Thursday, March 28, 2024

Top 5 This Week

Related Posts

ଅକ୍ଷୟ ତୃତୀୟା ଦିବସ ଅବସରରେ ଭୂମିପୂଜନ : ଅଖିମୁଠି ଅନୁକୂଳ ଓ ଜିଲ୍ଲା ସ୍ତରୀୟ କୃଷକ ଦିବସ ପାଳନ

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, (୦୩/୦୫) : ଆଜି ଅକ୍ଷୟ ତୃତୀୟା ଦିବସ ରେ ବୌଦ୍ଧ ଜିଲ୍ଲା ସ୍ତରୀୟ ଚଳିତ ବର୍ଷ ର ଖରିଫ ଚାଷ ପାଇଁ ଭୂମି ପୂଜନ, ବିହନ ଅଖିମୁଠି ଅନୁକୂଳ ଓ କୃଷକ ଦିବସ ବଘିଆପଡ଼ା ନିକଟସ୍ଥ ପାଲଝlର ଫାର୍ମ ଠାରେ କୃଷି ଓ କୃଷକ ସଶକ୍ତି କରଣ ବିଭାଗ ଦ୍ୱାରା ପାଳନ କରାଯାଇଛି lWhatsApp Image 2022 05 04 at 7.04.45 AM ଅକ୍ଷୟ ତୃତୀୟା ଦିବସ ଅବସରରେ ଭୂମିପୂଜନ : ଅଖିମୁଠି ଅନୁକୂଳ ଓ ଜିଲ୍ଲା ସ୍ତରୀୟ କୃଷକ ଦିବସ ପାଳନ

ଅକ୍ଷୟ ତୃତୀୟା ଦିବସ ଅବସରରେ ସ୍ଥାନୀୟ ବିଧାୟକ ଶ୍ରୀ ପ୍ରଦୀପ ଅମାତ ମୁଖ୍ୟ ପୁରୋଧା ଭାବରେ ଯୋଗ ଦେଇଥିବା ବେଳେ ଜିଲ୍ଲାପାଳ ଶ୍ରୀଯୁକ୍ତ ଲଲାଟେନ୍ଦୁ ମିଶ୍ର ପୌରହିତ କରି ଭୂମି ପୂଜା, ବିହନ ଅଖିମୁଠି ଅନୁକୂଳ କରିଥିଲେ l ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ପ୍ରଭାସିନୀ ଦାସ, ବୌଦ୍ଧ ବ୍ଲକ ଅଧ୍ୟକ୍ଷ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀଯୁକ୍ତ ଅଶ୍ୱିନୀ କୁମାର ମେହେର, ବୌଦ୍ଧ ବି.ଡ଼ି.ଓ. ପ୍ରମୁଖ ଉପସ୍ଥିତ ରହି ଚାଷୀ ମାନଙ୍କୁ ଉତ୍ସାହିତ କରିଥିଲେ l

ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଙ୍କ ତତ୍ୱାବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିୟାର ସିଂହ, ଜିଲ୍ଲା କୃଷି ଅଧିକାରୀ ନାରାୟଣ ମହାନନ୍ଦ ତଥା ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ମାନେ ଯୋଗଦାନ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ସ୍ଥାନୀୟ କୃଷକ ମାନେ ଯୋଗଦାନ କରି ଅକ୍ଷୟ ତୃତୀୟା ଓ କୃଷକ ଦିବସକୁ ସଫଳ କରିଥିଲେ l

Popular Articles