Thursday, March 28, 2024

Top 5 This Week

Related Posts

ଖାଦ୍ୟରେ ସାମିଲ କରନ୍ତୁ ତରଭୁଜ ମଞ୍ଜି : ମିଳିବ ଏହିସବୁ ଫାଇଦା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୦୩/୦୫) : କରୋନା କାଳରେ ଇମ୍ୟୁନିଟିର ଗୁରୁତ୍ୱ ସମସ୍ତେ ଜାଣିଛନ୍ତି । ଏମିତିରେ ଖାଦ୍ୟରେ ସାମିଲ କରନ୍ତୁ ତରଭୁଜ ମଞ୍ଜି । ତରଭୁଜ ଆପଣଙ୍କ ଇମ୍ୟୁନିଟିକୁ ସୁଦୃଢ କରିବାରେ ପ୍ରଭାବଶାଳୀ ହୋଇପାରେ ।

ତରଭୁଜ ସହ ଏହାର ମଞ୍ଜି ମଧ୍ୟ ଖାଦ୍ୟରେ ସାମିଲ କଲେ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବେଶ୍ ଲାଭଦାୟକ । ତରଭୁଜ ମଞ୍ଜି ଖାଦ୍ୟରେ ସାମିଲ କରିବା ଦ୍ୱାରା ଏଥିରେ ଥିବା ପ୍ରୋଟିନ୍ ଏବଂ ଆମିନୋ ଏସିଡ୍ ଆପଣଙ୍କ ବ୍ଲଡ୍ ପ୍ରେସର ର ସମସ୍ୟାକୁ କମ୍ କରିବାରେ ସହାଯ୍ୟ କରିପାରେ । ଏହା ବ୍ୟତୀତ ତରଭୁଜ ମଞ୍ଜି ଆପଣଙ୍କ ଟିସ୍ୟୁକୁ ମରାମତି କରି ମାଂସପେଶୀକୁ ସୁସ୍ଥ ରଖିଥାଏ । ମାଂସପେଶୀ ଯନ୍ତ୍ରଣାରୁ ମୁକ୍ତ କରିବା ପାଇଁ ଏହା ପ୍ରଭାବଶାଳୀ ହୋଇପାରେ ।

ତରଭୁଜ ମଞ୍ଜିରେ ବେଶୀ ପରିମାଣର ମୋନୋସାଚ୍ୟୁରେଟେଡ୍ ଏବଂ ପଲିଅନସାଚ୍ୟୁରେଟେଡ୍ ଫ୍ୟାଟି ଏସିଡ୍ ରହିଥାଏ । ଯାହା ହୃଦଘାତ ଆଶଙ୍କାକୁ ହ୍ରାସ କରିବାରେ ଲାଭଦାୟକ ପ୍ରମାଣିତ ହୋଇପାରେ । ଗରମରେ ପ୍ରବାହିତ ଲୁ ଯୋଗୁଁ ଆପଣ ଖୁବ୍ ଶୀଘ୍ର ଥକ୍କାପଣ ଅନୁଭବ କରିଥାନ୍ତି । ଏମିତିରେ ଆପଣଙ୍କୁ ତରଭୁଜ ମଞ୍ଜି ଖାଇବା ଉଚିତ । ଏହାଦ୍ୱାରା ଆପଣଙ୍କ ଶରୀରକୁ ତତକ୍ଷଣାତ୍ ଶକ୍ତି ମିଳିପାରେ । ଏହି ମଞ୍ଜି ହିମୋଗ୍ଲୋବିନ୍ ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ ।

ଯଦି ଆପଣଙ୍କର ଅଧିକ ଓଜନ ଅଥବା ମୋଟାପଣ ସମସ୍ୟା ରହିଛି ତେବେ କମ୍ କ୍ୟାଲୋରୀ ଯୁକ୍ତ ତରଭୁଜ ମଞ୍ଜି ଆପଣଙ୍କ ଓଜନ ହ୍ରାସ କରିବାରେ ଲାଭଦାୟକ ସାବ୍ୟସ୍ତ ହୋଇପାରେ । ତରଭୁଜ ମଞ୍ଜି ର ଲାଭ ଉଠାଇବା ପାଇଁ ଆପଣ ଏହାକୁ ସାଲାଡ, ତରକାରୀ ଅଥବା ସ୍ନାକ୍ସ କରି ଦୈନନ୍ଦିନ ଖାଦ୍ୟରେ ଖାଇ ପାରିବେ ।

Popular Articles