଇ ସୁଶ୍ରୀ କଲ୍ୟାଣୀ ଦେବୀ ଙ୍କ ସହ ଯୋଗାଯୋଗ କରିଛନ୍ତି ଏବଂ ଏହି ପ୍ରତିମୂର୍ତ୍ତୀ କୁ ଗଜପତି ପାଠାଗାର ପରିସର ରେ ସ୍ଥାପନ କରିବାକୁ ଯୋଜନା କରିଛନ୍ତି ।

ଏଣୁ ପ୍ରଶାସନ ଏହି ବୃହତ୍ କାର୍ଯ୍ୟରେ ସହଯୋଗ କରିବେ ବୋଲି ଅନୁରୋଧ କରିଛନ୍ତି ରଘୁରାମ ସାହୁ, ସଭାପତି ରମାକାନ୍ତ ପାତ୍ର, ସମ୍ପାଦକ ଜଗଦୀଶ ପାତ୍ର ଓ ପାଠାଗାର ର ଅନ୍ୟ ସଦସ୍ୟ ମାନେ ।