Related Contents

ଯାତ୍ରୀବାହୀ ବସ ଦୁର୍ଘଟଣା ଗ୍ରସ୍ତ, ୫ଜଣ ଆହତ, ୨ଜଣଙ୍କ ଅବସ୍ଥା ସଙ୍କଟାପନ୍ନ

ହିଞିଳିକାଟୁ (ଓଡିଶା ନ୍ୟୁଜ୨୪ ବ୍ୟୁରୋ): ହିଞ୍ଜିଳିକାଟୁ ସହରର ଉପକଣ୍ଠ ସମପୁର ନିକଟ ଇଣ୍ଡିଆନ ଅଏଲ ସମ୍ମୁଖ ୫୯ ଜାତୀୟ ରାଜପଥ କଲଭଟ ନିକଟରେ ଗୁରୁବାର ଅପରାହ୍ନରେ ଯାତ୍ରୀ ବାହି ବସ ମା ତରାତାରିଣୀ ଦୁର୍ଘଟଣା ଗ୍ରସ୍ତ ହେବ ଫଳରେ ବସରେ ଥିବା ମାତ୍ରାଧିକ ଯାତ୍ରୀଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାବେଳେ ୩ଜଣ ସାମାନ୍ୟ ଆହତ ହୋଇଛନ୍ତି ।

ଗୁରୁତର ହେଲେ ଆସିକା ମଙ୍ଗଳପୁର ଗ୍ରାମର ପୂର୍ଣ୍ଣଚନ୍ଦ୍ର ପାତ୍ର, ଇଣ୍ଡିରାଖୀର ଜାମୁନା ସାହୁ, ବାବନପୁର ର ଏ.ସ୍ୱପ୍ନାରାଣୀ ପାତ୍ର ସାମାନ୍ୟ ଆହତ ହୋଇଥିବା ବେଳେ ଶେରଗଡ଼ ଥାନା ଗୋଠ ଗାଁର କୃଷ୍ଣ ସୁଆଁସିଆ ଓ ବ୍ରହ୍ମପୁର ଗେଟ ବଜାରର ମାନସୀ ପଣ୍ଡାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ବ୍ରହ୍ମପୁର ବଡ ମେଡ଼ିକାଲକୁ ପଠାଯାଇଛି । ଘଟଣାରୁ ପ୍ରକାଶ ଯେ ଆସିକାରୁ ବ୍ରହ୍ମପୁର ଅଭିମୁଖେ ଦୃତ ଗତିରେ ଯାଉଥିବା ଯାତ୍ରୀବାହି ବସ ମା ତାରା ତାରିଣୀ ଅନ୍ୟ ଏକ ଯାତ୍ରୀବାହୀ ବସ ବରାଳଦେବୀକୁ ଭୁଲ ପାର୍ଶ୍ୱରେ ଅତିକ୍ରମ କରୁଥିଲା । ଏହି ସମୟରେ ଉକ୍ତ ଗାଡିର ଡ୍ରାଇଭର ମୋବାଇଲ ବାର୍ତାଳାପ କରି ନିୟନ୍ତ୍ରଣ ହରାଇ ନିକଟରେ ଥିବା କଲଭଟକୁ ଧକ୍କା ଦେଇଥିଲା ଫଳରେ ଗାଡିଟିର ସମ୍ମୁଖ ପାଖ ଓ ଉଭୟ ପାର୍ଶ୍ଵ କାଚଭାଙ୍ଗି ଦୁର୍ଘଟଣା ହେବାସହ ବହୁ ଯାତ୍ରୀ ଆହତ ହୋଇଥିଲେ । ଖବର ପାଇ ହିଞିଳିକାଟୁ ତହସିଲଦାର ଗୋପୀନାଥ କୁଅଁର, ହିଞିଳିର ସ୍ୱାଧୀନ ବିଧାୟିକା ପ୍ରାର୍ଥୀ ଜେ.ଲଷ୍ମୀ ଆଚାରୀ ଓ ଥାନା ଅଧିକାରୀ ଅଭିମନ୍ୟୁ ଦାସ ଘଟଣାସ୍ଥଳ ଓ ମେଡ଼ିକାଲରେ ପହଞ୍ଚି ଗୁରୁତରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ । ଡ୍ରାଇଭରଙ୍କ ବେପାରୁଆ ଗାଡି ଚାଳନା ସହ ମୋବାଇଲ ବ୍ୟବହାର ଯୋଗୁଁ ଏଭଳି ଘଟିଲା ବୋଲି ଯାତ୍ରୀଙ୍କ ଠାରୁ ସୂଚନା ମିଳିଛି । ଏଥି ପ୍ରତି ଦୃଷ୍ଟି ଦେବା ନିମନ୍ତେ ସାଧାରଣରେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଛି ।

Comments are closed.