Friday, March 29, 2024

Top 5 This Week

Related Posts

ଶ୍ରମିକ ଦିବସ ଅବସରରେ ଡ୍ରାଇଭର ମହାସଙ୍ଘର ବିଶାଳ ଶୋଭାଯାତ୍ରା

ରିପୋର୍ଟ : ରବିଶଙ୍କର ମହାପାତ୍ର
ବୋରିଗୁମ୍ମା, କୋରାପୁଟ, (୨/୪) : ଅନ୍ତର୍ଜାତୀୟ ଶ୍ରମିକ ଦିବସ ଅବସରରେ କୋରାପୁଟ ଜିଲ୍ଲା ର ବୋରିଗୁମ୍ମା ବ୍ଲକ ଠାରେ ଗତକାଲି ଡ୍ରାଇଭର ମହାସଙ୍ଘ ର ଏକ ବିରାଟ ଶୋଭାଯାତ୍ରା ଓ ସଭା ଅନୁଷ୍ଠିତ ହୋଇ ଯାଇଛି ।

ଏହି ସଭାରେ ଡ୍ରାଇଭର ମାନଙ୍କ ଅବସର ପରେ ପେନସନ ଓ ବୀମା ସୁବିଧା ପାଇଁ ଦାବି କରାଯାଇଥିଲା । ଅନ୍ତର୍ଜାତୀୟ ଶ୍ରମିକ ଦିବସ ଅବସରରେ ବୋରିଗୁମ୍ମା ବ୍ଲକ ର ଡ୍ରାଇଭର ମହାସଙ୍ଘ ର ସଭାପତି ସୁନ୍ଦର ଅମନାତ୍ୟ ଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଶୋଭାଯାତ୍ରା ରେ ଡ୍ରାଇଭର ମହାସଙ୍ଘ ରସମ୍ପାଦକ ଉପ ସଭାପତି ଚନ୍ଦ୍ର ହରିଜନ, ସମ୍ପାଦକ ଅଭି ତ୍ରିପାଠୀ, ସହ ସମ୍ପାଦକ ଧନ ନାୟକ, ସମ୍ବାରୁ ଭୁମିଆ, ସୁନାଧର ଗୌଡ, ରାମ ଅମନାତ୍ୟ, ଲୁକୁ ଭୁମିଆ, ମହେନ୍ଦ୍ର ଅମନାତ୍ୟ, ପ୍ରହଲ୍ହାଦ ଜାନୀ, ଟୁଟୁ ନାୟକ ପ୍ରମୁଖ ଡ୍ରାଇଭର ମହାସଙ୍ଘ ର ସଭ୍ୟମାନେ ଉପସ୍ଥିତ ଥିବା ଜଣା ପଡିଛି ।

Popular Articles