ମାହେଶ୍ୱରୀ ଗୋ ଶାଳା ଦନ୍ତାପାଲିରେ ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ ପାଳିତ

0
123
ମାହେଶ୍ୱରୀ ଗୋ ଶାଳା

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା, (୩୦/୦୪) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ମଥୁରା ପଞ୍ଚାୟତ ଦନ୍ତାପାଲି ସ୍ଥିତ ମାହେଶ୍ୱରୀ ଗୋ ଶାଳା ରେ ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ ପାଳିତ ହୋଇଯାଇଛି lWhatsApp Image 2022 04 30 at 8.13.30 PM ମାହେଶ୍ୱରୀ ଗୋ ଶାଳା ଦନ୍ତାପାଲିରେ ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ ପାଳିତ

ମାହେଶ୍ୱରୀ ଗୋ ଶାଳା ଅଧକ୍ଷ ନିର୍ଗୁଣ ମହାକୁଡ଼ ଓ ସମ୍ପାଦକ କୃତ୍ତିବାସ ପଲିଆଙ୍କ ତତ୍ୱାବଧାନରେ ପ୍ରାୟ ତିନି ଶହ ଅସହାୟ ବୁଲା ଗୋ ମାତାଙ୍କୁ ନେଇ ପ୍ରାୟ ତିନିବର୍ଷ ହେଲା ପ୍ରତି ପାଳନ କରି ଆସୁଛନ୍ତି l ଆଜି ସକାଳେ, ଗୋ ଚିକିତ୍ସା, ଗୋ ମାତା ସ୍ନାନ, ଗୋ ପୂଜନ, ଗୋ ବନ୍ଦନା ପରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା l

ଏଥିରେ ମୁଖ୍ୟ ଅତିଥି ଭାବେ ପୂର୍ବ କୃଷି ଅଧିକାରୀ ତଥା ହରଭଙ୍ଗା ବ୍ଲକ ଆତ୍ମା ଅଧକ୍ଷ ପୂର୍ଣ୍ଣଚନ୍ଦ୍ର ଗାଈଗୋରିଆ ଯୋଗଦେଇ ଗୋ ଶାଳା ର ଉନ୍ନତି କାମନା କରିଥିଲେ l ଗୋ ପୂଜନରେ ବାବା ଖଗେଶ୍ୱର ବାନପ୍ରସ୍ତୀ, ରାଜୀବ ବାବା, ଗୋ ଚିକିତ୍ସକ ଅଶୋକ ଶତପଥୀ ଯୋଗଦେଇ ଗୋ ଚିକିତ୍ସା କରିଥିଲେ l ୩୦ ଗୋଟି ନୁଆଁ ବାଛୁରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ l

କାର୍ଯ୍ୟକାରୀ ସଦସ୍ୟ ପରମାନନ୍ଦ ପ୍ରଧାନ, ଗୋଶାଳା ତତ୍ୱାବଧାରକ ଭାଗ୍ୟଧର ମହାକୁଡ଼ ମଞ୍ଚାସିନ ଥିଲେ l ବିଭିନ୍ନ ଆଲୋଚନାରେ ଜୁନ ମାସରେ ରାଜ୍ୟ ସ୍ତରୀୟ ଗୋସେବକ ସମ୍ବିଳନୀ ଆୟୋଜନ l ଉକ୍ତ ଉତ୍ସବରେ ବରଣ୍ୟ ମହାମହିମ ଓଡିଶା ରାଜ୍ୟପାଳଙ୍କୁ ମୁଖ୍ୟ ଅତିଥି ଭାବେ ଆମନ୍ତ୍ରଣ କରିବା ସହିତ ପୁରୀ ବାଲିଘାଇ ମଠାଧିଶ ପ୍ରଜ୍ଞାନନନ୍ଦ ସରସ୍ଵତୀ ଙ୍କୁ ଅନ୍ୟତମ ବିଶିଷ୍ଟ ଅତିଥି ଭାବେ ଆମନ୍ତ୍ରଣ କରିବା ପାଇଁ ସ୍ଥିର କରାଯାଇଛି l

ଉକ୍ତ ଦିବସରେ ଜିଲ୍ଲା ସ୍ତରୀୟ ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସରେ ଏକ ଚାରୀ ଜଣିଆ ପ୍ରତିନିଧି ଦଳ ଭାଗ ନେଇ ଗୋ ଶାଳା ର ଉନ୍ନତି ପାଇଁ ଉପସ୍ଥାପନା କରିଥିଲେ l