ଚାଷୀମାନଙ୍କୁ ମିଳିବ ‘କାଳିଆ’ ସହାୟତା, ଆକାଉଣ୍ଟକୁ ଯିବ ଚଳିତ ବର୍ଷର ପ୍ରଥମ କିସ୍ତି

0
123
ଚାଷୀମାନଙ୍କୁ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୦୩/୦୫) : ରାଜ୍ୟ ର ଚାଷୀମାନଙ୍କ ପାଇଁ ଖୁସି ଖବର । ରାଜ୍ୟ ସରକାର ରାଜ୍ୟ ର ଚାଷୀମାନଙ୍କୁ ପବିତ୍ର ଅକ୍ଷୟ ତୃତୀୟାରେ ଏକ ଭେଟି ଦିଆଯିବ ।

ଏହି ପବିତ୍ର ଦିନରେ ଚାଷୀମାନଙ୍କୁ ‘କାଳିଆ’ ସହାୟତା ପ୍ରଦାନ କରାଯିବ । ଚାଷୀଙ୍କ ଖାତାକୁ ସିଧାସଳଖ ଏହି ଅର୍ଥରାଶି ପଠାଯିବ । ମଙ୍ଗଳବାର ରାଜ୍ୟ ସରକାରଙ୍କ ପକ୍ଷରୁ ଏ ନେଇ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ କରାଯାଇଛି । ଏହି କାର୍ଯ୍ୟକ୍ରମରେ କାଳିଆ ଯୋଜନାରେ ସାମିଲ ଥିବା ଚାଷୀମାନଙ୍କ ଆକାଉଣ୍ଟକୁ ୨ ହଜାର ଟଙ୍କା ଲେଖାଏଁ ପଠାଯିବ ।

ଫଳରେ ରାଜ୍ୟ ର ୪୦ ଲକ୍ଷରୁ ଊଦ୍ଧ୍ୱର୍ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଉପକୃତ ହେବେ । କାଳିଆ କିସ୍ତି ବାବଦରେ ରାଜ୍ୟ ସରକାର ୮୦୦ କୋଟି ଟଙ୍କା ପ୍ରଦାନ କରିବେ । ବର୍ଷକୁ ୨ଟି କିସ୍ତିରେ କାଳିଆ ସହାୟତା ରାଶି ଚାଷୀମାନଙ୍କ ଆକାଉଣ୍ଟକୁ ପଠାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ । ଖରିଫ ଚାଷ ପାଇଁ ୨ ହଜାର ଏବଂ ରବି ଚାଷ ପାଇଁ ୨ ହଜାର ଲେଖାଏଁ ଚାଷୀଙ୍କ ଆକାଉଣ୍ଟକୁ ପଠାଯିବ ବୋଲି ଘୋଷଣା କରାଯାଇଥିଲା ।