ଚୋରି ବାଇକ ଉଦ୍ଧାର, ୨ ଅଭିଯୁକ୍ତ କୋର୍ଟ ଚାଲାଣ

0
193
ଚୋରି ବାଇକ

ରିପୋର୍ଟ : ରବି ଶଙ୍କର ମହାପାତ୍ର

ବୋରିଗୁମ୍ମା, (୩/୫) : ବୋରିଗୁମ୍ମା ବ୍ଳକ ବି.ସିଂହପୁର ଥାନା ଦ୍ୱାରା ଆଜି ଗାଡିଚୋରି ଅଭିଯୋଗରେ ଚୋରି ବାଇକ ଉଦ୍ଧାର କରି ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଅଭିଯୁକ୍ତ ୨ ଜଣ ହେଲେ ରାଜୀବ ହରିଜନ ଓ ଖଗପତି ହରିଜନ ।

ଜୟପୁର ଥାନା ଅନ୍ତର୍ଗତ ଉମୁରି ଗ୍ରାମ ର କୈଳାସ ଚାଲାଣ ନାମକ ବ୍ୟକ୍ତି ଗାଡିଚୋରି ସମ୍ପର୍କରେ ବି.ସିଂହପୁର ଥାନାରେ ଅଭିଯୋଗ କରିଥିଲେ । ତାଙ୍କ ଅଭିଯୋଗକୁ ଭିତ୍ତି କରି ଅନୁସନ୍ଧାନ କଲାପରେ ବି.ସିଂହପୁର ପୁଲିସ ନବରଂଗପୁର ଜିଲ୍ଲା ସୀମାନ୍ତ ବରଗାଁ ନିକଟରୁ ଚୋରି ବାଇକ ପଞ୍ଜୀକରଣ ନଂ OD 10 E 5485 ଉଦ୍ଧାର କରିବାରେ ସମର୍ଥ ହୋଇଥିଲେ ।

ଏ ନେଇ ବି. ସିଂହପୁର ଥାନା କେସ୍ ନଂ ୫୪ /୨୨ ରୁଜ୍ଜୁ କରାଯାଇ ତଦନ୍ତକାରୀ ଅଧିକାରୀ ସବ୍ ଇନ୍ସପେକ୍ଟର ଏସ୍.କେ.ସେଠୀ ଦାୟିତ୍ୱ ଗ୍ରହଣ କରିଥିବା ଜଣା ପଡିଛି । ଘଟଣାରେ ୩ ଜଣ ସମ୍ପୃକ୍ତ ଥିବା ବେଳେ ତୃତୀୟ ଅଭିଯୁକ୍ତ ଫେରାର ଥିବା ଜଣାପଡିଛି ।