Friday, March 29, 2024

Top 5 This Week

Related Posts

କୌଣସି ସଂଖ୍ୟାଲଘୁ ମହିଳା ଚାହାଁନ୍ତି ନାହିଁ ତାଙ୍କ ସ୍ୱାମୀ ଘରକୁ ଆଉ ୩ଟି ସ୍ତ୍ରୀ ଆଣନ୍ତୁ : ଆସାମ ମୁଖ୍ୟମନ୍ତ୍ରୀ

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୦୧/୦୫) : ‘ୟୁନିଫର୍ମ ସିଭିଲ୍‌ କୋଡ୍‌‘ (ୟୁସିସି) ପ୍ରତି ସମର୍ଥନ ଜଣାଇ ଶନିବାର ଦିନ ଆସାମ ର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା କହିଛନ୍ତି, କୌଣସି ସଂଖ୍ୟାଲଘୁ ମହିଳା ଚାହାଁନ୍ତି ନାହିଁ ଯେ, ତାଙ୍କ ସ୍ୱାମୀ ଘରକୁ ଆଉ ୩ଟି ସ୍ତ୍ରୀ ଆଣନ୍ତୁ ।

ରାଜ୍ୟରେ ‘ୟୁସିସି’ ବା ‘ସମାନ ନାଗରିକ ସଂହିତା’ ପ୍ରଚଳନ କରାଯିବା ଉପରେ ଗୁରୁତ୍ୱାରୋପ କରି ‘ବିଜେପି’ ନେତା ବିଶ୍ୱଶର୍ମା ଆହୁରି ମଧ୍ୟ କହିଛନ୍ତି ଯେ, ସଂଖ୍ୟାଲଘୁ ମହିଳାମାନଙ୍କୁ ନ୍ୟାୟ ଦେବା ପାଇଁ ଏହି ଆଇନ ର ପ୍ରଚଳନ ଅତ୍ୟାବଶ୍ୟକ ଅଟେ । ସମସ୍ତେ ‘ୟୁନିଫର୍ମ ସିଭିଲ୍‌ କୋଡ୍‌’ ଚାହାଁନ୍ତି । କୌଣସି ସଂଖ୍ୟାଲଘୁ ମହିଳା ଚାହାଁନ୍ତି ନାହିଁ ଯେ, ତାଙ୍କ ସ୍ୱାମୀ ଘରକୁ ଆଉ ୩ଟି ସ୍ତ୍ରୀ ଆଣନ୍ତୁ । ଯେକୌଣସି ସଂଖ୍ୟାଲଘୁ ମହିଳାଙ୍କୁ ପଚାରନ୍ତୁ । ‘ୟୁସିସି’ ମୋ ସମସ୍ୟା ନୁହେଁ, ଏହା ସମସ୍ତ ସଂଖ୍ୟାଲଘୁ ମହିଳାଙ୍କ ସମସ୍ୟା ବୋଲି ସେ କହିଛନ୍ତି ।

ସେ ପୁଣି କହିଛନ୍ତି, ‘ତିନ୍‌ ତଲାକ୍‌’ ଉଚ୍ଛେଦ ପରେ ଯଦି ସେମାନଙ୍କୁ ନ୍ୟାୟ ଦେବାକୁ ପଡ଼େ, ତେବେ ‘ୟୁସିସି’ ପ୍ରଣୟନ କରିବାକୁ ପଡ଼ିବ । ଦେଶଜ ସଂଖ୍ୟାଲଘୁ ଏବଂ ପ୍ରବାସୀ ସଂଖ୍ୟାଲଘୁମାନଙ୍କ ମଧ୍ୟରେ ମତଭେଦ ପ୍ରସଙ୍ଗରେ ପଚରା ଯିବାରୁ ମୁଖ୍ୟମନ୍ତ୍ରୀ ବିଶ୍ୱଶର୍ମା କହିଲେ ଯେ, ଦେଶଜମାନେ ପ୍ରବାସୀମାନଙ୍କ ସହିତ ମିଶିବାକୁ ଚାହୁଁ ନାହାଁନ୍ତି । ଆସାମରେ ଥିବା ସଂଖ୍ୟାଲଘୁମାନଙ୍କର ଧର୍ମ ଏକ କିନ୍ତୁ, ସଂସ୍କୃତି ଓ ଉତ୍ପତ୍ତି ର ଦୁଇଟି ସମ୍ପ୍ରଦାୟ ରହିଛି ।

ବିଗତ ୨୦୦ ବର୍ଷ ପୂର୍ବରୁ ମଧ୍ୟ ଆସାମ ର ଦେଶଜ ସଂଖ୍ୟାଲଘୁମାନଙ୍କର କୌଣସି ପ୍ରବାସୀ ଇତିହାସ ନାହିଁ । ସେମାନେ ବିଦେଶାଗତ ବା ପ୍ରବାସୀ ସଂଖ୍ୟାଲଘୁ ସମ୍ପ୍ରଦାୟମାନଙ୍କ ସହ ମିଶିବାକୁ ଚାହୁଁ ନାହାଁନ୍ତି । ତାଙ୍କୁ ଭିନ୍ନ ପରିଚୟ ମିଳୁ ବୋଲି ଦାବି କରୁଛନ୍ତି । ଏ ସଂକ୍ରାନ୍ତରେ ରାଜ୍ୟ ସରକାର ନିଷ୍ପତ୍ତି ଗ୍ରହଣ କରିବେ ।

Popular Articles