Friday, March 29, 2024

Top 5 This Week

Related Posts

ରାଷ୍ଟ୍ରପତି ନିର୍ବାଚନ : ବିଜେଡି ର ଆଭିମୁଖ୍ୟ କଣ ରହିବ ?

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୦୧/୦୫) : ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟନାୟକ ଏବେ ଦିଲ୍ଲୀ ଗସ୍ତରେ ରହିଛନ୍ତି । ଏହି ସମୟରେ ଏକ ଜାତୀୟ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେଇ ତୃତୀୟ ସାମ୍ମୁଖ୍ୟ ଏବଂ ରାଷ୍ଟ୍ରପତି ନିର୍ବାଚନ ବେଳେ ବିଜେଡିର ପକ୍ଷ କଣ ରହିବ ତାହା ସେ ସ୍ପଷ୍ଟ କରିଛନ୍ତି ।

ଆଗାମୀ ୨୦୨୪ ରେ ଲୋକସଭା ନିର୍ବାଚନ ରହିଛି । ଏହି ସମୟରେ ବିଜେଡି ତୃତୀୟ ସାମ୍ମୁଖ୍ୟରେ ସାମିଲ ହେବ କି ବୋଲି ପ୍ରଶ୍ନରେ ନବୀନ କହିଛନ୍ତି, ଏ ପ୍ରସଙ୍ଗରେ ମତ ଦେବାର ସମୟ ଆସିନି । ସମୟ ଆସିଲେ ସେ ସ୍ପଷ୍ଟ କରିବେ । ସେହିପରି ରାଷ୍ଟ୍ରପତି ନିର୍ବାଚନ ରେ ତାଙ୍କ ଦଳ କାହା ପକ୍ଷ ନେବେ ପ୍ରଶ୍ନରେ ସେ କହିଛନ୍ତି କିଏ ପ୍ରାର୍ଥୀ ହେବେ ତାହ ଗୁରୁତ୍ୱପୂର୍ଣ୍ଣ । ଏପରି ପ୍ରଶ୍ନର କାରଣ ହେଲା ୨୦୧୭ରେ ଅନ୍ତିମ ଥର ପାଇଁ ରାଷ୍ଟ୍ରପତି ନିର୍ବାଚନ ହୋଇଥିଲା ।

ଏହି ସମୟରେ ରାମନାଥ କୋବିନ୍ଦ ଏନଡିଏର ପ୍ରାର୍ଥୀ ହୋଇଥିଲେ । ଆଉ ବିଜେଡି କୋବିନ୍ଦଙ୍କ ସମର୍ଥନରେ ଭୋଟ୍ ଦେଇଥିଲା । ସବୁବେଳେ ସମଦୂରତା ନୀତିକୁ ଆପଣାଉଥିବା ନବୀନ କେଉଁ ପଟରେ ନିଜର ମତ ରଖିବେ ତାକୁ ନେଇ ଦିଲ୍ଲୀ ରାଜନୀତିରେ ସସପେନ୍ସ ରହିଛି । କାରଣ ପ୍ରଧାନମନ୍ତ୍ରୀଙ୍କ ବୈଠକରେ ସାମିଲ ହେବାକୁ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଆସିଥିଲେ ।

ଏହି ସମୟରେ ଅଣ ବିଜେପି ଏବଂ ଅଣ କଂଗ୍ରେସ ଦଳ ର ମୁଖ୍ୟମନ୍ତ୍ରୀ ପରସ୍ପରକୁ ଭେଟିଥିଲେ । ଏହି ସମୟରେ ରାଷ୍ଟ୍ରପତି ନିର୍ବାଚନ ଉପରେ ଆଲୋଚନା ହୋଇଛି । ସେହିପରି ୨୦୨୪ ସାଧାରଣ ନିର୍ବାଚନ ପାଇଁ ତୃତୀୟ ସାମ୍ମୁଖ୍ୟ ଗଠନ ଉପରେ ମତ ରଖୁଛନ୍ତି ଅନେକ ଦଳ ର ନେତା । ଯାହାକୁ ସମର୍ଥନ କରୁଛନ୍ତି, ପଶ୍ଚିମବଙ୍ଗ ର ଟିଏମସି, ତେଲେଙ୍ଗାନା ର ଟିଆରଏସ, ମହାରାଷ୍ଟ୍ରର ଶିବସେନା, ତାମିଲନାଡୁ ର ଡିଏମକେ ।

Popular Articles