ବେଆଇନ ବାଲି ଚୋରା ଚାଲାଣ : ୩ ହାଇୱା ୨ ଟ୍ରାକ୍ଟର ଜବତ, ୯୫ ହଜାର ଜରିମାନା ଆଦାୟ

0
140
ବେଆଇନ ବାଲି

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୋନପୁର, (୩୦/୪) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ମହାନଦୀ ବ୍ରିଜ ଉପରେ ବେଆଇନ ବାଲି ଚୋରା ଚାଲାଣ ହେଉଥିବା ୩ ହାଇୱା ଓ ୨ ଟ୍ରାକ୍ଟର କୁ ରାଜସ୍ୱ ବିଭାଗ ଜବତ କରିଛି ।

ସୂଚନା ଅନୁସାରେ ସୋନପୁର ପଟରୁ ହାଇୱାରେ ବେଆଇନ ବାଲି ଚୋରା ଚାଲାଣ ହେଉଥିବା ନେଇ ରାଜସ୍ୱ ବିଭାଗ ଖବର ପାଇଥିଲେ । ବିନିକା ଥାନା ସମ୍ମୁଖରେ ୨ଟି ହାଇୱା ଗାଡି କୁ ଅଟକାଇ ଯାଞ୍ଚ କରାଯାଇଥିଲା । ଉକ୍ତ ଗାଡି ଦ୍ୱୟ ନମ୍ବର ବିହୀନ ରହିଥିବାରୁ ତାହାକୁ ବର୍ତ୍ତମାନ ପର୍ଯ୍ୟନ୍ତ ଅଟକ ରଖାଯାଇଛି ।

ସେହିପରି ବିନିକା ବ୍ରିଜ ଉପରେ ହାଇୱା ନଂ -(JH 03 R 2478) କୁ ଅଟକାଇ କାଗଜପତ୍ର ଯାଞ୍ଚ କରାଯାଇଥିଲା । ସେ ଆବଶ୍ୟକ କାଗଜ ଦର୍ଶାଇ ନପାରିବାରୁ ତାଙ୍କ ଠାରୁ ୭୫ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି । ସେହିପରି ସେହି ରାସ୍ତାରେ ଯାଉଥିବା ୨ଟି ବାଲିବୋଝେଇ ଟ୍ରାକ୍ଟର ନଂ (OD 31 F 2598) ଏବଂ (OD 31 D 7090) କୁ ମଧ୍ୟ ଜବତ କରାଯାଇ ତାଙ୍କ ଠାରୁ ୧୦ ହଜାର ଟଙ୍କା ଲେଖାଁଏ ୨୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି ।

ଏହିପରି ସର୍ବମୋଟ ୯୫ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି । ଏହି ଚଢ଼ାଉ ରେ ବିନିକା ତହସିଲଦାର ମୁକ୍ତେଶ୍ଵର ପାଣିଗ୍ରାହୀ, ଅତିରିକ୍ତ ତହସିଲଦାର ଚାନ୍ଦିନୀ ମେହେର, ବିନିକା ରାଜସ୍ୱ ନିରୀକ୍ଷକ ବସନ୍ତ କୁମାର ବରିହା, ସୁପରଭାଇଜର ନୀଳମଣି କୁଅଁର ପ୍ରମୁଖ ସାମିଲ ଥିଲେ ।