ଲୁଟ ସୁନା ଗହଣା ସହ ଦୁଇ ଲୁଟେରାଙ୍କୁ କାବୁ କଲା ଗୁଣପୁର ପୋଲିସ

0
225
ଲୁଟ ସୁନା ଗହଣା

ରିପୋର୍ଟ : ବିରଞ୍ଚି ପ୍ରସାଦ
ରାୟଗଡା, (୦୩/୦୫) : ଲୁଟ ସୁନା ଗହଣା ସହ ଦୁଇ ଲୁଟେରାଙ୍କୁ କାବୁ କଲା ଗୁଣପୁର ପୋଲିସ । ଗତ ଏପ୍ରିଲ ୨୬ ତାରିଖରେ ଗୁଣପୁର ସହରର ଜନଗହଳିପୂର୍ଣ୍ଣ ଅଞ୍ଚଳ କୁହାଯାଉଥିବା କନ୍ୟାକାପରମେଶ୍ଵରୀ ମନ୍ଦିର ସମ୍ମୁଖରେ ଥିବା ଏସ୍ ଏସ୍ ଜୁଏଲାରୀ ଦୋକାନୀ ଏସ୍ ବାବା ପ୍ରସାଦଙ୍କ ହାତରୁ ଲୁଟେରା ମାନେ ୩ କିଲୋ ସୁନାଗହଣା ଓ ଦୁଇ ଲକ୍ଷ ଟଙ୍କା ଥିବା ବ୍ୟାଗ ଝାମ୍ପିନେଇ ଵାଇକରେ ଚମ୍ପଟ ମାରିଥିଲେ ।WhatsApp Image 2022 05 03 at 8.14.57 PM 1 ଲୁଟ ସୁନା ଗହଣା ସହ ଦୁଇ ଲୁଟେରାଙ୍କୁ କାବୁ କଲା ଗୁଣପୁର ପୋଲିସ

ବାଇକ୍ ରେ ଆସିଥିବା ଲୁଟେରା ର ଫୋଟ ଚିତ୍ର ସିସିଟିଭି ଫୁଟେଜରେ କଏଦ ହୋଇଥିବା ବେଳେ ଏହାକୁ ନେଇ ଗୁଣପୁର ଆଦର୍ଶ ଥାନାରେ ଏତଲା ଦିଆଯାଇଥିଲା । ଏତଲାକୁ ଭିତ୍ତିକରି ଗୁଣପୁର ଆଦର୍ଶ ଥାନାରେ କେସ ନମ୍ବର – ୮୭, ଅଣ୍ଡର ସେକସନ- ୩୭୯ ଆଇ ପି ସି ରେ କେସ ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ ‌ । ଏତଲାକୁ ଭିତ୍ତିକରି ପୋଲିସ ତିନୋଟି ଟିମ ଗଠନ କରି ଛାନଭିନ ଆରମ୍ଭ କରିଥିଲା । ଵିଶ୍ଵସ୍ତ ସୁତ୍ରରୁ ଖବର ପାଇ ଗୁଣପୁର ପୋଲିସ, ଆସ୍କା ପୋଲିସ ସହାୟତାରେ ଆଜି ୧.୪୦୦ ଗ୍ରାମ ଲୁଟ ସୁନା ଗହଣା, ଗୋଟିଏ କଳା ରଙ୍ଗର ପଲସର ବାଇକ ସହ ଦୁଇ ଲୁଟେରାଙ୍କୁ ଆସ୍କା ଅଞ୍ଚଳରୁ ଧରିବାରେ ସକ୍ଷମ ହେଉଛି ।

WhatsApp Image 2022 05 03 at 8.14.57 PM 2 1 ଲୁଟ ସୁନା ଗହଣା ସହ ଦୁଇ ଲୁଟେରାଙ୍କୁ କାବୁ କଲା ଗୁଣପୁର ପୋଲିସ

ଗିରଫ ଅଭିଯୁକ୍ତ ହେଲେ ଭଞ୍ଜନଗରର ତରୁଣ ଦାସ ଓ ଯାଜପୁରର ଅର୍ଜୁନ ପ୍ରଧାନ । ବାକି ସୁନା ଗହଣା, ଟଙ୍କା ଓ ଏହି ଲୁଟରେ ସଂପୃକ୍ତ ଥିବା ଲୁଟେରାଙ୍କୁ ଶିଘ୍ର ଗିରଫ କରାଯିବ ବୋଲି ପୋଲିସ ଏସପି ସୂଚନା ଦେଇଛନ୍ତି । ଏକ ସାମ୍ବାଦିକ ସମ୍ମିଳନୀ କରି ଗୁଣପୁର ପୋଲିସ ଜବତ ସୁନା ଗହଣା ଦୋକାନ ମାଲିକ ଏସ୍ ବାବା ପ୍ରସାଦଙ୍କୁ ପ୍ରଦାନ କରିଥିଲେ । ପୋଲିସର ଏତାଦୃଶ କାର୍ଯ୍ୟକଳାପକୁ ଜନସାଧାରଣ ପ୍ରଶଂସା କରିଛନ୍ତି ।