ଭୋଟ ବେଳେ ମନେପଡେ ବିଚ୍ଛିନ୍ନ ଅଂଚଳର ଦୁଃଖ ଦୁର୍ଦଶା, ଭୋଟ ବର୍ଜନ ପାଇଁ ଧମକ ଦେଲେ ଗ୍ରାମବାସୀ

ମାଲକାନଗିରି ଜିଲ୍ଲା ପ୍ରତିନିଧି(ଅସୀମ ବିଶ୍ୱାସ): ଦୀର୍ଘ ବର୍ଷ ଧରି ଗୁହାରି କରି ଆସୁଛନ୍ତି ମାଲକାନଗିରି ଜିଲ୍ଲାର ବିଚ୍ଛିନ୍ନାଞ୍ଚଳରେ ବସବାସ କରୁଥିବା ଜନସାଧାରଣ | ବର୍ଷ ପରେ ବର୍ଷ ବିତି ଯାଇଥିଲେ ମଧ୍ୟ ପ୍ରଶାସନର କର୍ଣ୍ଣପାତ ହେଉନାହିଁ |

ବିଛିନ୍ନ ଅଞ୍ଚଳରେ ବସବାସ କରୁଥିବା ଜନସାଧାରଣଙ୍କ ଦୁଃଖ ଭୋଟ ଆସିଲେ ମନେପଡେ | ଏହି ଠାରେ ବସବାସ କରୁଥିବା ଲୋକଙ୍କ କଥା ମାଲକାନଗିରି ଜିଲ୍ଲାର କରୁକୋଣ୍ଡା ବ୍ଲକ ଅନ୍ତର୍ଗତ ନାକାମାମୁଡ଼ି ଗ୍ରାମପଂଚାୟତରେ ଥିବା ମୁଦଦୁଲିଗୁଡା ଓ ବାୟାଗୁଡା ଅଞ୍ଚଳର ଲୋକମାନେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଜିଲ୍ଲାପାଳଙ୍କୁ ଭେଟିଥିଲେ | ଅଙ୍ଗୁରଗୁଡା ଠାରୁ ପ୍ରାୟ ୬୦କି.ମି ରାସ୍ତା ଲଞ୍ଚରେ ଅତିକ୍ରମ କରି ଡ଼ାଇକ-୩ ପର୍ଯନ୍ତ ଯିବାପରେ ପୁଣି ୫କି.ମି ପାଦଚଲା ରାସ୍ତା ଅତିକ୍ରମ କରି ପଂଚାୟତ କାର୍ଯ୍ୟାଳୟରେ ପହଁଚିବାକୁ ପଡିଥାଏ, ଯାହାଦ୍ଵାରା ଜନସାଧାରଣଙ୍କୁ ବହୁତ କଷ୍ଟର ସମ୍ମୁଖୀନ ହେବାକୁ ପଡେ | ଗ୍ରାମବାସୀଙ୍କ ଅଭିଯୋଗ ୨୦୦୪ ମସିହା ଠାରୁ ଜିଲ୍ଲା ପ୍ରଶାସନ ତଥା ରାଜ୍ୟ ସରକାରଙ୍କୁ ଗୁହାରି କରି ଆସୁଛନ୍ତି ଅଞ୍ଚଳବାସୀ, ମିଦୁଳିଗୁଡା ଠାରେ ଏକ ନୂତନ ଗ୍ରାମପାୟତ ସ୍ଥାପନ ନିମନ୍ତେ ଦାବି କରି ଆସୁଛନ୍ତି ବିଛିନ୍ନ ଅଞ୍ଚଳର ଏହି ଜନସାଧାରଣ, ଯାହାଦ୍ଵାରା ଉଭୟ ମୁଦୁଳିଗୁଡା ଓ ବାୟାଗୁଡାର ଲୋକମାନଙ୍କୁ କଷ୍ଟର ସମ୍ମୁଖୀନ ହେବାକୁ ନ ପଡେ,ରାସ୍ତା,ପାନୀୟଜଳ,ଶିକ୍ଷା କେନ୍ଦ୍ର,ସ୍ୱାସ୍ଥ୍ୟ କେନ୍ଦ୍ର, ଅଙ୍ଗନବାଡ଼ି ,ବିଦ୍ୟୁତ, ପାକ୍କାଘର ,ଜଙ୍ଗଳଜମି ପଟ୍ଟା ,ଆମ୍ବୁଲାନ୍ସ , ରାସନ କାର୍ଡ, ଆଦି ଯୋଗାଇ ଦେବାପାଇଁ ଜିଲ୍ଲାପାଳଙ୍କଠାରେ ଗୁହାରୀ କରିଛନ୍ତି ଅଞ୍ଚଳବାସୀ |

ଯଦି ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ଏହି ଦାବି ପୁରଣ ନ କରନ୍ତି ତେବେ ଭୋଟ ବର୍ଜନ କରିବାର ସହ କୋୖଣସି ପ୍ରଶାସନିକ ଅଧିକାରୀଙ୍କୁ ଗ୍ରାମରେ ନ ପୁରାଇବାକୁ ଖୋଲା ଖୋଲି ଧମକ ଦେଇଛନ୍ତି ଅଞ୍ଚଳବାସୀ ।

Comments are closed.